ଏସବିଆଇ ଗ୍ରାହକଙ୍କ ପାଇଁ ଜରୁରୀ ଖବର : ଟଙ୍କା ଜମାକୁ ନେଇ ବଦଳିଲା ନିୟମ, ଏଣିକି ବିନା ବ୍ୟାଙ୍କ ଯାଇ ଘରେ ବସି ଖାତାରେ ଜମା କରିପାରିବେ ଟଙ୍କା

34

ଭାରତୀୟ ଷ୍ଟେଟ ବ୍ୟାଙ୍କ ତାର ବ୍ରାଂଚରେ କ୍ୟାସ ଡିପୋଜିଟ କରିବାର ନିୟମରେ କିଛିଟା ପରିବର୍ତ୍ତନ ଆଣିଛି । ଏସିବିଆଇ ତରଫରୁ କରାଯାଇଥିବା ଏକ ଟୁଇଟ୍ ମୁତାବକ, ଯଦି ଆପଣ ନନ-ହୋମ ବ୍ରାଂଚରେ କ୍ୟାସ ଜମା କରୁଛନ୍ତି, ତେବେ ଏବେ ଆପଣଙ୍କ ପାଇଁ କୌଣସି ସୀମା ରହିବ ନାହିଁ । ତେବେ ଏସଏମଇ ସେଗମେଂଟ ପାଇଁ ୨ ଲକ୍ଷ ପ୍ରତି ଦିନର ସୀମା ଧାର୍ଯ୍ୟ କରାଯାଇଛି । ଆପଣଙ୍କ ନିକଟରେ କେବଳ ବ୍ରାଂଚକୁ ଯାଇ କ୍ୟାସ୍ ଜମା କରିବାର ବିକଳ୍ପ ନାହିଁ ବରଂ ଆପଣ ଚାହିଁଲେ ବିନା ବ୍ରାଂଚ ନଯାଇ ବି ନିଜ ଖାତାରେ ଟଙ୍କା ଜମା କରିପାରିବେ । ଏହି ଟଙ୍କା ଖାତାରେ ଜମା କରିପାରିବେ । ତେବେ ଜମା କରିଥିବା ଟଙ୍କା ମଧ୍ୟ ସଙ୍ଗେ ସଙ୍ଗେ ଆପଣଙ୍କ ଖାତାକୁ ଚାଲିଆସିବ ।

କଥା କଣ କି, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଅନ୍ୟ କୌଣସି ବ୍ୟାଙ୍କ ଭଳି ହିଁ କ୍ୟାସ୍ ଡିପୋଜିଟ ମେସିନ ସିଡିଏମର ସୁବିଧା ଦେଇଥାଏ । ସିଡିଏମ ଏଟିଏମ ଭଳି ହିଁ ଏକ ମେସିନ ହୋଇଥାଏ । ଏହା ଜରିଆରେ ଆପଣ ବିନା କୌଣସି ବିଳମ୍ବରେ ନିଜ ଖାତାରେ ଟଙ୍କା ଜମା କରିପାରିବେ । ଏସବିଆଇର ୱେବସାଇଟରେ ଦିଆଯାଇଥିବା ସୂଚନା ମୁତାବକ, ଯଦି ଆପଣ କାର୍ଡଲେସ ଡିପୋଜିଟ୍ କରୁଛନ୍ତି , ତେବେ ଆପଣ ୪୯ ହଜାର ଟଙ୍କା ଥରକରେ ଜମା କରିପାରିବେ । ହେଲେ ଯଦି ଆପଣ ଡେବିଟ୍ କାର୍ଡ ଜରିଆରେ ଜମା କରୁଛନ୍ତି ତେବେ ଏଥିରେ ୨ ଲକ୍ଷ ଟଙ୍କା ଜମା କରିପାରିବେ । ହେଲେ ଏଥିପାଇଁ ଆପଣଙ୍କ ନିକଟରେ ପାନ ନମ୍ବର ଥିବା ନିହାତି ଦରକାର ।

ଖାଲି ଟଙ୍କା ଡିପୋଜିଟ୍ ନୁହେଁ ବରଂ ଏହି ମେସିନ ଜରିଆରେ ଆପଣ ଆପଣଙ୍କର ପବ୍ଲିକ୍ ପ୍ରୋଭିଡେଂଟ ଫଣ୍ଡ ତଥା ପିପିଏଫ, ରିକରିଂ ଡିପୋଜିଟ ବା ଆରଡି ଏବଂ ଲୋନ ଖାତାରେ ବି ଟଙ୍କା ଜମା କରିପାରିବେ । ଏକ ଟ୍ରାନଜାକସନ ସମୟରେ ୨୦୦ କରେନ୍ସ ନୋଟସ ଜମା କରିପାରିବେ । ଏହି ମେସିନ ଜରିାରେ ଆପଣ କେବଳ ୧୦୦, ୫୦୦ ଏବଂ ୨ ହଜାର ଟଙ୍କିଆ ନୋଟ ଜମା କରିପାରିବେ । ଏହି ମେସିନ ଜରିଆରେ ଆପଣ ଏସବିଆଇ ଖାତାରୁ ହିଁ ନୁହେଁ ବରଂ ଅନ୍ୟ ବ୍ୟାଙ୍କର ଖାତାରୁ ବି କ୍ୟାସ୍ ଉଠାଇପାରିବେ । ଏହାଦ୍ୱାରା ଆପଣ ଆପଣଙ୍କର ପିନ ନମ୍ବର ବି ଚେଂଜ କରିପାରିବେ । ବାଲାନ୍ସ ଇନକ୍ୱାରୀ ମଧ୍ୟ କରିପାରିବେ । ମନି ଷ୍ଟେଟମେଂଟ ବି ହାସଲ କରିପାରିବେ । ଯଦି ଆପଣ ଏହି ମେସିନ ଜରିଆରେ କ୍ୟାସ୍ ଡିପୋଜିଟ୍ କରୁଛନ୍ତି ତେବେ ଆପଣଙ୍କୁ ଏଥିପାଇଁ ଚାର୍ଜ ମଧ୍ୟ ଦେବାକୁ ପଡିବ ।

ଏସବିଆଇର ଆଧିକାରୀକ େଓବସାଇଟର ସୁଚନା ମୁତାବକ, ଡେବିଟ୍ କାର୍ଡ ଜରିଆରେ ଯଦି କ୍ୟାସ ଡିପୋଜିଟ୍ କରୁଛନ୍ତି ତେବେ ଆପଣଙ୍କୁ ୨୨ ଟଙ୍କା ପ୍ଲସ ଜିଏସଟି ବାବଦକୁ ଦେବାକୁ ପଡିବ । ସେହିପରି କାର୍ଡଲେସ ଟ୍ରାନଜାକ୍ସନ ପାଇଁ ଆପଣଙ୍କୁ ୨୨ଟଙ୍କା ସହିତ ଜିଏସଟି ମଧ୍ୟ ହେବାକୁ ପଡିବ । ତେବେ ଏବଳି ଭାବରେ ଅନ୍ୟ ଚାର୍ଜସେ ମଧ୍ୟ ରହିଛି ।