ଆପଣଙ୍କ ପାଇଁ ଖୁସି ଖବର ! ମାତ୍ର ୧୪୨ ଟଙ୍କାରେ କିଣି ନିଅନ୍ତୁ ଆଇଫୋନ-୭

50

ଯଦି ଆପଣ ଆଇଫୋନ କିଣିବାକୁ ଇଚ୍ଛା ରଖିଛନ୍ତି ତେବେ ଆପଣଙ୍କ ପାଇଁ ଦୁଇ ଦୁଇଟି ଖୁସି ଖବର । ପ୍ରଥମଟି ହେଲା, ଏହି ମାସଠାରୁ ଭାରତରେ ମିଳିବା ଆରମ୍ଭ ହୋଇଯିବ ମେଡ ଇନ୍ ଇଣ୍ଡିଆ ଆଇଫୋନ । ସେହିପରି ଅନ୍ୟଟି ହେଲା, ପ୍ରତିଦିନ ମାତ୍ର ୧୪୨ ଟଙ୍କା ଦେଇ ଆପଣ କିଣି ପାରିବେ ଆଇଫୋନ-୭ । ତେବେ ଏଭଳି ସୁବର୍ଣ୍ଣ ସୁଯୋଗ ବୋଧେ ଆପଣଙ୍କୁ ଆଉ କେବେ ମିଳି ନପାରେ ।

ସୂଚନା ମୁତାବକ, ଏହି ଆଇଫୋନ-୭ର ସ୍ପେସିଆଲିଟି ହେଲା ଏଥିରେ ୧୨ ମେଗାପିକ୍ସଲର ରିୟଲ କ୍ୟାମେରା ରହିଛି । ଏହାର ଫ୍ରଂଟ କ୍ୟାମେରା ୭ ମେଗାପିକ୍ସଲ ରହିଛି । ଫୋନରେ ୪.୭ ଇଂଚ ଏଚଡି ୩ଡି ଟଚ ଡିସପ୍ଲେ ରହିଛି । ଫୋନ୍ ଆଇଓଏସ ୧୦ ଉପରେ କାମ କରୁଛି । ଏହାବ୍ୟତୀତ ଫୋନରେ ଏ୧୦ ଫ୍ୟୁଜନ ଚିପସେଟର ବ୍ୟବହାର କରାଯାଇଛି । ଫୋନରେ ୧୯୬୦ ଏମଏଏଚର ବ୍ୟାଟ୍ରି ରହିଛି । ଫୋନରେ ୨ ଜିବି ରାମ ଏବଂ ୩୨ ଜିବି ଷ୍ଟୋରେଜ୍ ରହିଛି ।

୧୪୨ ଟଙ୍କାରେ କିପରି କିଣିବେ ଆଇଫୋନ-୭ ?

ସର୍ବପ୍ରଥମେ ଆପଣଙ୍କୁ କହି ରଖୁଛୁ କି, ଆଇଫୋନ-୭କୁ ଆପଣଙ୍କୁ କେବଳ ‘ଆମାଜନ’ରୁ କିଣିବାକୁ ପଡିବ । ତେବେ ଏଥିରେ ଏହାର ମୂଲ୍ୟ ରହିଛି ମାତ୍ର ୪୭,୫୫୨ ଟଙ୍କା । କିନ୍ତୁ ସବୁଠାରୁ ବଡ କଥାହେଲା ଏହାକୁ ପ୍ରତି ମାସ ଆପଣ ୪,୨୪୭.୨୨ଟଙ୍କା ଦେଇ ମଧ୍ୟ କିଣି ପାରିବେ । ଅର୍ଥାତ୍ ମାତ୍ର ୧୧ ମାସରେ ଆଇଫୋନଟି ସଂପୂର୍ଣ୍ଣ ରୂପେ ହୋଇଯିବ ଆପଣଙ୍କର । ଏହାଛଡା ଏହାର ଅନ୍ୟ ଗୋଟେ ରାସ୍ତା ହେଲା ଏହି ଇଏମଆଇକୁ ଆପଣ ଯଦି ପ୍ରତିଦିନର ହିସାବରେ ସାମିଲ କରି ଦେଖନ୍ତି ତେବେ ଆପଣ ପ୍ରତିଦିନ ମାତ୍ର ୧୪୧ ଟଙ୍କା ୫୭ ପଇସା ଦେଇ ଆଇଫୋନ-୭କୁ ନିଜର କରିପାରିବେ ।