ବିମୁଦ୍ରୀକରଣ କାରଣରୁ କେତେ ଟଙ୍କା ଜମା ହୋଇଛି ! ଆରବିଆଇରେ ପ୍ରକାଶ ପାଇଲା ଚକିତ କରିଦେବା ଭଳି ତଥ୍ୟ

50

ନୋଟବନ୍ଦୀ କାରଣରୁ ଦେଶର ବିଭିନ୍ନ ବ୍ୟାଙ୍କଗୁଡିକରେ କେତେ ଟଙ୍କା ଆସିଛି ତାହାର ଆଧିକାରୀକ ଆକଳନ ଯଦିଓ ସର୍ବସାଧାରଣ କରାଯାଇନାହିଁ ମାତ୍ର ଆରବିଆଇର ୱେବସାଇଟରେ ସମସ୍ତଙ୍କୁ ଚକିତ କରିଦେବା ଭଳି ଏକ ତଥ୍ୟ ପ୍ରକାଶ ପାଇଛି ।

ସୂଚନା ମୁତାବକ, ବିମୁଦ୍ରୀକରଣ କାରଣରୁ ଦେଶର ବିଭିନ୍ନ ବ୍ୟାଙ୍କମାନଙ୍କରେ ପାଖାପାଖି ୧.୬ରୁ ୧.୭ ଲକ୍ଷ କୋଟି ଟଙ୍କାର ଅସାମାନ୍ୟ ନଗଦ ଟଙ୍କା ଜମା ହୋଇଛି । ରିଜର୍ଭ ବ୍ୟାଙ୍କର ୱେବସାଇଟରେ ପ୍ରକାଶ ପାଇଥିବା ଏକ ରିସର୍ଚ୍ଚ ପେପର ଗବେଷଣା ପତ୍ର ରେ ଏଭଳି ନିଷ୍କର୍ଷ ବାହାରିଛି । ଏହି ରିସର୍ଚ୍ଚ ପେପରରେ ଏକଥା ମଧ୍ୟ ସୂଚିତ କରାଯାଇଛି କି, ବିମୁଦ୍ରୀକରଣ ପରେ ପରେ ଦେଶର ବ୍ୟାଙ୍କିଂ ସିଷ୍ଟମରେ ଆନୁମାନିକ ୨.୮ରୁ ୪.୩ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ନଗଦ ଟଙ୍କା ଜମା ହୋଇଛି ।

ତେବେ ବିମୁଦ୍ରୀକରଣ ଏବଂ ବ୍ୟାଙ୍କ ଜମାରେ ବୃଦ୍ଧି ନାମକ ଏହି ରିସର୍ଚ୍ଚ ପେପରରେ ଦର୍ଶାଯାଇଛି ଯେ, କିଛି ସ୍ୱତନ୍ତ୍ର ଖାତାମାନଙ୍କରେ ମୋଟାମୋଟି ଭାବରେ ୧.୬ରୁ ୧.୭ ଲକ୍ଷ କୋଟି ଟଙ୍କା ଜମା ହୋଇଥିବା ତଥ୍ୟରେ ଉଲ୍ଲେଖ ରହିଛି । ଏହି ଖାତାଗୁଡିକରେ ଦେଣନେଣ କାରବାର ଖୁବ୍ କମ୍ ହୋଇଥାଏ । ତେବେ ଆରବିଆଇର ଏହି ରିସର୍ଚ୍ଚ ପେପରକୁ ବ୍ୟାଙ୍କର ମୌଦ୍ରୀକ ନୀତି ବିଭାଗର ନିର୍ଦ୍ଦେଶକ ଭୂପାଲ୍ ସିଂହ ଏବଂ ସାଂଖିକ ଓ ସୂଚନା ପ୍ରବନ୍ଧନ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରଜିତ୍ ରାୟ ପ୍ରସ୍ତୁତ କରିଛନ୍ତି ।

