ବିପଦରେ ୭ ଲକ୍ଷ କର୍ମଚାରୀଙ୍କ ଚାକିରୀ ! ଆଇଟି ଏବଂ ବିପିଓ କ୍ଷେତ୍ର ହୋଇପାରେ ଅଧିକ ପ୍ରଭାବିତ

30

ସୂଚନା ଓ ପ୍ରଯୁକ୍ତିବିଦ୍ୟା ଏବଂ ବିପିଓ କ୍ଷେତ୍ରରେ ତଥା ସ୍ୱୟଂଚାଳିତ ଉପକରଣର ବ୍ୟବହାରର ପ୍ରଭାବ ଏହି କ୍ଷେତ୍ର ପରିସରରେ ଆସୁଥିବା ପାଖାପାଖି ୭ ଲକ୍ଷ ଚାକିରୀ ଉପରେ ପଡିବ । ୨୦୨୨ ମଧ୍ୟରେ ଏହିସବୁ କ୍ଷେତ୍ରରେ କାମ କରୁଥିବା ତଥା କମ୍ ଦକ୍ଷତା ସଂପର୍ଣ୍ଣ କର୍ମଚାରୀଙ୍କ ଚାକିରୀ ଯିବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଏକଥା ଆମେ କହୁନାହୁଁ ବରଂ ନିକଟରେ କରାଯାଇଥିବା ଏକ ଗବେଷଣାରୁ ଏଭଳି ସାଘାଂତିକ ତଥ୍ୟ ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ଆମେରିକାର ଏକ ଗବେଷଣା କେନ୍ଦ୍ର ତଥା ଏଚଏଫଏସ ରିସର୍ଚ୍ଚ ସେଂଟର ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରେ ଏଭଳି ତଥ୍ୟ ଦର୍ଶାଯାଇଛି । ରିପୋର୍ଟରେ କୁହାଯାଇଛି କି, ଏହି ସମୟସୀମା (୨୦୨୨) ଭିତରେ ମଧ୍ୟମ ଏବଂ ଉଚ୍ଚ କୌଶଳ ବା ଦକ୍ଷତା ଥିବା କର୍ମଚାରୀମାନଙ୍କର ଚାକିରୀ ସୁଯୋଗ ବୃଦ୍ଧି ପାଇବ ।

ଅଟୋମେସନ ତଥା ସ୍ୱୟଂଚାଳିତ ଉପକରଣର ବ୍ୟବହାର ଦ୍ୱାରା ଚାକିରୀ କ୍ଷେତ୍ରରେ ସୁଯୋଗ ହ୍ରାସ ପାଇବା ଭଳି ଖବର ସାମ୍ନାକୁ ଆସିବା କୌଣସି ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ମଧ୍ୟ ଏହାକୁ ନେଇ ଅନେକ ଖବର ତଥା ବିଭିନ୍ନ ତର୍କ ବିତର୍କ ବି ହୋଇସାରିଛି । ତେବେ ଇଂଜିନିୟରିଂ, ବିଭିନ୍ନ ନିର୍ମାଣ କାର୍ଯ୍ୟ, ବାହନ, ଆଇଟି ଏବଂ ବ୍ୟାଙ୍କ ଭଳି କ୍ଷେତ୍ରମାନଙ୍କରେ ଅଟୋମେସନ ଏକ ନୂଆ ପଦ୍ଧତି ଅଟେ । ତେବେ ଦିନକୁ ଦିନ ଯେଉଁଭଳି ଭାବେ ଅଟୋମେସନ ବ୍ୟବସ୍ଥାର ଚାହିଦା ବୃଦ୍ଧିପାଇବାରେ ଲାଗିବ ସେହିଭଳି ଭାବରେ ବିନିର୍ମାଣ, ଆଇଟି ଏବଂ ଆଇଟି ସମ୍ବଂଧିୟ କ୍ଷେତ୍ରମାନଙ୍କରେ ଓ ସୁରକ୍ଷା ସେବା ଏବଂ କୃଷି କ୍ଷେତ୍ରରେ ଏହାର ଗଭୀର ପ୍ରଭାବ ଦେଖିବାକୁ ମିଳିବ ।

