ଡିଜିଟାଲ ପେମେଂଟର ପାଂଚଟି ତରିକା । ଜାଣନ୍ତୁ ଏଥିପାଇଁ ଲୋକଙ୍କଠାରୁ ବ୍ୟାଙ୍କ ଲୁଟିଥାଏ କେତେ ଟଙ୍କା

38

ଡିଜିଟାଲାଇଜେସନ ହେଉଛି ସାରା ଭାରତ । ଛୋଟ ବ୍ୟବସାୟର ଆରମ୍ଭ କରି ବଡ ବଡ ବ୍ୟବସାୟରେ ଟଙ୍କାକାରବାର ମାଧ୍ୟମ ପାଲଟିଛି ଡିଜିଟାଲ ପେମେଂଟ । ତେବେ ଦେଶରେ ଏହି ଡିଜିଟାଲ ପେମେଂଟ ବ୍ୟବସ୍ଥାକୁ ସଂପୂର୍ଣ୍ଣ ରୂପେ ପରିବର୍ତ୍ତନ କରି ଦିଆଯାଇଛି । ନଭେମ୍ବର ୨୦୧୬ରେ ବିଦୁଦ୍ରାକରଣ ଲାଗୁ ହେବା ପରେ ପରେ ସାରା ଦେଶରେ ବୃଦ୍ଧି ପାଇଛି ଡିଜିଟାଲ ଟ୍ରାଂଜାକସନ । ଲୋକେ ଏବେ ଏହା ଜରିଆରେ ହିଁ ନିଜର ସମସ୍ତ କାର୍ଯ୍ୟ ତଥା ବିଦ୍ୟୁତ ବିଲ ଭରିବାଠାରୁ ଆରମ୍ଭ କରି ରାସନ କିଣିବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଡିଜିଟାଲ ପେମେଂଟ କରୁଛନ୍ତି । କିନ୍ତୁ ଏହି ବାବଦରେ ମଧ୍ୟ କିଛି ଅତିରିକ୍ତ ଚାର୍ଜ ଦେବାକୁ ପଡିଥାଏ, ଯାହା ସଂପର୍କରେ ଆମେ ନିମ୍ନରେ ଆଲୋଚନା କରିଛୁ ।

କ୍ରେଡିଟ ଓ ଡେବିଟ କାର୍ଡ

କ୍ରେଡିଟ ବା ଡେବିଟ କାର୍ଡ, ଡିଜିଟାଲ ତଥା ଇଲେକ୍ଟ୍ରୋନିକ ଟ୍ରାଂଜାକସନରେ ସବୁଠାରୁ ଅଧିକ ବ୍ୟବହାର କରାଯାଏ । ଏହାର ଅଧିକାଂଶ ବ୍ୟବହାର (ବିଦ୍ୟୁତ, ପାଣି,ଟେଲିଫୋନ), ଟିକେଟ ବୁକିଂ କିମ୍ବା ଅନଲାଇନ ସଫିଂ ପାଇଁ ବ୍ୟବହାର କରାଯାଇଥାଏ । ଡେବିଟ କାର୍ଡ ପାଇଁ ବ୍ୟାଙ୍କ ବାର୍ଷିକ ଦରମା ଆଦାୟ କରେ, କିନ୍ତୁ କିଛି ଡେବିଟ କାର୍ଡରେ କୌଣସି ବାର୍ଷିକ ଦରମା ଦେବାକୁ ପଡେ ନାହିଁ । ଯଦି ଆପଣ କ୍ରେଡିଟ କାର୍ଡ ବ୍ୟବହାର କରୁଛନ୍ତି, ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଯଦି ଆପଣ କୌଣସି କ୍ରେଡିଟ କାର୍ଡ ବିନା ତାହାର ନିୟମ ଓ ସର୍ତ୍ତ ଜାଣିବାକୁ ଚାହୁଁଛନ୍ତି, ତେବେ ଭବିଷ୍ୟତରେ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ପଡିପାରେ । ଯେଉଁ ବ୍ୟାଙ୍କ ଆପଣଙ୍କୁ କାର୍ଡ ଜାରି କରୁଛି, ସେହି ବ୍ୟାଙ୍କ ଆପଣଙ୍କଠାରୁ ବାର୍ଷିକ ଫିସ, କମ୍ବିନେନ୍ସ ଫିସ, ରିନ୍ୟୁଆଲ ଫିସ ଇତ୍ୟାଦି ଆଦାୟ କରିଥାଏ । ଏହା ବ୍ୟତୀତ, ଯଦି ଗ୍ରାହକଙ୍କର କାର୍ଡ ପେମେଂଟ କରିବା ପାଇଁ ଡ୍ୟୁ ଡେଟ ପଳାଇ ଯାଇଛି, ତେବେ ବ୍ୟାଙ୍କ ଏଥିପାଇଁ ଅଧିକ ଶୁକ୍ଳ ଆଦାୟ କରିଥାଏ ।

