ପାନ, ସିମ ପରେ ଏବେ ଆଉ ଏକ ସେବା ହେଲା ସାମିଲ ! ତୁରନ୍ତ ଆଧାର ସହ ଲିଙ୍କ କରିବାକୁ ନିର୍ଦ୍ଦେଶ, ନଚେତ ମିଳିବ ନାହିଁ ଟଙ୍କା

48

ବିଭିନ୍ନ ଜନହିତକର ଯୋଜନା ଏବଂ ସେବାଗୁଡିକ ପାଇଁ ଏବେ ଆଧାର କାର୍ଡକୁ ବାଧ୍ୟତାମୂଳକ କରାଯାଇଛି । ତେବେ ସେ ରାସନ କାର୍ଡ ହେଉ କିମ୍ବା ଆପଣ ବ୍ୟବହାର କରୁଥିବା ମୋବାଇଲ ସିମ । ଏବେ ସବୁକିଛି ଆଧାର ବିନା ଅଚଳ ହୋଇଯିବ । ମୋଟ ଉପରେ କହିଲେ ଆଧାର ବିନା ଏବେ ସବୁ ଅଚଳ । ତେବେ ଏଥିରେ ସାମିଲ ହୋଇଛି ପୁଣି ଏକ ସେବା ଆଉ ସେ ହେଲା ବୀମା । ତେଣୁ ଯଦି ଆପଣ କୌଣସି ବି ବ୍ୟକ୍ତିଗତ କିମ୍ବା ସରକାରୀ କଂପାନୀରୁ ବୀମା କରିଛନ୍ତି ତେବେ ବର୍ତ୍ତମାନ ତାକୁ  ଆପଣଙ୍କୁ ଆଧାର ସହ ଲିଙ୍କ କରିବାକୁ ହେବ । ନଚେତ ଆପଣଙ୍କ ବୀମା ଅଯୋଗ୍ୟ ପ୍ରମାଣିତି କରିଦିଆଯିବ । ତେବେ ଜାଣନ୍ତୁଏସଂପର୍କରେ ୫ଟି ବିଶେଷ କଥା ।

• ନିକଟରେ ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣର ନିଦ୍ଦେଶକ୍ରମେ ଆଧାରକୁ ବୀମା ପଲିସି ସହିତ ଯୋଡିବା ବାଧ୍ୟତାମୂଳକ ଅଟେ । ନିୟାମକ ବୀମା କଂପାନୀଗୁଡିକୁ ଏହି ନିୟମକୁ ପାଳନ କରିବାକୁ କହିଛି । ତେବେ ଆଇଆରଡିଏଆଇ ବତ୍ତମାନ ପଲିସି ପାଇଁ ଆଧାର ସଂଖ।। ଯୋଡିବାର ସମୟ ସଂପର୍କରେ କୌଣସି ସୂଚନା ଦେଇନାହିଁ ।

• ବୀମା ନିୟାମକ ସମସ୍ତ ଜୀବନ ବୀମା ଏବଂ ସାଧାରଣ ବୀମା କଂପାନୀଗୁଡିକୁ ପଠାଇଥିବା ନିର୍ଦ୍ଦେଶନାମାରେ  ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ କହିଛି । ତେବେ ଏହି ସର୍କୁଲାର ପରେ ମୋଟର ବୀମା ଧାରକଙ୍କୁ ନିଜର ବାହନ ବୀମା ପଲିସିକୁ ଆଧାର ସହିତ ଯୋଡିବାକୁ ପଡିବ । ଯାହାର ସଂଖ୍ୟା ବହୁତ ଅଧିକ ।

• ଆଇଆପଡିଏଆଇ ସମସ୍ତ ବିମାଧାରକଙ୍କୁ ସେମାନଙ୍କର ଜୀବନ ବୀମା ପଲିସିକୁ ଆଧାର ସହ ଲିଙ୍କ କରିବାକୁ କହିଛି । ଯାହାକି ବାଧ୍ୟତାମୂଳକ ଅଟେ । ଅର୍ଥାତ୍ ପଲିସି ତେଣିକି ଆଇଫ ଇନସୁରାନ୍ସ ହେଉ କିମ୍ବା ଅନ୍ୟ କିଛି, ଆପଣ ତାକୁ ଆଧାର ସହ ଲିଙ୍କ କରିବାକୁ ବାଧ୍ୟ ।

• ଆଇଆରଡିଏଆଇ ନୂଆ ନିର୍ଦ୍ଦେଶନାମାରେ କହିଛି କି, ଧନ-ସଂଶୋଧନ ନିୟମ ୨୦୧୭ ଅନ୍ତର୍ଗତ ସମସ୍ତ ଜୀବନ ବୀମା ଏବଂ ସ୍ୱାସ୍ଥ୍ୟ ବୀମାଧାରକଙ୍କୁ ସେମାନଙ୍କ ବୀମା ପଲିସିକୁ ଆଧାର ସହ ଲିଙ୍କ କରିବା  ବାଧ୍ୟତାମୂଳକ ଅଟେ ।

ସୌଜନ୍ୟ: ଏନଡିଟିଭି ନ୍ୟୁଜ୍