ଅଟୋମେସନ ଏବଂ ଆଂଟିଫିସିଆଲ ଇଂଟେଲିଜେନ୍ସିର ବ୍ୟବହାର ବୃଦ୍ଧି ପାଇବା ଦ୍ୱାରା ଭାରତର ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ବିପିଓ ଉଦ୍ୟୋଗ କ୍ଷେତ୍ରଗୁଡିକରେ କାମକରୁଥିବା କମ୍ ଦକ୍ଷତା ସଂପନ୍ନ କର୍ମଚାରୀଙ୍କ ସଂଖ୍ୟା ୨୦୧୬ରେ ହ୍ରାସ ପାଇ ୨୪ ଲକ୍ଷରେ ରହିଛି । ଯାହାକି ୨୦୨୨ ବେଳକୁ ଏହା ପାଖାପାଖି ୧୭ ଲକ୍ଷକୁ ହ୍ରାସ ପାଇବାର ଆକଳନ କରାଯାଇଛି ।

ଅନ୍ୟପଟେ, ଆଜିକା ସ୍ଥିତିରେ ମଧ୍ୟମ କୌଶଳ ବା ଦକ୍ଷତା ସଂପନ୍ନ କର୍ମଚାରୀ ଥିବା ଚାକିରୀ ସଂଖ୍ୟା ୨୦୨୨ ଭିତରେ ବୃଦ୍ଧି ପାଇ ୧୦ ଲକ୍ଷରେ ପହଂଚି ଯାଇପାରେ, ଯାହାକି ୨୦୧୬ରେ ୯ ଲକ୍ଷ ଥିଲା । ସେହିଭଳି ଉଚ୍ଚ କୌଶଳ ବା ଦକ୍ଷତା ସଂପନ୍ନ କର୍ମଚାରୀ ଥିବା ଚାକିରୀ ସଂଖ୍ୟା ମଧ୍ୟ ୨୦୨୨ ଭିତରେ ବୃଦ୍ଧି ପାଇ ୫,୧୦,୦୦୦ ହୋଇପାରେ ଯାହକି ୨୦୧୬ରେ ୩,୨୦,୦୦ ରହିଥିଲା ।

ଏଠାରେ ଆମେ କହି ରଖୁଛୁ କି, ଭାରତରେ ଚାକିରୀ କ୍ଷେତ୍ରରେ ତଥା ଗ୍ଲୋବାଲ ସ୍ତରରେ କମ୍ ଦକ୍ଷତା ତଥା କୌଶଳ ଥିବା ଚାକିରୀମାନଙ୍କ ସଂଖ୍ୟାରେ ୩୧ ପ୍ରତିଶତ ହ୍ରାସ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି । ଯେବେକି ମଧ୍ୟମ ଦକ୍ଷତା ସଂପନ୍ନ ଚାକିରୀ କ୍ଷେତ୍ରରେ ୧୩ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ଉଚ୍ଚ ଦକ୍ଷତା ସଂପନ୍ନ ଚାକିରୀ କ୍ଷେତ୍ରରେ ୫୭ ପ୍ରତିଶତ ବୃଦ୍ଧି ପାଇବାର ଅନୁମାନ କରାଯାଇଛି । ତେବେ ସ୍ୱୟଂଚାଳିତ ବ୍ୟବସ୍ଥା ଗ୍ରହଣ କରିବା କାରଣରୁ ୨୦୨୨ ମଧ୍ୟରେ ଭାରତୀୟ ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ବିପିଓ କ୍ଷେତ୍ରରେ ହ୍ରାସ ପାଇ ଏହା ୩,୨୦,୦୦ ରହିପାରେ ବୋଲି ଅନୁମାନ କରାଯାଇଛି ।

ସୌଜନ୍ୟ: ଏନଡିଟିଭି ନ୍ୟୁଜ୍