ଏପ୍ରିଲ ପହିଲାରୁ ବନ୍ଦ ହେବାକୁ ଯାଉଛି ଅନେକ ସୁବିଧା । ଯଦି ଆପଣ ଏହି ସେବାର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ କରିବାକୁ ପଡିବ କେବଳ ଗୋଟିଏ କାମ

32

ଚଳିତ ମାସ ଏପ୍ରିଲ ପହିଲାରୁ ବନ୍ଦ ହୋଇଯିବ ଆପଣ ଉପଭୋଗ କରୁଥିବା ୬ଟି ସେବା । ଯଦି ଆପଣ ବେଳ ଥାଉଁ ଥାଉଁ ସରକାରଙ୍କ ନିର୍ଦ୍ଦେଶ ନମାନନ୍ତି ତେବେ ଆପଣଙ୍କୁ ଏହି ସମସ୍ତ ସେବାରୁ ବଂଚିତ କରିଦିଆଯାଇପାରେ । ତେଣୁ ବିଳମ୍ବ ନକରି ତୁରନ୍ତ କରିଦିଅନ୍ତୁ ।

ସୂଚନା ମୁତାବକ, ୩୧ ମାର୍ଚ୍ଚ ୨୦୧୮ ସୁଦ୍ଧା ଆଧାର କାର୍ଡ ଲିଙ୍କ କରିବା ବହୁତ ଜରୁରୀ ହୋଇପଡିଛି । ଯଦି ଆପଣ ଏହା ନକରନ୍ତି ତେବେ ଆପଣଙ୍କର ବ୍ୟାଙ୍କ ଆକାଉଂଟ ବନ୍ଦ ହୋଇପାରେ । ଲାଇଫ୍ ଇନସ୍ୟୁରାନ୍ସର ପଲିସି ବନ୍ଦ ହୋଇପାରେ । ଆପଣଙ୍କୁ ରିଟର୍ଣ୍ଣ ଭରିବାରେ ଅସୁବିଧା ହୋଇପାରେ । ମୋବାଇଲ୍ ସିମ ବନ୍ଦ ଅଚଳ ହୋଇପାରେ । ଅନେକ ସରକାରୀ ଯୋଜନାର ଲାଭ ଉଠାଇବାରେ ଅସୁବିଧା ହୋଇପାରେ । ତେଣୁ ତୁରନ୍ତ ଆଧାର ଲିଙ୍କ କରିଦିଅନ୍ତୁ ।

ବ୍ୟାଙ୍କ ଆକାଉଂଟ

ଆପଣଙ୍କୁ ଆପଣଙ୍କର ସମସ୍ତ ବ୍ୟାଙ୍କ ଆକାଉଂଟ ଆଧାର ଲିଙ୍କ କରିବାକୁ ହେବ । ଏଥିପାଇଁ ଡେଡଲାଇନ ୩୧ ମାର୍ଚ୍ଚ ୨୦୧୮ ଧାର୍ଯ୍ୟ କରାଯାଇଛି । ଯଦି ଆପଣ ନିର୍ଦ୍ଧାରିତ ସମୟରେ ଆଧାର ଲିଙ୍କ ନକରନ୍ତି ତେବେ ଆପଣଙ୍କର ଅର୍ଥ କାରବାର ବନ୍ଦ କରିଦିଆଯିବ । ତେଣୁ ଏଥିପାଇଁ ଆପଣ ବ୍ୟାଙ୍କର ଶାଖାକୁ ଯାଇ କିମ୍ବା ଇଂଟରନେଟ ଏବଂ ମୋବାଇଲ ଜରିଆରେ ଆଧାର ଲିଙ୍କ କରିପାରିବେ । ଆକାଉଂଟ ଲଗଇନ କରି ଅପଡେଟ୍ ଆଧାର ଉପରେ କ୍ଲିକ କରି ଆପଣଙ୍କର ଆଧାର ଜନିତ ସମସ୍ତ ତଥ୍ୟ ସଠିକ୍ ଭାବେ ଦେଇ ଏହି ପ୍ରକ୍ରିୟା ଶେଷ କରନ୍ତୁ । ଲିଙ୍କ କରିବା ପାଇଁ ଏକ ଓଟିପି ନମ୍ବର ଆବଶ୍ୟକ ପଡିବ । ଯାହା ଆପଣଙ୍କର ରେଜଷ୍ଟେସନ ମୋବାଇଲ ନମ୍ବରକୁ ଆସିବ ।

