ବଜାରକୁ ଆସିଲା ସ୍ମାର୍ଟ ଚଷମା । ଭିଡିଓ ରେକର୍ଡିଂ କରି ସୋସିଆଲ ମିଡିଆରେ କରିବ ସେୟାର

37

ଟିକିଏ ଭାବନ୍ତୁ ତ ଆପଣ ବ୍ୟବହାର କରୁଥିବା ସନଗ୍ଲାସ ଯଦି ଭିଡିଓ ରେକର୍ଡିଂ କରିପାରୁଥିବା ଆଉ ଏହି ଭିଡିଓକୁ ଆପଣଙ୍କର ଫେସବୁକ୍ ପ୍ରୋଫାଇଲରେ ଅପଲୋଡ ମଧ୍ୟ କରିପାରୁଥିବ । ତେବେ କେତେ ଭଲ ହୁଅନ୍ତା ନା । ତେବେ ଏଭଳି ଚିନ୍ତାଧାରା କେବଳ କାଳ୍ପନିକ ହୋଇପାରେ, ବାସ୍ତବ ନୁହେଁ ବୋଲି ଆପଣ ଭାବୁଥିବେ । ହେଲେ ଆପଣଙ୍କର ଏହି ଭାବନା ବର୍ତ୍ତମାନ ସତ ହେବାକୁ ଯାଉଛି । କାରଣ ବର୍ତ୍ତମାନ ବଜାରକୁ ଆସିଛି ସ୍ମାର୍ଟ ଗ୍ଲାସ୍ । ଯାହାକି ରେକର୍ଡିଂ କରି ଫେସବୁକରେ ଭିଡିଓକୁ ଅପଲୋଡ କରିପାରେ । ତେବେ ଆସନ୍ତୁ ଜାଣିବା ଏହି ଚଷମା ସଂପର୍କରେ ଅଧିକ ସୂଚନା ।

ଏହି ସ୍ମାର୍ଟ ଗ୍ଲାସର ନାଁ ହେଉଛି ACE Eyewear । ଏହି ସନଗ୍ଲାସ ଜରିଆରେ ଫେସବୁକ, ସ୍ନାପଚାର୍ଟ, ଇନଷ୍ଟାଗ୍ରାମ, ୟୁଟ୍ୟୁବ ଆଦିରେ ଉଭୟ ଭିଡିଓ ଏବଂ ଫଟୋ ମଧ୍ୟ ପୋଷ୍ଟ କରାଯାଇପାରିବ । ତେବେ ଏହି ସ୍ୱତନ୍ତ୍ର ସନଗ୍ଲାସଟିର ନିର୍ମାତା ହେଉଛି Acton ନାମକ କଂପାନୀ । ଏହି ସନଗ୍ଲାସରେ ୮ ମେଗାପିକ୍ସଲର କ୍ୟାମେରା ଦିଆଯାଇଛି, ଯାହାକି ଏଚଡି ଫର୍ମାଟରେ ଭିଡିଓ ରେକର୍ଡିଂ କରିପାରିବ । ସେହିପରି କ୍ୟାମେରାର ୱାଇଣ୍ଡ ଆଗେଲ୍ ରହିଛି ୧୨୦ ଡିଗ୍ରୀ । ଚଷମାର ବାମ ପାଖର ଠିକ୍ ଉପରି ଭାଗରେ ରେକର୍ଡିଂ ଅନ କରିବାର ସୁଇଚ୍ ମଧ୍ୟ ଦିଆଯାଇଛି ।

କଂପାନୀର ଦାବି ରହିଛି କି, ଏଥିରେ ବ୍ୟବହୃତ ହୋଇଥିବା ବ୍ୟାଟେରୀରେ ପାଖାପାଖି ଦେଢ ଘଂଟା କାଳ ଲଗାତର ଭାବରେ ରେକର୍ଡିଂ କରିବାର ସକ୍ଷତା ରହିଛି । ସେହିପରି ଏଥିରେ ୪ଜିବି ଷ୍ଟୋରେଜ ରହିଥିବା ବେଳେ ଚଷମାଟି ଭଭୟ ଡଷ୍ଟ ଏବଂ ୱାଟରପ୍ରୁଫ୍ ଅଟେ । ତେବେ ଏହି ସ୍ମାର୍ଟ ସନଗ୍ଲାସର ମୂଲ୍ୟ ରହିଛି ୯୯ ଡଲାର ଅର୍ଥାତ୍ ପାଖାପାଖି ୬,୨୭୨ ଟଙ୍କା ।