କୌଣସି ବି ବ୍ୟକ୍ତିଙ୍କ ହ୍ୱାଟସଆପ ଖୋଲି ପାରିବେ ଆପଣଙ୍କ ଫୋନରେ ! ଜାଣନ୍ତୁ ପୂରା ପ୍ରକ୍ରିୟା

64

ଆପଣ କୌଣସି ବି ୟୁଜରଙ୍କ WhatsAppକୁ ନିଜ ସ୍ମାର୍ଟଫୋନରେ ଖୋଲି ପାରିବେ । ଯାହାର ବି ଆକାଉଣ୍ଟ୍ ଖୋଲିଲେ ତା’ର ମେସେଜ୍ ପଢ଼ି ପାରିବେ ଓ ସେହି ନମ୍ବରରୁ ଯେକୌଣସି ବ୍ୟକ୍ତିଙ୍କୁ ମେସେଜ୍ ମଧ୍ୟ କରି ପାରିବେ । ପୁରା ଆକାଉଣ୍ଟକୁ ଆପଣ ହିଁ ଅପରେଟ୍ କରି ପାରିବେ । ଏଥିପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ, ଏକ ଫ୍ରି ଆପ୍ ମାଧ୍ୟମରେ ହୋଇ ପାରିବ । କିନ୍ତୁ ଯାହାର WhatsApp ଆକାଉଣ୍ଟ୍ ଆପଣ ଅପରେଟ୍ କରିବା ପାଇଁ ଚାହିଁବେ କେବଳ ୫ ସେକେଣ୍ଡ୍ ପାଇଁ ସେହି ସ୍ମାର୍ଟଫୋନର ଦରକାର ପଡ଼ିବ । ଜାଣନ୍ତୁ ପୂରା ପ୍ରକ୍ରିୟା

• ପ୍ଲେ ଷ୍ଟୋରରୁ ଫ୍ରି ଆପ୍ Whatscan for WhatsApp ଇନଷ୍ଟଲ୍ କରନ୍ତୁ ।

• ଆପକୁ ଖୋଲନ୍ତୁ । ଯେଉଁ ଭାଷାରେ ବ୍ୟବହାର କରିବା ପାଇଁ ଚାହୁଁଛନ୍ତି ତା’କୁ ସିଲେକ୍ଟ୍ କରନ୍ତୁ ।

• ଯଦି ପାସଓ୍ଵାର୍ଡ ଦେବା ପାଇଁ ଚାହୁଁଛନ୍ତି ତା’ହେଲେ ପାସଓ୍ଵାର୍ଡ ସେଟ୍ କରନ୍ତୁ ।

• ଏବେ ଏକ QR କୋଡ୍ ସ୍କ୍ରିନରେ ଆସିବ। ଏହି କୋଡ୍ ଦ୍ୱାରା ଅନ୍ୟ WhatsApp ଖୋଲି ହେବ ।

• ଯାହାର WhatsApp ଖୋଲିବା ପାଇଁ ଚାହୁଁଛନ୍ତି ଏହି କୋଡକୁ ଆପଣ ସେହି ସ୍ମାର୍ଟଫୋନ୍ ସହ ସ୍କାନ୍ କରନ୍ତୁ ।

• କୋଡ୍ ସ୍କାନ୍ ହେଲା ମାତ୍ରେ ଆପଣଙ୍କ ଫୋନରେ ଆକାଉଣ୍ଟ୍ ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥାଏ ।

• ଏବେ ଆପଣଙ୍କୁ ଫୋନରେ ଅନ୍ୟ WhatsApp ଆକାଉଣ୍ଟର ସମସ୍ତ ମେସେଜ୍, ଫଟୋ ଇତ୍ୟାଦି ଦେଖାଯିବ ।

• ଆପଣ ଚାହିଁଲେ ଚାଟିଙ୍ଗ୍ କରି ପାରିବେ, ହେଲେ ଏହି ଚାଟ୍ ସେହି ଫୋନରେ ମଧ୍ୟ ଦେଖାଯିବ ଯାହାର WhatsApp ଆପଣ ଖୋଲିଛନ୍ତି ।

• ଏହି ଆକାଉଣ୍ଟକୁ ମେନ୍ୟୁ ବାରକୁ ଯାଇକି କିମ୍ବା ସେହି ଫୋନରେ ମଧ୍ୟ ଲଗଆଉଟ୍ କରି ପାରିବେ ଏହି ଆକାଉଣ୍ଟ୍ ଯାହାର।