ଏୟାରଟେଲ୍ ବନାମ ଜିଓ ! ଏୟାରଟେଲ ୪ଜି ହଟସ୍ପର୍ଟ ହେଲା ୫୦ ପ୍ରତିଶତ ଶସ୍ତା, ଜିଓଫାଇକୁ ଦେବ ଟକ୍କର

38

ଶସ୍ତା ପ୍ଲାନ ରେସରେ ରିଲାଏନ୍ସ ଜିଓକୁ ସବୁବେଳେ ଟକ୍କର ଦେଇଆସୁଥିବା ଟେଲିକମ୍ କଂପାନୀ ଭାରତୀ ଏୟାରଟେଲ ଏବେ ପୁଣି ଏକ ଦମଦାର ଅଫର ଘୋଷଣା କରିଛି । ଯେଉଁଥିରେ ଜିଓ ଭଳି ଏୟାରଟେଲ ତାର ହଟସ୍ପର୍ଟକୁ ପାଖାପାଖି ୫୦ ପ୍ରତିଶତ ରିହାତିରେ ଭେଟିଦେଉଛି ।

ସୂଚନା ମୁତାବକ, ଚଳିତ ବର୍ଷ ଦିପାବଳୀ ଅବସରରେ ରିଲାଏନ୍ସ ଜିଓ ଲଂଚ କରିଥିବା ଏମ୨୫ ରାଉଟରର ଦାମକୁ ୫୦ ପ୍ରତିଶତକୁ କମାଇ ଦେଇଛି । ଯାହାକି ବର୍ତ୍ତମାନ ବଜାରରେ ୯୯୯ ଟଙ୍କାରେ ଉପଲବ୍ଧ । ଏହାକୁ ଦୃଷ୍ଟିରେ ରଖି ଏୟାରଟେଲ ମଧ୍ୟ ନିଜର ୪ଜି ହଟସ୍ପର୍ଟ ଏବଂ ୪ଜି ଡଙ୍ଗଲର ଦାମରେ ୫୦ ପ୍ରତିଶତ ରିହାତି ଦେଇଛି । କଂପାନୀ ତାର ୪ଜି ହଟସ୍ପର୍ଟର ଦାମ ୯୯୯ଟଙ୍କା ପର୍ଯ୍ୟନ୍ତ ରଖିଥିଲା । ଯାହାକି କେବଳ କେରଳବାସୀଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । କଂପାନୀ ଏହାର ମୂଲ୍ୟକୁ ୧,୫୦୦ପର୍ଯ୍ୟନ୍ତ ରଖିଥିଲା ହେଲେ ପୁଣି ଥରେ ଏହାର ଦାମ ବୃଦ୍ଧି ପାଇ ୧,୯୫୦ଟଙ୍କାରେ ସ୍ଥିର ରହିଛି । ଏବେବି ଏହି ଦାମର ସ୍ଥାୟୀତ୍ୱକୁ ନେଇ କିଛି କୁହାଯାଇ ନପାରେ ।

ପୂର୍ବରୁ ବି ଭାରତୀ ଏୟାରଟେଲ ରିଲାଏନ୍ସ ଜିଓକୁ ଟକ୍କର ଦେବାକୁ ଯାଇ ଏକ ନୂଆ ପ୍ଲାନ ଲଂଚ କରିଛି । ଯାହାର ଦାମ ରହିଛି ୧୯୯ଟଙ୍କା ଏବଂ ଏହାର ବୈଧତା ରହିଛି ୨୮ ଦିନ । ନିକଟରେ ଜିଓ ମାଇକ୍ରୋମାସ୍କର ଏକ ଖାସ ସ୍ମାର୍ଟଫୋନ ପାଇଁ ୧୯୯ଟଙ୍କିଆ ପ୍ଲାନ ଲଂଚ କରିଛି । ଯେଉଁଥିରେ ଅସୀମ କଲିଂ ସହିତ ପ୍ରତିଦିନ ବାବଦକୁ ମିଳିବ ୧ଜିବି ଡାଟା ।

ସେହିପରି, ଏୟାରଟେଲର ୧୯୯ଟଙ୍କିଆ ପ୍ଲାନରେ ଗ୍ରାହକଙ୍କୁ ମିଳିବ ଲୋକାଲ ଏବଂ ଏସଟିଡି କଲର ସୁବିଧା । ନ୍ୟାସନାଲ ଏବଂ ଲୋକାଲ୍ ରୋମିଂର ସୁବିଧା ମଧ୍ୟ ଏହି ପ୍ଲାନରେ ଉପଲବ୍ଧ । ଏୟାରଟେଲର ଏହି ୧୯୯ଟଙ୍କିଆ ପ୍ଲାନରେ ପ୍ରତିଦିନ ହିସାବରେ ମିଳିବ ୧ଜିବି ଡାଟା ୩ଜି/୪ଜି ସହିତ ନ୍ୟାସନାଲ ଏସଏମଏସର ବି ସୁବିଧା ମିଳିବ । ତେବେ ଏହି ପ୍ଲାନର ବୈଧତା ରହିଛି ୨୮ ଦିନ ।

ସୌଜନ୍ୟ: ଆଜତକ୍