ଆନନ୍ଦଙ୍କ ଆଗାମୀ ଫିଲ୍ମରେ ଧନୁଷ୍

19

୨୦୧୩ରେ ରିଲିଜ ହୋଇଥିଲା ଫିଲ୍ମ ‘ରାଂଝନା’ । ଆନନ୍ଦ.ଏଲ୍.ରୟଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଥିବା ଏହି ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ ସାଉଥ୍ ଷ୍ଟାର୍ ଧନୁଷ୍ । ବକ୍ସ ଅଫିସରେ ଫିଲ୍ମଟି କମାଲ୍ ମଧ୍ୟ ଦେଖାଇଥିଲା । ସେଥିପାଇଁ ପୁଣିଥରେ ଅନନ୍ଦ ଧନୁଷଙ୍କୁ ତାଙ୍କ ଆଗାମୀ ଫିଲ୍ମରେ ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି ।

ଶାହାରୁଖଙ୍କ ସହ ଫିଲ୍ମ ଶେଷ କରିବା ପରେ ଆଗାମୀ ଫିଲ୍ମ ଧନୁଷଙ୍କ ସହ କରିବେ ଆନନ୍ଦ । ଆଉ ଏହି ସୂଚନା ଦେଇଛନ୍ତି ନିଜର ଧନୁଷ । ନିଜ ଆଗାମୀ ଫିଲ୍ମ ‘ଭିଆଇପି-୨’ର ପ୍ରମୋଶନ ସମୟରେ ଏହା କହିଛନ୍ତି ଧନୁଷ । ତେବେ କେବଳ ବଲିଉଡ୍ କିମ୍ବା ସାଉଥ୍ ଫିଲ୍ମରେ ସୀମିତ ରହିନାହାଁନ୍ତି ଧନୁଷ । ସେ ହଲିଉଡ୍ ପ୍ରତି ମଧ୍ୟ ମୁହାଁଇଲେଣି । ତାଙ୍କ ପ୍ରଥମ ହଲିଉଡ୍ ଫିଲ୍ମ ‘ ଦ ଏକ୍ସଟ୍ରାଅଡିନାରୀ ଜର୍ଣ୍ଣି ଅଫ୍ ଦ ଫକିର୍’ ର ସୁଟିଂ ଜାରି ରହିଛି । ଇତି ମଧ୍ୟରେ ସେ ହଲିଉଡ୍ ଫିଲ୍ମର ପ୍ରଯୋଜନା କରିବା ପାଇଁ ପ୍ରସ୍ତୁତ ହୋଇଯାଇଛନ୍ତି । ମୁଁ ଆଗାମୀ ଦିନରେ ହଲିଉଡ୍ ଫିଲ୍ମର ପ୍ରଯୋଜନା କରିବାକୁ ଯାଉଛି । ଏହାକୁ ନେଇ ଆଲୋଚନା ଚାଲିଛି ଏବଂ ତାହା ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଚି ବୋଲି କହିଚନ୍ତି ଧନୁଷ ।