ମୋବାଇଲ ସିମ

ଏବେ ମୋବାଇଲ ସିମକୁ ଆଧାର ସହିତ ଲିଙ୍କ କରିବା ମଧ୍ୟ ବାଧ୍ୟତାମୂଳକ ହୋଇପଡିଛି । ଏଥିପାଇଁ ମଧ୍ୟ ଶେଷ ଅବଧି ୩୧ ମାର୍ଚ୍ଚ ଯାଏଁ ହିଁ ରହିଛି । ଆପଣ ଆଧାର ସେଂଟରକୁ ଯାଇ ଲିଙ୍କ କରିପାରିବେ । ଭେରିଫିକେସନ ପାଇଁ ଆପଣଙ୍କୁ ଟେଲିକମ କଂପାନୀ ସେଂଟରକୁ ଯିବାକୁ ପଡିବ । ସରକାର ଏଥିପାଇଁ ୧୪୫୪୬ ନମ୍ବର ମଧ୍ୟ ଜାରି କରିଛନ୍ତି । ଟେଲିକମ ଅପରେଟର ସାଇଟକୁ ଯାଇ ଲିଙ୍କ କରିପାରିବେ । ଦ୍ୱିତୀୟ କଥା ହେଲା, କଂପାନୀର ଆଇଭିଆର ନମ୍ବରରେ କଲ କରି ମଧ୍ୟ ଲିଙ୍କ କରିପାରିବେ ।

ପୋଷ୍ଟ ଅଫିସ ସ୍କିମ

ବର୍ତ୍ତମାନ ପୋଷ୍ଟ ଅଫିସରେ କୌଣସି ବି ପ୍ରକାରର ଆକାଉଂଟ ଖୋଲିବା ପାଇଁ ଆଧାର କାର୍ଡ ସହିତ ଲିଙ୍କ ହେବା ଜରୁରୀ ଅଟେ । ଏନଏସସି ଏବଂ ପିପିଏପ, କେଭିପି ଭଳି ଆକାଉଂଟ ପାଇଁ ମଧ୍ୟ ଏହା ଜରୁରୀ ଅଟେ । ପୋଷ୍ଟ ଅଫିସ ଆକାଉଂଟ ସହିତ ଆଧାର ଲିଙ୍କ କରିବା ପାଇଁ ରୁ ଫର୍ମ ଡାଉନଲୋଡ କରି କରିପାରିବେ । କିମ୍ବା ପୁଣି ପୋଷ୍ଟ ଅଫିସରୁ ଫର୍ମ ପ୍ରାପ୍ତ କରିପାରିବେ । ଫର୍ମକୁ ଭରିବା ପରେ ଆପଣଙ୍କୁ ପୋଷ୍ଟ ଅଫିସକୁ ଯାଇ ସବମିଟ କରିବାକୁ ପଡିବ ।
ପାନ କାର୍ଡ
ପାନ କାର୍ଡକୁ ଆଧାର ସହିତ ଲିଙ୍କ କରିବା ପାଇଁ ଆୟକର ବିଭାଗର ୱେବସାଇଟକୁ ଯିବାକୁ ହେବ । ଏଠଆରେ ପାନ କାର୍ଡ ଏବଂ ଆଧାର କାର୍ଡର ପୂରା ଡିଟେଲ୍ସ ଦେଇ ସବମିଟ୍ କରିବାକୁ ହେବ । ପ୍ରମାଣିକତାର ପ୍ରମାଣ ଦେବା ପରେ ପ୍ରୋସେସ ସଂପୂର୍ଣ୍ଣ ହୋଇଯିବ ।

ଇନସ୍ୟୁରାନ୍ସ ପଲିସି

ଇନସ୍ୟୁରାନ୍ସ ପଲିସିକୁ ଆଧାର ସହିତ ଲିଙ୍କ କରିବା ପାଇଁ ଇନସ୍ୟୁରାନ୍ସ କଂପାନୀର ୱେବସାଇଟରେ ଲଗଇନ କରନ୍ତୁ । ଏଠାରେ ପଲିସି ନମ୍ବର ଏବଂ ଡେଟ୍ ଅଫ୍ ବାର୍ଥ ଦେବାକୁ ହେବ । ଭେରିଫିକେସନ ହେବା ପରେ ଆଧାର ନମ୍ବରକୁ ଅପଡେଟ୍ କରିବାକୁ କୁହାଯିବ । ଏବେ ଏଲଆଇସି, SBI Life Insurance, ICICI Prudential Life Insurance ଏବଂ Max Life Insurance ର ଅନଲାଇନ ଆଧାର ଲିଙ୍କିଂ ସର୍ଭିସ ଉପଲବ୍ଧ ।

ମ୍ୟୁଚୁଆଲ ଫଣ୍ଡ ଫୋଲିଓ

CAMS and Karvy Computershare ର ଅନଲାଇନ ଲିଙ୍କିଂ ସର୍ଭିସ ଦେଇରଖୁଛି । ଏଥିପାଇଁ କଂପାନୀର ୱେବସାଇଟକୁ ଯାଇ Link Your Aadhaar  ଉପରେ କ୍ଲିକ୍ କରିବାକୁ ହେବ । ଫର୍ମ ଭରିବା ପରେ ତାକୁ ସବମିଟ୍ କରିଦିଅନ୍ତୁ । ଏହାପରେ ଓଟିପି ଏଂଟର କରିବାକୁ ହେବ । ଯାହାକି ରେଜିଷ୍ଟର ମୋବାଇଲ ନମ୍ବରକୁ ସେଣ୍ଡ କରାଯିବ ।