ଚେକ୍ କରିବାକୁ ଚାହୁଁଛନ୍ତି କି ଆପଣଙ୍କ ପିଏଫ ବାଲାନ୍ସ ? ତେବେ ବ୍ୟବହାର କରନ୍ତୁ ୪ଟି ସହଜ ତରିକା

140

ଯଦି ଆପଣ କୌଣସି ସରକାରୀ କଂପାନୀରେ କିମ୍ବା କୌଣସି ଘରୋଇ କଂପାନୀରେ କାମ କରୁଛନ୍ତି ତେବେ ଉକ୍ତ କଂପାନୀ ଆପଣଙ୍କ ଦରମାର ଏକ ନିର୍ଦ୍ଦିଷ୍ଟ ଭାଗ ୧୨-୧୨ପ୍ରତିଶତ କାଟି କର୍ମଚାରୀ ଭବିଷ୍ୟତ ନିଧି କାର୍ଯ୍ୟାଳୟ ତଥା ଇପିଏଫଓ ବାବଦକୁ ଜମା ରଖୁଥିବେ ନିଶ୍ଚୟ । ତେଣୁ ଯଦି ଆପଣ ଦୀର୍ଘଦିନ ହେଲା ଗୋଟିଏ କୌଣସି କଂପାନୀରେ କାମ କରୁଛନ୍ତି ଆଉ ଆପଣ ଆପଣଙ୍କର ପିଏଫ ଖାତାରେ କେତେ ଟଙ୍କା ଜମା କରାଯାଉଛି ଓ କେତେ ବାଲାନ୍ସ ରହିଛି ସେ ସଂପର୍କରେ ଜାଣିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ କରିବାକୁ କିଛି ପରିଶ୍ରମ । କାରଣ ନା ଆଜି ଆମେ ଆପଣଙ୍କୁ ଏଭଳି ୪ଟି ବିକଳ୍ପ ସଂପର୍କରେ ଜଣାଇବାକୁ ଯାଉଛୁ, ଯାହାଦ୍ୱାରା କି ଆପଣ ମଧ୍ୟ ବିନା କାହାର ସହାୟତାରେ ନିଜର ପିଏଫ ଖାତାରେ ଜମା ରାଶି ସଂପର୍କରେ ଜାଣିପାରିବେ । ତେବେ ପଢନ୍ତୁ ସଂପୂର୍ଣ୍ଣ ଖବର ।

ଇପିଏଫଓର ପୋର୍ଟାଲ ବ୍ୟବହାର କରି ଜାଣି ପାରିବେ

• ଇପିଏଫଓ ସଦସ୍ୟତା ହୋଇଥିବା ବ୍ୟକ୍ତିବିଶେଷଙ୍କର ପାସବୁକ୍ ଡବ୍ଲୁଡବ୍ଲୁ>ବ୍ଲୁ ଡଟ୍ ଇପିଏଫଇଣ୍ଡିଆ ଡଟ୍ ଜିଓଭି ଡଟ୍ ଇନରେ ଉପଲବ୍ଧ ହୋଇଥାଏ ।

• ଏହି ଇପିଏଫଓର ୱେବସାଇଟରେ ଦର୍ଶାଯାଇଥିବା ଆୱାର ସରର୍ଭିସେସ୍ ଅନ୍ତର୍ଗତ ଫର୍ ଏମପ୍ଲୋଇଜ୍ ଉପରେ କ୍ଲିକ୍ କରିବାକୁ ପଡିବ ।

• ଏହା ଉପରେ କ୍ଲିକ୍ କରିବା କ୍ଷଣି ସେଠାରେ ଏକ ନୂଆ ପେଜ ଖୋଲିବ ।

• ସେଠାରେ ଆପଣଙ୍କୁ ସର୍ଭିସ ତଳକୁ ଅନେକ ଗୁଡିଏ ଅପସନ ନଜର ଆସିବ । ଏଥି ମଧ୍ୟରୁ ଆପଣଙ୍କୁ ଅନ୍ୟ ବିକଳ୍ପ ମେମ୍ବର ପାସବୁକ୍ ଉପରେ କ୍ଲିକ୍ କରିବାକୁ ପଡିବ । ଏଭଳି କରିବା କ୍ଷଣି ଆପଣଙ୍କ ସାମ୍ନାରେ ଏକ ନୁଆ ୱିଣ୍ଡୋ ଓପନ୍ ହୋଇଯିବ ।

• ଏହି ନୁଆ ୱିଣ୍ଡୋରେ ଆପଣଙ୍କୁ ନିଜର କିଛି ତଥ୍ୟ ପୁରଣ କରିବାକୁ ପଡିବ ଏହାପରେ ଆପଣଙ୍କର ପିଏଫ ଆକାଉଂଟ୍ ସଂପର୍କରେ ସମସ୍ତ ସୂଚନା ଆପଣଙ୍କ ସାମ୍ନାର ନଜର ଆସିଯିବ ।

ଏସଏମଏସ ସାହାର୍ଯ୍ୟରେ ଜାଣି ପାରିବେ

• ଯଦି ଆପଣଙ୍କର ୟୁଏଏନ ଇପିଏଫଓ ସହିତ ରେଜିଷ୍ଟର ରହିଛି ତେବେ ଆପଣ ନିଜର ଲାଟେଷ୍ଟ କନଂଟ୍ରିବ୍ୟୁସନ ଏବଂ ପିଏଫ ବାଲାନ୍ସ ସଂପର୍କରେ ମଧ୍ୟ ସମସ୍ତ ସୂଚନା ଏସଏମଏସ ପଠାଇ ପାଇପାରିବେ ।

• ଏଥିପାଇଁ ଆପଣଙ୍କୁ ୭୭୩୮୨୯୯୮୯୯ ନମ୍ବରରେ ଏସଏମଏସ ପଠାଇାକୁ ପଡିବ ।

• ଆପଣଙ୍କୁ ଏହି ନମ୍ବରରେ ଇପିଏଫଓଏଚଓ ୟୁଏଏନଇଏନଜି ଲେଖି ପଠାଇବାକୁ ପଡିବ । ଏଠାରେ ଇଏନଜି ଆପଣଙ୍କ ତରଫରୁ କରାଯାଉଥିବା ଲିଙ୍କ ସାଧାରଣତଃ ତିନୋଟି ଅକ୍ଷର ବିଶିଷ୍ଟ ହୋଇଥିବ ।

• ଏଥିସହିତ ଏଠାରେ ମରାଠି, ହିନ୍ଦୀ, ପଂଜାବି, ଗୁଜରାଟି, କନ୍ନଡ, ତେଲୁଗୁ, ତାମିଲ, ମଲୟାଲମ ଏବଂ ବେଙ୍ଗଲୀ ଭାଷାର ବିକଳ୍ପ ମଧ୍ୟ ରଖାଯାଇଛି ।

ମିସଡ କଲ କରି ଜାଣି ପାରିବେ

• ଯଦି ଆପଣ ୟୁଏଏନ ପୋର୍ଟଲରେ ରେଜିଷ୍ଟର ରହିଛି ତେବେ ଆପଣ ୦୧୧-୨୨୯୦୧୪୦୬ରେ ମିସଡ କଲ ଦେଇ ସୂଚନା ପାଇବାରିବେ ।

• ଏଥିପାଇଁ ଆପଣଙ୍କର ମୋବାଇଲ ନମ୍ବର ଇପିଏଫଓରେ ରେଜିଷ୍ଟର ହୋଇଥିବା ଦରକାର ।

• ଏଥିସହିତ ଆପଣଙ୍କର ୟିଏଏନ ମଧ୍ୟ ବ୍ୟାଙ୍କ ଆକାଉଂଟ, ଆଧାର ନମ୍ବର ଏବଂ ପାନ ନମ୍ବର ସହ ଲିଙ୍କ ହୋଇଥିବା ଆବଶ୍ୟକ ।

ଆପ ଜରିଆରେ ଜାଣି ପାରିବେ

• ଇପିଏଫଓର ଏମ୍-ସେବା ନାମକ ଆପକୁ ଗୁଗଲ ପ୍ଲେଷ୍ଟୋରକୁ ଯାଉ ଡାଉନଲୋଡ କରିବାକୁ ପଡିବ ।

• ଏହି ଆପଟି ଆପଣଙ୍କ ମୋବାଇଲରେ ଇନଷ୍ଟଲ ହୋଇଯିବା ପରେ ଆପଣଙ୍କୁ ଏଥିରେ ଦର୍ଶା ଯାଇଥିବା ମେମ୍ବର ଅପସନ ଉପରେ କ୍ଲିକ୍ କରିବାକୁ ପଡିବ ।

• ଏହାପରେ ଏଠାରେ ଦର୍ଶାଯାଇଥିବା ବାଲାନ୍ସ ବା ପାସବୁକ୍ ଉପରେ ଆପଣଙ୍କୁ କ୍ଲିକ୍ କରିବାକୁ ହେବ ।

• ଏହାପରେ ଆପଣଙ୍କୁ ଆପଣଙ୍କର ୟିଏଏନ ନମ୍ବର ଏବଂ ରେଜିଷ୍ଟର ମୋବାଇଲ ନମ୍ବର ସେଠାରେ ଦାଖଲ କରିବାକୁ ହେବ । ଏଭଳି କରିବା ପରେ ଆପଣଙ୍କୁ ପିଏଫ ସଂପର୍କିତ ସମସ୍ତ ସୂଚନା ମିଳିଯିବ ।