ସରକାରୀ ଚାକିରି ଚାହୁଁଛନ୍ତି କି ? ତେବେ ଏଠାରେ କରନ୍ତୁ ଆବେଦନ । ତୁରନ୍ତ ମିଳିବ ହେଲେ ଗୋଟିଏ ସର୍ତ୍ତରେ

42

ସରକାରୀ ଚାକିରି ପାଇଁ ଇଚ୍ଛା ରଖୁଥିବା ଯୁବକଙ୍କୁ ଯୌତୂକ ମୋହ ଛାଡିବାକୁ ହେବ । ଯଦି ବିବାହ ସମୟରେ ଆପଣ ଯୌତୂକ ପାଇଁ ଦାବି କରନ୍ତି ତେବେ ଆପଣ ଏହି ଚାକିରି ଛାଡିବାକୁ ବାଧ୍ୟ । ସର୍ବ ପ୍ରଥମେ ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ କି, ଏଭଳି ଏକ ଆଶ୍ଚର୍ଯ୍ୟକର ନିୟମ ପାଳନ କରାଯାଉଛି ହରିୟାଣାରେ । ହରିୟାଣା ସରକାର ତଥା ମନୋହର ଲାଲଙ୍କ ସରକାର ଯୌତୂକ ଭଳି କୁତ୍ସିତ ପ୍ରଥାକୁ ଦେଶରୁ ସବୁଦିନ ପାଇଁ ଦୂର କରିବା ଉଦ୍ଦେଶ୍ୟରେ ଏଭଳି ଏକ ବଡ ନିଷ୍ପତି ଉଠାଇଛନ୍ତି । ଯାହାଦ୍ୱାରା କି ଯଦି କୌଣସି ଯୁବକ କୌଣସି ବି ସରକାରୀ ସେବାର ପରିସରକୁ ଆସନ୍ତି ତେବେ ତାଙ୍କୁ ଏଥିପାଇଁ ଏକ ଲିଖିତ ଆକାରରେ ଶପଥ ପତ୍ର ଦେବାକୁ ହେବ, ଯେଉଁଥିରେ ସେ ଉଲ୍ଲେଖ କରିଥିବେ କି ବିବାହ ସମୟରେ ସେ କୌଣସି ଯୌତୂକ ଦାବି କରିବେ ନାହିଁ ।

ଖାଲି ଏତିକି ନୁହେଁ ଯୌତୂକ ଦାବି ନକରିବା ଭଳି ଆଇନକୁ ମଧ୍ୟ ସେ କଡାକଡି ଭାବେ ପାଳନ କରିବେ । ତେବେ ହରିୟାଣା ସରକାରଙ୍କ ଏହି ନୂଆ ନିୟମକୁ ରାଜ୍ୟର ସମସ୍ତ ସରକାରୀ ସ୍ତରରେ ଜାରି କରିଦିଆଯାଇଛି । ହରିୟାଣା ସିଭିଲ ସେବା ତଥା ସରକାରୀ କର୍ମଚାରୀ କଣ୍ଡକ୍ଟ ନିୟମ, ୨୦୧୬ର ନିମୟ୧୮(୨) ଆଧାରରେ ମୁଖ୍ୟ ସଚିବ ଏସଂମ୍ବନ୍ଧରେ ଏକ ଚିଠି ମଧ୍ୟ ଲେଖିଛନ୍ତି । ମୁଖ୍ୟ ସଚିବ ସମସ୍ତ ବିଭାଗୀୟ ଅଧ୍ୟକ୍ଷଙ୍କୁ ଏହି ନିୟମକୁ କଡାକଡି ଭାବରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସବିଚଙ୍କ ଏହି ଚିଠିରେ ଉଲ୍ଲେଖ ରହିଛି କି, ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ବ୍ୟକ୍ତିଙ୍କୁ ନିଜ ଶ୍ୱଶୂର ଘର ପକ୍ଷରୁ ପ୍ରଦାନ କରାଯାଉଥିବା କୌଣସି ବି ପ୍ରକାର ସଂପତି କିମ୍ବା ଧନରାଶି ଇତ୍ୟାଦି ସଂପର୍କରେ ବି ସୂଚନା ଦେବାକୁ ପଡିବ । ପ୍ରତ୍ୟେକ ସରକାରୀ କର୍ମଚାରୀଙ୍କୁ ବିବାହ ପୂର୍ବରୁ ବିଭାଗାଧ୍ୟକ୍ଷଙ୍କୁ ଏକ ଶପଥ ପତ୍ର ଦେବାକୁ ହେବ । ଯେଉଁଥିରେ ସେ ଲିଖିତ ଭାବେ ଜଣାଇବେ କି, ବିବାହ ସମୟରେ ସେ କୌଣସି ଯୌତୂକ ଦାବି କରିବେ ନାହିଁ କି ଆଣିବେ ନାହିଁ ।