ଜୀବନ ନେଇଗଲା ଶସ୍ତା ଚାର୍ଜର ! ବୋର୍ଡରେ ଲଗାଇବା କ୍ଷଣି ଜଳିଗଲେ ଯୁବକ, ଘଟଣାସ୍ଥଳରେ ହିଁ ଉଡିଗଲା ପ୍ରାଣବାୟୁ….

38

ଜୀବନ ନେଇଗଲା ଶସ୍ତା ଚାର୍ଜର । ଶସ୍ତା ଚାର୍ଜର କାରଣରୁ ଜଣେ ୩୧ ବର୍ଷୀୟ ଯୁବକଙ୍କ ଅକାଳ ବିୟୋଗ ଘଟିଛି । ଯୁବକ ଜଣକ ଫୋନରେ ଚାର୍ଜର ଲଗାଇ କଥା ହେଉଥିବା ସମୟରେ ମୋବାଇଳରେ ବିସ୍ଫୋରଣ ଘଟିଥିଲା ଆଉ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାୟବାୟୁ ଚାଲିଯାଇଥିଲା । ଏହି ଅଭାବନୀୟ ଘଟଣା ଘଟିଛି ବିଜୟୱାଡାର କାଣିଗିର ନାମକ ଜିଲ୍ଲାରେ ।  ଜିଲ୍ଲାର ଦୀପକ ଶର୍ମା ନାମକ ଜଣେ ୩୧ ବର୍ଷୀୟ ଯୁବକଙ୍କର ଫୋନରେ ବିସ୍ଫୋରଣ ହେବା କାରଣରୁ ମୃତ୍ୟୁ ଘଟିଛି । ଏବଂ ଫୋନରେ ବିସ୍ଫୋରଣ ହେବାର ମୁଖ୍ୟ କାରଣ ଥିଲା ଫୋନରେ ଲାଗିଥିବା ଚାର୍ଜର ।

ଦୀପକଙ୍କ ପରିବାର ଲୋକଙ୍କ କଥାନୁସାରେ, ଦୀପକ କିଛିଦିନ ତଳେ ସାମସଙ୍ଗ କଂପାନୀର ଏକ ସ୍ମାର୍ଟଫୋନ ଆଣିଥିଲା । ତେବେ କୌଣସି କାରଣରୁ ଫୋନର ଚାର୍ଜର ଖରାପ ହୋଇଯାଇଥିଲା ଆଉ ଦୀପକ ଘର ପାଖ ମାର୍କେଟରୁ ଏକ ଲୋକାଲ ଚାର୍ଜର ତଥା ଶସ୍ତା ଚାର୍ଜର କିଣିଆଣି ଫୋନ ଚାର୍ଜ କରୁଥିଲା । ହେଲେ କିଏ ଜାଣିଥିଲା ଏହି ଚାର୍ଜର ତା ପାଇଁ କାଳ ନେଇ ଆସିବ ବୋଲି । ଦୀପକଙ୍କ ବାପାଙ୍କ କହିବାନୁସାରେ, ‘‘ଗତ ଗୁରୁବାର ସଂଧ୍ୟାରେ ଦୀପକ ନିଜ ରୁମରେ ଚାର୍ଜର ଲଗାଇ କଥା ହେଉଥିଲା । ହଠାତ୍ ଦୀପକ ରୁମକୁ ତାର ଚିକ୍ରାର ଆସିଲା । ମୁଁ ଏବଂ ଦୀପକର ମାଆ ତାର ଚିକ୍ରାର ଶୁଣି ରୁମକୁ ଦୌଡି ଯାଇ ଦେଖିଲା ବେଳକୁ ରୁମଟି ସଂପୂର୍ଣ୍ଣ ଭାବରେ ଧୂଆଁ ଧୂଆଁ ହୋଇଯାଇଥିଲା ଆଉ ମୋ ଦୀପକ ତଳେ ପଡି ଜୋର ଜୋରରେ ଚିକ୍ରାର କରୁଥିଲା । ଆମେ ତାକୁ ତୁରନ୍ତ ମେଡିକାଲ ନେଇଯାଇଥିଲୁ ହେଲେ ଡାକ୍ତରବାବୁ ପୁଅକୁ ଦେଖି କହିଲେ କି ଆମ ଦୀପକ ଆଉ ଏଦୁନିଆରେ ନାହିଁ’ ।’’

ଡାକ୍ତରଙ୍କ କହିବା ଅନୁସାରେ, ଦୀପକକୁ ଯେତେବେଳେ ତାଙ୍କ ଘର ଲୋକ ମେଡିକାଲ ଆଣିଥିଲେ ସେତେବେଳେ ତାର ଶରୀରର ୮୦ ପ୍ରତିଶତ ଭାଗ ପୋଡି ଯାଇଥିଲା । ଆମେ ତାଙ୍କୁ ବଂଚାଇବାକୁ ବହୁତ ଚେଷ୍ଟା କରିଥିଲୁ ମାତ୍ର ତାଙ୍କୁ ବଂଚାଇପାରିଲୁ ନାହିଁ । ତେବେ ଦୀପକଙ୍କ ମୃତ୍ୟୁ ଚାର୍ଜରରେ କରେଂଟ ଲାଗିବା କାରଣରୁ ହିଁ ଘଟିଛି । ଦୀପକଙ୍କ ପରିବାର ଲୋକଙ୍କ କଥାନୁସାରେ, ସେମାନେ ଯେତେବେଳେ ଦୀପକର ଚିକ୍ରାର ଶୁଣି ତାଙ୍କ ରୁମକୁ ଯାଇଥିଲେ ସେତେବେଳେ ଦୀପକଙ୍କ ବାମ ହାତରେ ଫୋନ ଥିଲା ଆଉ ଫୋନଟି ଚାର୍ଜରେ ଲାଗିଥିଲା ।

ଯଦିଓ ଏନେଇ ଅଧିକ କିଛି ସୂଚନା ଏଯାବତ ମିଳିପାରିନାହିଁ ତେବେ ଦୀପକଙ୍କ ମୃତ୍ୟୁ ଶସ୍ତା ଚାର୍ଜର କାରଣରୁ ହିଁ ଘଟିଛି ବୋଲି ସୂତ୍ରରୁ ଜଣାପଡିଛି । ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଛି।