ଗ୍ରାହକଙ୍କ ପାଇଁ ଖୁସି ଖବର ! ମାତ୍ର ୨୦୦ ଟଙ୍କାରେ ପାଇବେ ଏକ ବର୍ଷ ଯାଏଁ ଇଂଟରନେଟ୍ ସେବା

30

ଜିଓ ଯେପରି ନିଜର ମାଗଣା ଡାଟା କଲିଂ ବ୍ୟବସ୍ଥା ରଖି ସମସ୍ତ କଂପାନୀମାନଙ୍କ ପାଇଁ ଏକ ବଡ ସମସ୍ୟା ସୃଷ୍ଟି କରିଦେଇଛି । ସେଥିପାଇଁ ଦେଶର ବଡ ବଡ ମୋବାଇଲ କଂପାନୀଗୁଡିକ ମଧ୍ୟ ନିଜର ନୁଆ ନୁଆ ପ୍ଲାନ୍ ଜରିଆରେ ଗ୍ରାହକଙ୍କୁ ଆକୃଷ୍ଠ କରିବାକୁ ଏକପ୍ରକାରେ ଲାଗି ପଡିଛନ୍ତି । ତେବେ ଜିଓକୁ ଟକ୍କର ଦେବାକୁ ଇତି ମଧ୍ୟରେ କାନାଡାର ‘ଡାଟାୱିଣ୍ଡ’ ନାମକ ଏକ ଟେଲିକମ୍ କଂପାନୀ ମଧ୍ୟ ଏଭଳି କିଛି ପ୍ଲାନ୍ ଗ୍ରାହକଙ୍କୁ ଭେଟି ଦେବାକୁ ଯାଉଛି । କଂପାନୀର ପ୍ଲାନ୍ ମୁତାବକ ମାତ୍ର ୨୦୦ ଟଙ୍କା ରିଚାର୍ଜ କରି ଗ୍ରାହକମାନେ ପାଖାପାଖି ଏକ ବର୍ଷ ଧରି ଇଂଟରନେଟ୍ ସେବାର ଲାଭ ଉଠାଇ ପାରିବେ ।

ତେବେ କଂପାନୀ ଏଥିପାଇଁ ପାଖାପାଖି ୧୦୦କୋଟି ଟଙ୍କାର ପୁଞ୍ଜି ନିବେଶ କରିଥିବାବେଳେ ଏହାର ଲାଇସେନ୍ସ ମିଳିବା କ୍ଷଣି ଏହି ଅଫରଟିକୁ ବଜାରରେ ଲଂଚ କରାଯିବ ବୋଲି କଂପାନୀର ଅଧ୍ୟକ୍ଷ ସୁନୀଲ ସିଂହ ସୂଚନା ଦେଇଛନ୍ତି ।

କଂପାନୀର ସଂପୂର୍ଣ୍ଣ ଧ୍ୟାନ ଏହାର ଡାଟା ସେବା ଉପରେ ରହିଛି । ଏଥିସହ କଂପାନୀ ଏକ ଏଭଳି ପ୍ଲାନ୍ ଭେଟିଦେଉଛି କି ଯାହାର ମୂଲ୍ୟ ମାତ୍ର ୨୦ ଟଙ୍କାରୁ କମ୍ ରଖାଯାଇଛି ବୋଲି ସୁନୀଲ ସିଂହ ସୂଚନା ଦେଇଛନ୍ତି । ତେବେ ଚଳିତ ମାସ ଶେଷସୁଦ୍ଧା ଏହା ଲଂଚ ହୋଇପାରେ ବୋଲି ମିଳିଥିବା ସୂଚନାରୁ ଯାହା ଜଣାପଡିଛି ।