ବଡ ଖବର: ଆରବିଆଇ ଫେରସ୍ତ ଚାହୁଁଛି ୨ ହଜାର ଟଙ୍କିଆ ଏଭଳି ନୋଟ୍ । ଆପଣଙ୍କ ପାଖରେ ରହିଛି କି ଏହି ନୋଟ୍ ? ତେବେ ତୁରନ୍ତ ଜମା କରିଦିଅନ୍ତୁ ମିଳିପାରେ ୨୦ ହଜାର ଟଙ୍କା

34

ଯଦି ଆପଣଙ୍କ ନିକଟରେ ଏଭଳି କୌଣସି ନୋଟ୍ ରହିଛି । ଯେଉଁଥିରେ କି ଭୁଲ ପ୍ରିଂଟିଂ କିମ୍ବା କୌଣସି ଦୁର୍ଲଭ ଭୁଲ ରହିଯାଇଛି ତେବେ ଏଥପାଇଁ ଆପଣଙ୍କୁ ଟଙ୍କାର ବାସ୍ତବିକ ମୂଲ୍ୟଠାରୁ ବହୁ ଗୁଣା ଅଧିକ ଟଙ୍କା ମିଳିପାରେ । କାରଣ ଏଭଳି ନୋଟ୍ ଏବଂ କଏନର ମୂଲ୍ୟ ବଜାରରେ ଖୁବ୍ ଅଧିକ ରହିଛି । ଛପା ଯିବା ସମୟରେ ରହି ଯାଇଥିବା ନମ୍ବର, ସିରିଜ କିମ୍ବା କୌଣସି ଚିହ୍ନ ରହିଗଲେ ତେବେ ଏଭଳି ନୋଟ୍ ଆପଣଙ୍କୁ ମାଲାମାଲ କରିପାରେ । ଏହାବ୍ୟତୀତ ଯଦି କୌଣସି ପ୍ରାଚୀନ ନୋଟ୍ ଆପଣଙ୍କ ନିକଟରେ ରହିଛି ତେବେ ଏଥିପାଇଁ ମଧ୍ୟ ଅଧିକ ଟଙ୍କା ଆପଣଙ୍କୁ ମିଳିବ ।

୧୦ ହଜାର ନୋଟର ୧୦୦ ନୋଟ

ଇକୋନମିକ୍ସ ଟାଇମ୍ସରେ ପ୍ରକାଶିତ ଖବର ଅନୁସାରେ, National Numismatik Exhibitionରେ ଦେଶରେ ଏବଂ ବିଶ୍ୱରେ ନୂଆ ପୁରୁଣା ମୁଦ୍ରାଗୁଡିକର ପ୍ରଦର୍ଶନୀ ଚାଲୁଛି । ଏହି ପ୍ରଦର୍ଶନୀ ଅଲ ଇଣ୍ଡିଆ ଫାଇନ ଆଟର୍ସ ଆଣ୍ଡ କ୍ରାଫ୍ଟ ସୋସାଇଟି ତରଫରୁ ଆୟୋଜନ କରାଯାଉଛି । ଏଥିରେ ମିଂଟ ତରଫରୁ ହେବାକୁ ଥିବା କରେନ୍ସି ଏରର ତଥା ଭୁଲ ଛପା ଯାଇଥିବା ନୋଟ୍ ଏବଂ କଏନର ଦାମ ବହୁତ ଅଧିକ ରହିଛି । ୧୦୦ ଟଙ୍କାର ଗୋଟିଏ ନୋଟ୍ ଯେଉଁଥିରେ ନମ୍ବର ନଥିବ, ଯାହାକି ପାଖାପାଖି ୧୦ ହଜାର ଟଙ୍କାର ମୂଲ୍ୟ ବହନ କରିଥାଏ । ଏଭଳି ପରିସ୍ଥିତିରେ ଦୁର୍ଲଭ କଏନ , ଯେଉଥିରେ ଉଭୟ ପାଶ୍ୱରେ ହେଡ୍ ଛପା ରହିଛି ତାର ଦାମ ୩ରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । ସିରିଜ ମୁତାବକ, ନୋଟର ବାସ୍ତବିକ ମୂଲ୍ୟଠାରୁ ବହୁ ଗୁଣା ଅଧିକ ମହଙ୍ଗା ଅଟେ ।

ଦୁର୍ଲଭ ଭୁଲର ଅଧିକ ଦାମ

Numismatik Exhibition ମୁତାବକ, ଟଙ୍କାର ମୂଲ୍ୟ ନୋଟ୍ ଉପରେ ହିଁ ନିର୍ଭର କରିଥାଏ । ଯେତେ ବିରଳ ତଥା ଦୁର୍ଲଭ ନୋଟ୍ ରହିଥିବ ତାର ଦାମ ମଧ୍ୟ ସେତେ ଅଧିକ ରହିବ । ଏରର କରେନ୍ସି ଭଳି ହିଁ ଏରର କରେନ୍ସିର ମଧ୍ୟ ବଡ ବଜାର ରହିଛି । ପ୍ରିଂଟିଂରେ କୌଣସି ବି ପ୍ରକାରର ଭୁଲ ଲକ୍ଷାଧିକ ନୋଟ ମଧ୍ୟରୁ ଗୋଟିଏରେ ହିଁ ରହିଥାଏ । ସରକାର ଏହି ଭୁଲ ପ୍ରତିବଦଳରେ ଅନ୍ୟ କୌଣସି ନୋଟ ଛାପି ନଥାନ୍ତି । କିଛି ଭୁଲ ଏଭଳି ବି ରହିଛି ଯାହାକୁ ପୁଣି ଥରେ ସଂଶୋଧନ କରାଯାଇପାରିନଥାଏ ।
ଏଭଳି ପରିସ୍ଥିତିରେ ଯେତେ ଅଧିକ ଦୁର୍ଲଭ ଭୁଲ ମିଳିବ ସେହି ନୋଟ୍ ସେତିକି ଉଚ୍ଚା ଦାମରେ ମିଳିବ ।

କଏନ ଉପରେ ମିଳିବ ୩ରୁ ୫ ଲକ୍ଷ ଟଙ୍କା

ଭାରତରେ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ତଥା ୧୯୩୯ ବେଳକୁ ୧ ଟଙ୍କିଆ ସିଲଭର କଏନ ଛପା ବନ୍ଦ ହୋଇଯାଇଥିଲା । ସେହି ବର୍ଷ କଏନ ବହୁତ କମ ଲୋକଙ୍କ ନିକଟରେ ହିଁ ରହିଥିଲା । ଯାହାର ଦାମ ୨ରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି । ଏହି ପ୍ରଦର୍ଶନୀରେ ପାଖାପାଖି ୧୦୦ଟି ଦେଶର ନୋଟ୍ ଏବଂ ମୁଦ୍ରାର ପ୍ରଦଶନୀ କରାଯାଉଛି । ଏଥିରେ କଏନ ଜରିଆରେ ଦିଲ୍ଲୀର ଇତିହାସ ମଧ୍ୟ ଦର୍ଶା ଯିବ ।