ଯେଉଁଥିରେ ଦର୍ଶାଯାଇଛି କି, ନୋଟବନ୍ଦୀ ଅବସରରେ ତଥା ୧୧ ନଭେମ୍ବର ୨୦୧୬ରୁ ୩୦ ଡିସେମ୍ବର ୨୦୧୬ ମଧ୍ୟରେ ବ୍ୟାଙ୍କିଂ ସିଷ୍ଟମରେ ଅତିରିକ୍ତ ନଗଦ ଟଙ୍କା ଜମା ବୃଦ୍ଧି ହେବା କାରଣରୁ ଏହା ପାଖାପାଖି ୪ରୁ ୪.୭ ପ୍ରତିଶତ ଆକଳନ ହୋଇଥିଲା । ଅର୍ଥାତ୍ ଯଦି ଏଥିରେ ୨୦୧୭, ଫେବୃଆରୀ ମାସ ଯାଏଁ ସାମିଲ କରାଯାଏ ତେବେ ଏହି ମୁନାଫା ୩,.୩ରୁ ୪.୨ ପ୍ରତିଶତର ଆକଳନ ମଧ୍ୟରେ ରହିଛି । ସେହିପରି ଏହି ସମୟସୀମାକୁ ଯଦି ଆଉ କିଛି ଦିନ ବୃଦ୍ଧି କରାଯାଏ ଅର୍ଥାତ୍ ମାର୍ଚ୍ଚ ୨୦୧୭ର ଶେଷ ଯାଏଁ ଆକଳନ କରାଯାଏ ତେବେ ଏହା ୩.୦ରୁ ୩.୮ ପ୍ରତିଶତ ମଧ୍ୟରେ ରହିବ ।

ଦସ୍ତାବିଜ ଅନୁସାରେ, ନୋଟବନ୍ଦୀର ସମୟରେ ବିଭିନ୍ନ ବ୍ୟାଙ୍କର ଗ୍ରେସ୍ ଡିପୋଜିଟରେ ବାର୍ଷିକ ଆଧାରରେ ୧୪.୫ ପ୍ରତିଶତ ଅଭିବୃଦ୍ଧି ଘଟିଛି । ଯେବେକି ଗୋଟିଏ ବର୍ଷ ପୂର୍ବେ ଏହାଦ୍ୱାରା ଏଥିରେ ୧୦.୩ ପ୍ରତିଶତ ଅଭିବୃଦ୍ଧି ହୋଇଥିବା ଦାଖଲ କରାଯାଇଥିଲା । ମୋଟ୍ ଉପରେ କହିବାକୁ ଗଲେ, ବିମୁଦ୍ରୀକରଣ କାରଣରୁ ବ୍ୟାଙ୍କିଂ ସିଷ୍ଟମରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି । ଆରବିଆଇର ଏହି ରିସର୍ଚ୍ଚ ପେପର ସ୍ପଷ୍ଟ କରିଛି କି, ଯଦି ଆର୍ଥିକ କାରବାରରେ ଏପରି ସ୍ଥିତିକୁ ଏଭଳି ବଜାୟ ରଖାଯାଏ, ତେବେ ଏହି ଟଙ୍କାର ବ୍ୟବହାର ଦେଶର ବିଭିନ୍ନ ଜନକଲ୍ୟାଣ କାମରେ ଖର୍ଚ୍ଚ କରାଯାଇ ପାରିବ । ଅର୍ଥାତ୍ ଏହାର ଜମା ଏବଂ ପୁଂଜି ବଜାରରେ ସକାରତ୍ମକ ପ୍ରଭାବ ସୃଷ୍ଟି କରିବ ।

ଏଠାରେ ଆମେ କହି ରଖୁଛୁ କି, ଗତବର୍ଷ ୮ ନଭେମ୍ବରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମୁଦ୍ରାକରଣ ଭଳି ଏକ ଐତିହାସିକ ନିଷ୍ପତ୍ତି ନେଇଥିଲେ । ଯାହାଦ୍ୱାରା ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟର ପ୍ରଚଳନକୁ ସଂପୂର୍ଣ୍ଣ ରୂପେ ବନ୍ଦ କରାଯିବାକୁ ନେଇ ଏହି ଯୁଗାନ୍ତକାରୀ ନିଷ୍ପତ୍ତିରେ ଘୋଷଣା କରାଗଲା । ତେବେ ଏହି ନୋଟର ମୂଲ୍ୟ ପାଖାପାଖି ୧୫.୪ ଲକ୍ଷ କୋଟି ଟଙ୍କା ଥିଲା । ଯେଉଁଥିରେ କି ସେ ସମୟର ପ୍ରଚଳିତ ୫୦୦-୧୦୦୦ ଟଙ୍କିଆ ନୋଟର ୮୬.୯ ପ୍ରତିଶତ ଭାଗ ରହିଥିଲା ।

ପ୍ରଧାନମନ୍ତ୍ରୀଙ୍କ ଏହି ବିମୁଦ୍ରୀକରଣର ଏକମାତ୍ର ଉଦ୍ଦେଶ୍ୟ ଥିଲା ଦେଶରେ ଦେଖାଦେଇଥିବା ଭ୍ରଷ୍ଟାଚାର, କଳାଧନ ଏବଂ ନକଲୀ ମୁଦ୍ରା ଭଳି ସମସ୍ୟାର ମୂଳୋତ୍ପାଟନ କରିବା ।

ସୌଜନ୍ୟ-ଏବିପି ନ୍ୟୁଜ୍