ଇ-ୱାଲେଟ

ଭାରତରେ ଯୁବପିଢି ମଧ୍ୟରେ ଇ-ୱାଲେଟ ଖୁବ ଲୋକପ୍ରିୟ ହାସଲ କରିଛି । ଏହାର ବ୍ୟବହାର କେତେବେଳେ ବି ଓ କେଉଁଠି ବି କରାଯାଇପାରେ । କ୍ରେଡିଟ ଓ ଡେବିଟ କାର୍ଡ ଭଳି ଏଥିରେ କାର୍ଡ ରଖିବାକୁ କିଛି ଆବଶ୍ୟକ ନୁହେଁ । ଏଥିପାଇଁ କେବଳ ସ୍ମାର୍ଟଫୋନ ହେବା ଜରୁରୀ । ତେବେ ଏହାଦ୍ୱାରା କରାଯାଉଥିବା ବିଲ ପେମେଂଟ, ଫୋନ ରିଚାର୍ଜ, ଡିଟିଏଚ ରିଚାର୍ଜ, ଆଦି ବିନା ଚାର୍ଜରେ କରିପାରିବେ । କିନ୍ତୁ ଆପଣଙ୍କ ଆକାଂଉଟରୁ ଡିଜିଟାଲ ୱାଲେଟରେ ଟଙ୍କା ଟ୍ରାଂନ୍ସଫର କରିବା ସମୟରେ ଆପଣଙ୍କୁ ମଧ୍ୟ କିଛି ଅତିରିକ୍ତ ଚାର୍ଜ ଦେବାକୁ ପଡିଥାଏ ।

ଏନଇଏଫଟି

ନ୍ୟାସନାଲ ଇଲେକ୍ଟ୍ରୋନିକ ଫଣ୍ଡସ ଟ୍ରାଂନ୍ଫର କିମ୍ବା ନେଫ୍ଟରେ ଟଙ୍କା କାରବାର କରିବା ପାଇଁ ଏଭଳି ମାଧ୍ୟମ ରହିଛି, ଯାହା ଇଂଟରନେଟ ବ୍ୟାକିଂ ତଥା ବ୍ୟାଙ୍କର କୌଣସି ଶାଖାକୁ ଯାଇ ଏହାର ଲାଭ ଉଠାଇପାରିବେ । ଏହି ସୁବିଧାକୁ ବ୍ୟବହାର କରିବା ଦ୍ୱାରା ବିଭିନ୍ନ ବ୍ୟାଙ୍କ ଭିନ୍ନ ଭିନ୍ନ ଚାର୍ଜିସ ଲଗାଇଥାନ୍ତି । ତେବେ ଏହି ଚାର୍ଜିସ ଟ୍ରାଂନଫର କରିବା ରାଶି ଉପରେ ନିର୍ଭର କରେ ।

ୟୁପିଆଇ

ତୁରନ୍ତ ଟଙ୍କା କାରବାର ପାଇଁ ନ୍ୟାସନାଲ ପେମେଂଟ କର୍ପୋରେସନ ଅଫ ଇଣ୍ଡିଆ(ଏନପିସିଆଇ) ପକ୍ଷରୁ ଲଂଚ କରାଯାଇଥିବା ଏହି ବ୍ୟବସ୍ଥା । ବ୍ୟାଙ୍କ ନିଜର ୟୁନିଫାଇଡ ପେମେଂଟ ଇଂଟରଫେସ କରେ, ଯେଉଁଠାରେ ଗ୍ରାହକମାନେ ଅତି ସହଜରେ ଟଙ୍କା ଟ୍ରାଂନଫର କରିପାରିବେ । କିନ୍ତୁ ଯଦି ଆପଣ ୟୁପିଆଇ ଜରିଆ କୌଣସି ଅନ୍ୟ ବ୍ୟାଙ୍କକୁ ନେଫ୍ଟ କିମ୍ବା ଆଇଏମପିଏସରେ ଟଙ୍କା ଟ୍ରାଂନଫର କରୁଛନ୍ତି, ତେବେ ଆପଣଙ୍କ ଠାରୁ ଶୁକ୍ଳ ଆଦାୟ କରାଯିବ ।

ପେମେଂଟ ବ୍ୟାକିଂ

ସରକାରଙ୍କ କ୍ୟାସବ୍ୟାକ ଦେବାନେବା ବ୍ୟବସ୍ଥା ପ୍ରୋତ୍ସାହନ ଦେଉଥିବା ଏହି ମାଧ୍ୟମ ଲୋକମାନେ ଗ୍ରହଣ କରିସାରିଛନ୍ତି । ତେବେ ଏଥିପାଇଁ କିଛି ସମୟସୀମା ରହିଛି । ୟୁଜର୍ସମାନେ ଦ୍ରୁତ ଗତିରେ ପେଟିଏମ ପେମେଂଟ ବ୍ୟାକିଂ ଓ ଏୟାରଟେଲ ପେମେଂଟ ବ୍ୟାକିଂକୁ ବ୍ୟବହାର କରିପାରିବେ । ଏହି ବ୍ୟାଙ୍କର ସଂଚାଳନ ରିଜର୍ଭ ବ୍ୟାଙ୍କ ଅଫ ଇଂଣ୍ଡିଆର ଆଦେଶ ଅନୁସାରେ ଚାଲିଥାଏ । ପେମେଂଟ ବ୍ୟାଙ୍କରେ ଖାତା ଖୋଲିବା ଓ ଟଙ୍କା ଜମା କରିବା ପାଇଁ କିଛିି ଶୁକ୍ଳ ଲାଗି ନଥାଏ, କିନ୍ତୁ ଆକାଂଉଟରୁ ଟଙ୍କା ଟ୍ରାଂନଫର କରିବା ସମୟରେ ଗ୍ରାହକଙ୍କ ଠାରୁ ନିଶ୍ଚୟ ଶୁଳ୍କ ଆଦାୟ କରାଯାଇଥାଏ ।