ବନ୍ଦ ହୋଇଯିବ ଦେଶର ସମସ୍ତ ବ୍ୟାଙ୍କ ! ତୁରନ୍ତ ନେଟ୍ ଓ ମୋବାଇଲ ବ୍ୟାଙ୍କିଂ ଆରମ୍ଭ କରିବାକୁ ପରାମର୍ଶ ଦେଲା ନୀତି ଆୟୋଗ

53

ଆଉ ରହିବନି କୌଣସି ବ୍ୟାଙ୍କ । ଟଙ୍କା କାରବାର ଏବଂ ଅନ୍ୟାନ୍ୟ କାରବାର ପାଇଁ ଲୋକଙ୍କୁ ଆଉ ଦୌଡିବାକୁ ପଡିବ ନାହିଁ କୌଣସି ବ୍ୟାଙ୍କ । କାରଣ , ଆଗାମୀ ୩ ବର୍ଷ ମଧ୍ୟରେ ବ୍ୟାଙ୍କ ଶାଖାଗୁଡିକୁ ସଂପୂର୍ଣ୍ଣ ରୂପେ ବନ୍ଦ କରିବାକୁ ଯାଉଛନ୍ତି । ତେବେ ଏକଥା ଆମେ କହୁ ନାହୁଁ ବରଂ ନୀତି ଆୟୋଗର ସିଇଓ ଅଭିତାଭ କାନ୍ତ କହିଛନ୍ତି ।

କାନ୍ତଙ୍କ କହିବା ଅନୁସାରେ, ଆଗାମୀ ୩ ବର୍ଷ ମଧ୍ୟରେ ବ୍ୟାଙ୍କର ଆବଶ୍ୟକତା ଲୋକମାନଙ୍କର ପଡିନପାରେ । କାହିଁକି ନା, ଡାଟା ବିଶ୍ଳେଷଣରୁ ଆର୍ଥିକ ଅବସ୍ଥାକୁ ଅଧିକ ଶକ୍ତି ମିଳିବ । କାନ୍ତ ଆହୁରୀ ବି କହିଛନ୍ତି କି, ବ୍ୟାଙ୍କଗୁଡିକୁ ଲୋକଙ୍କର ଯିବା ଖୁବ ଶୀଘ୍ର ବନ୍ଦ ହୋଇଯିବ । ଏବଂ ବ୍ୟାଙ୍କ ବନ୍ଦ ହେବା କାରଣରୁ ଏହାର ବିକଳ୍ପ ଭାବରେ ଡାଟାର ବ୍ୟବହାର ତଥା ଡାଟା ବିଶ୍ଳେଷଣକୁ ବ୍ୟବହାର କରାଯିବ ।

କାନ୍ତଙ୍କ କହିବା ଅନୁସାରେ, ଆଗାମୀ ୩ ବର୍ଷ ମଧ୍ୟରେ ଭାରତରେ ଏକ ଆରବରୁ ଅଧିକ ସ୍ମାର୍ଟଫୋନ ବ୍ୟବହାରକାରୀ ହୋଇଯାଇଥିବେ । ଯାହାଦ୍ୱାରା ଲୋକେ ନିଜର ସ୍ମାର୍ଟଫୋନ ଜରିଆରେ ହିଁ ନେଟ୍ ତଥା ମୋବାଇଲ ବ୍ୟାଙ୍କିଂ କରିପାରିବେ । ତେବେ ନୀତି ଆୟୋଗର ସିଇଓଙ୍କ ସୂଚନା ମୁତାବକ, ଦେଶରେ ମୋବାଇଲ ଡାଟାର ବ୍ୟବହାର ଆମେରିକା ଏବଂ ଚୀନ ଭଳି ରାଷ୍ଟ୍ରମାନଙ୍କଠାରୁ ବହୁତ ଅଧିକ ରହିଛି । ଯେଉଁଥି ପାଇଁ ଜିଏସଟି , ପେମେଂଟ ବ୍ୟାଙ୍କ , ପଏଂଟ ଅଫ୍ ସେଲ ମେସିନ ଏବଂ ଡାଏରେକ୍ଟ ବେନିଫିଟ୍ ଯୋଜନାଗୁଡିକର ଗତିକୁ ସରକାରଙ୍କ ପକ୍ଷରୁ ଅଧିକ ପ୍ରାଥମିକତା ଦିଆଯିବ ।

ସୌଜନ୍ୟ: ନ୍ୟୁଜ-୧୮