ଘର କିଣିବାକୁ ଚାହୁଁଛନ୍ତି କି ? ତେବେ ଏଠାରେ ମିଳୁଛି ମାତ୍ର ୭୨ ଟଙ୍କାରେ ଘର

49

ଆଜିର ବସ୍ତୁବାଦୀ ଦୁନିଆରେ ସବୁ ଜିନିଷ ମହଙ୍ଗା । ଯଦି ଏହି ପରିସ୍ଥିତିରେ ୭୨ ଟଙ୍କାରେ ଘର ମିଳୁଥିବା ବିଷୟରେ ଆମେ କହୁଛୁ ତେବେ ନିଶ୍ଟୟ ଆପଣଙ୍କୁ ଏହା ମିଛ ଲାଗୁଥିବ । ହେଲେ ବାସ୍ତବରେ ଏହା ସତ୍ୟ ଅଟେ ।

ମିଳିଥିବା ସୂଚନାରୁ ଯାହା ଜଣାପଡିଛି, ଇଟାଲିର ଗାଗି,ସିସିଲ,କେରେଗା ଲିଗର,ପିଟମଂଟ ଆଦି ଅଂଚଳରେ ୭୨ ଟଙ୍କାରେ ଘର ବିକ୍ରି ହେଉଛି । ତେବେ ଆପଣ ଏହାର କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଏହି ସବୁ ଅଂଚଳ ଭୂତଙ୍କ ବାସସ୍ଥାନ ବୋଲି ସେଠିକାର ଲୋକେ ଧରି ନେଇଛନ୍ତି । ଖାଲି ସେତିକି ନୁହେଁ ସେମାନେ ଆଉ ମଧ୍ୟ କୁହନ୍ତି କି ,ସେହି ଘରମାନଙ୍କରେ ରହିବା କାରଣରୁ ସେମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ତେଣୁ ସେମାନେ କୌଣସି ଉପାୟ ନପାଇ ନିଜ ଘର ଛାଡି ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି । ଏଥିସହ ଶସ୍ତାରେ ଘର କିଣିବା ପାଇଁ ଅଫର ମଧ୍ୟ ଦେଉଛନ୍ତି ।

ତେବେ ଏହି ଘଟଣାକୁ ଦୃଷ୍ଟିରେ ରଖି ସେଠାକାର ପ୍ରଶାସନ ତଥା ଇଟାଲିର ମେୟର ୭୫ ଟଙ୍କା ଅର୍ଥାତ୍ ୧ୟୁରୋରେ ଘର ବିକିବାର ଘୋଷଣା କରିଛନ୍ତି । ଯେଉଁଥିରେ ସେ ଏକ ସର୍ତ୍ତ ରଖିଛନ୍ତି । ତେବେ ସେହି ସର୍ତ୍ତଟି ହେଉଛି ‘ଯିଏ ବି ଉକ୍ତ ଘରଗୁଡିକ କିଣିବ ସିଏ ପାଖାପାଖି ୧୮ ଲକ୍ଷ ଟଙ୍କା ଖର୍ଚ୍ଚ କରି ସେଗୁଡିକର ଆଧୁନିକୀକରଣ କରିବାକୁ ବାଧ୍ୟ’।