ପାନକାର୍ଡଧାରୀଙ୍କ ପାଇଁ ଲାଗୁ ହେଲା ବଡ ନିୟମ । ଉଲ୍ଲଘଂନ କଲେ ଦେବାକୁ ପଡିପାରେ ୧୦ ହଜାର ଟଙ୍କା ଜରିମାନା

87

ନିକଟ ଅତିତରେ ମୋଦି ସରକାରଙ୍କ ଦ୍ୱାରା ଅନେକ ନୂଆ ନୂଆ ନିୟମମାନ କାର୍ଯ୍ୟକାରୀ ହୋଇଛି । ଯେଉଁଥିରେ କିଛି ନିୟମ ଲୋକଙ୍କ ପାଇଁ ଭଲ ପ୍ରମାଣିତ ହୋଇଥିବା ବେଳେ କିଛି ନିୟମ ବଢାଇ ଦେଇଛି ଲୋକଙ୍କର ଚିନ୍ତା । ସାଧାରଣ ଜନତାଙ୍କ ପାଇଁ ସବୁଠାରୁ ବେଶି ମୁଣ୍ଡ ବିନ୍ଧାର କାରଣ ସାଜିଥିଲା ଆଧାର କାର୍ଡ । ତେବେ ସୁପ୍ରିମକୋର୍ଟଙ୍କ ନିଷ୍ପତି ପରେ ଲୋକଙ୍କର ସବୁ ଭୟ ଆଶଙ୍କା ଏକ ପ୍ରକାରେ ଦୂରିଭୁତ ହୋଇଛି । ହେଲେ ଏବେବି ବିଦଳ ଟଳିନି କାରଣ ଆଧାର ପରେ ପାନକାର୍ଡ ଏକ ବହୁତ ବଡ ସମସ୍ୟା ଭାବେ ଉଭାହୋଇଛି । ଇତିମଧ୍ୟରେ ଖବର ଆସିଛି କି ଯଦି କୌଣସି ବ୍ୟକ୍ତିଙ୍କ ନିକଟରେ ଦୁଇରୁ ଅଧିକ ପାନକାର୍ଡ ରହିଛି ତେବେ ଉକ୍ତ ବ୍ୟକ୍ତିବିଶେଷଙ୍କୁ ହଜାର କି ଦୁଇ ହଜାର ନୁହଁ ବରଂ ୧୦ ହଜାର ଟଙ୍କା ଜରିମାନା ବାବଦକୁ ଗଣିବାକୁ ପଡିବ ।

ମିଳିଥିବା ସୂଚନା ମୁତାବକ, ସାଧାରଣତଃ ଏଭଳି ହୋଇଥାଏ କି, ଯଦି କୌଣସି ବ୍ୟକ୍ତିଙ୍କର ପାନ କାର୍ଡ ହଜି ଯାଉଛି ତେବେ ସେ ନିଜ ପାନକାର୍ଡର ଏକ ଡ୍ୟୁପ୍ଲିକେଟ୍ ପାନକାର୍ଡ ବନାଇ ନିଅନ୍ତି କିମ୍ବା କୌଣସି ନୂଆ ପାନକାର୍ଡ ପ୍ରସ୍ତୁତ କରିଦେଇଥାନ୍ତି ଆଉ ଏହାର ବ୍ୟବହାର କରିଥାନ୍ତି । କିନ୍ତୁ ବର୍ତ୍ତମାନ ସରକାରଙ୍କ ତରଫରୁ କିଛି ନିୟମଗୁଡିକରେ ପରିବର୍ତ୍ତନ ଅଣାଯାଇଛି । ଯଦି ଆପଣ ଏଭଳି କିଛି ଭୁଲ କରନ୍ତି ତେବେ ଆପଣଙ୍କୁ ୧୦ ହଜାର ଟଙ୍କା ଜରିମାନା ବାବଦକୁ ଭରିବାକୁ ପଡିପାରେ ।

ତେବେ ଯଦି ଆପଣଙ୍କ ପାନକାର୍ଡ ହଜି ଯାଇଛି କିମ୍ବା ଯଦି ଆପଣ ସେହି ପାନକାର୍ଡର ଏକ ଡ୍ୟୁପ୍ଲିକେଟ୍ ପ୍ରସ୍ତୁତ କରିଛନ୍ତି କିମ୍ବା କୌଣସି ନୂଆ ପାନକାର୍ଡ ପ୍ରସ୍ତୁତ କରିଛନ୍ତି ଆଉ ତାର ବ୍ୟବହାର ଆପଣ କରୁଛନ୍ତି । ସେହିପରି ଯଦି ଆପଣଙ୍କ ପୁରୁଣା ପାନକାର୍ଡ କିଛି ଦିନ ପରେ ମିଳିଯାଏ । ଆଉ ଆପଣ ଦୁଇଟି ଯାକ ପାନକାର୍ଡ ବ୍ୟବହାର କରୁଛନ୍ତି ତେବେ ଏଭଳି କରିବା ଦଣ୍ଡନୀୟ ହୋଇପାରେ । ତେଣୁ ଭଲ ହେବକି ଆପଣ ଦୁଇଟି ଯାକ ମଧ୍ୟରୁ ଗୋଟିଏ କାର୍ଡକୁ ତୁରନ୍ତ ରଦ୍ଦ କରିଦିଅନ୍ତୁ । କାରଣ ଗୋଟିଏରୁ ଅଧିକ ପାନକାର୍ଡ ଥିଲେ ସରକାରଙ୍କ ନୂଆ ନିୟମ ଅନୁସାରେ ଇନକମ ଟ୍ୟାକ୍ସ ଡିପାର୍ଟମେଂଟ ଆପଣଙ୍କୁ ୧୦ ହଜାର ଟଙ୍କାର ଜରିମାନା ଲଗାଇପାରନ୍ତି ।