ଆସନ୍ତାକାଲି ରାତି ୮ଟା ଯାଏଁ ଖୋଲା ରହିବ ବ୍ୟାଙ୍କ ! ଜାଣନ୍ତୁ କାହିଁକି

44

ସରକାରଙ୍କ ଦ୍ୱାରା ପରିଚାଳିତ ସମସ୍ତ ବ୍ୟାଙ୍କ ତଥା ସରକାରଙ୍କ ପକ୍ଷରୁ କରାଯାଉଥିବା ଅର୍ଥକାରବାର ସମସ୍ତ କାଉଂଟର ଆସନ୍ତାକାଲି ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ । ଯାହାକି ସରକାରଙ୍କ ତରଫରୁ ଜାରି ହୋଇଥିବା କେ ନିର୍ଦ୍ଦେଶାମାନାରେ ଉଲ୍ଲେଖ କରାଯାଇଛି । ଏହାଛଡା ସମସ୍ତ ବୈଦ୍ୟୁତିକ ଦେଣନେଣ, ଯେଉଁଥିରେ ବିଭିନ୍ନ ସରକାରୀ ପେମେଂଟ ପାଇଁ RTGS କିମ୍ବା NEFTରେ ବ୍ୟବହୃତ କରନ୍ତି, ସେ ସବୁ ମଧ୍ୟ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ ।

ଆରବିଆଇ ତରଫରୁ ଜାରି କରାଯାଇଥିବା ଏହି ନିର୍ଦ୍ଦେଶନାମାରେ ସ୍ପିଷ୍ଟ କରାଯାଇଛି କି, ଆର୍ଥିକ ବର୍ଷ ୨୦୧୭-୧୮ରେ ବ୍ୟାଙ୍କ ସହିତ ସମସ୍ତ ସରକାରୀ ଦେଣନେଣ ଏହି ଆର୍ଥିକ ବର୍ଷର ସହ ଜଡିତ ରହିବା ଆବଶ୍ୟକ । ଏଥିପାଇଁ ଆରବିଆଇ ପକ୍ଷରୁ ଏଜେନ୍ସିକୁ ନିର୍ଦ୍ଦେଶ ଦିଆଯାଇଛି । ଏହି କାର୍ଯ୍ୟ ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉ ଆଉ ସମସ୍ତ ଏଜେନ୍ସି ବ୍ୟାଙ୍କଗୁଡିକୁ କହାଯାଇଛି କି, ତାଙ୍କର ନିଦ୍ଦିଷ୍ଟ ଶାଖାଗୁଡିକର କାଉଂଟର୍ସ ୩୧ ମାର୍ଚ୍ଚ ୨୦୧୮ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ, କାହିଁକି ନା ସରକାରୀ ଦେଣନେଣ କାର୍ଯ୍ୟ ଜାରି ରହିବ ।

ତେବେ ଯେଉଁମାନେ ସଂଶୋଧିତ ରିଟର୍ନ ଫାଇଲ କରିବା ସହ ୩୧ ମାର୍ଚ୍ଚ ପୂର୍ବରୁ ତଥା ବିଳମ୍ବରେ ଇନକମ ଟ୍ୟାକ୍ସ ଫାଇଲ କରୁଛନ୍ତି, ସେହି ମାନଙ୍କ ପାଇଁ ହିଁ ଏଭଳି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେହିପରି ଆୟକର ଅଫିସ ଓ ଆୟକର ସେବା କେନ୍ଦ୍ରକୁ ୨୯ ମାର୍ଚ୍ଚରୁ ୩୧ ମାର୍ଚ୍ଚ, ୨୦୧୮ ପର୍ଯ୍ୟନ୍ତ ଖୋଲା ରଖିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । କାରଣ ଚଳିତ ଆର୍ଥିକ ବର୍ଷ ଚାଲୁ ହେବା ପୂର୍ବରୁ ରିଟର୍ନ ଫାଇଲ ସଂପୂର୍ଣ୍ଣ ରୂପେ ଶେଷ ହୋଇଯିବା ଆବଶ୍ୟକ ।

ଶନିବାର ଖୋଲା ରହିବ ବ୍ୟାଙ୍କ

୩୧ ମାର୍ଚ୍ଚ ତଥା ଆସନ୍ତାକାଲି ଉଭୟ ସରକାରୀ ଓ ବେସରକାରୀ ବ୍ୟାଙ୍କ ଖୋଲା ରହିବ ବୋଲି ବ୍ୟାଙ୍କ ତରଫରୁ ସ୍ପଷ୍ଟ କରାଯାଇଛି । କାରଣ ପୂର୍ବରୁ ଲଗାତାର ୨ ଦିନ, ଅର୍ଥାତ ୨୯ ମାର୍ଚ୍ଚକୁ ମହାବୀର ଜୟନ୍ତୀ ଓ ୩୦ ମାର୍ଚ୍ଚକୁ ଗୁଡ ପ୍ରାଇଡ ପାଇଁ ବ୍ୟାଙ୍କ ବନ୍ଦ ରହିଛି । ତେଣୁ ଶନିବାର ବ୍ୟାଙ୍କ ଖୋଲା ରହିବ ସହ ଲଗାତାର ଛୁଟି ରହିବ ନାହିଁ ବୋଲି ବ୍ୟାଙ୍କ ତରଫରୁ କୁହାଯାଇଛି । ତେଣୁ ସୋସିଆଲ ମିଡିଆର କିଛି ମେସେଜରେ ୨୯ ମାର୍ଚ୍ଚର୍ରୁ ଲଗାତାର ପାଂଚ ଦିନ ଧରି ବ୍ୟାଙ୍କ ବନ୍ଦ ରହିବ ବୋଲି ଖବର ପ୍ରଚାର କରାଯାଉଛି ଯାହାକି ସଂପୂର୍ଣ୍ଣ ଭାବେ ଗୁଜବ ଅଟେ । ଶନିବାର ଦିନ ବ୍ୟାଙ୍କ ଖୋଲା ରହିବ । ସେହିପରି ଇନକମ ଟ୍ୟାକ୍ସ ଅଫିସ ମଧ୍ୟ ଖୋଲା ରହିବ । ୩୧ ମାର୍ଚ୍ଚ ଖୋଲା ରହିବା ପରେ ୧ ଏପ୍ରିଲ ରବିବାର ହେଉଥିବା ବେଳେ ୨ ଏପ୍ରିଲକୁ ଆନୁଆଲ କ୍ଲୋଜିଂ ଦିବସ କାରଣରୁ ବ୍ୟାଙ୍କ ବନ୍ଦ ରହିବ । ସାଧାରଣତଃ ପ୍ରତ୍ୟେକ ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ବ୍ୟାଙ୍କ ବନ୍ଦ ରହିଥାଏ, କିନ୍ତୁ ଏହି ମାସର ୩୧ ମାର୍ଚ୍ଚ ପଂଚମ ଶନିବାର ପଡୁଛି । ଏଥିପାଇଁ ବ୍ୟାଙ୍କ ଖୋଲା ରହିବ ।