ଅଭିନୟ ନୁହେଁ ରୂପ ଦେଖାନ୍ତି ନାୟିକା ! ନିର୍ଦ୍ଦେଶକଙ୍କ ସାଂଘାତିକ୍ ବୟାନକୁ ନେଇ ସିନେମା ଦୁନିଆ ହଲଚଲ୍

34

ସିନେମା ନାୟିକାମାନଙ୍କୁ କେବଳ ଗ୍ଲାମର ପାଇଁ ଟଙ୍କା ଦିଆଯାଏ । ଦର୍ଶକ ଟଙ୍କା ଖର୍ଚ୍ଚ କରି ସିନେମା ଦେଖିବା ପାଇଁ ଆସନ୍ତି ତେଣୁ ସେମାନଙ୍କୁ ଖୁସି କରିବା ନାୟିକାଙ୍କ କାମ । ଏଭଳି ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ଦକ୍ଷୀଣ ଭାରତୀୟ ସିନେମା ନିର୍ଦ୍ଦେଶକ ସୂରଜ ।

ନିକଟରେ ୟୁଟ୍ୟୁବ ଚ୍ୟାନେଲରେ ହୋଇଥିବା ଏକ ସାକ୍ଷାତକାରରେ ଏପରି କହିଛନ୍ତି ସୂରଜ। ଏହା ସହ ସେ କହିଛନ୍ତି ମୁଁ ସବୁବେଳେ ନାୟିକା ଛୋଟ କପଡା ପିନ୍ଧନ୍ତୁ ବୋଲି ଚାହେଁ । ଡ୍ରେସ ଡିଜାଇନର ମୋ ପାଖକୁ ଆସିଲେ ମୁୁଁ ନାୟିକାଙ୍କ ପାଇଁ ଛୋଟ କପଡା ହିଁ ରଖେ । ଏମିତିରେ ନାୟିକା ମାନେ ଅମଙ୍ଗ ହେଲେ ମଧ୍ୟ ମୁଁ ସେଥିପ୍ରତି ଧ୍ୟାନ ଦିଏନି ।

ତେବେ ସୂରଜଙ୍କ ଏପରି ମନ୍ତବ୍ୟକୁ ଲୋକପ୍ରିୟ ଅଭିନେତ୍ରୀ ତମନ୍ନା ଭାଟିଆ ଓ ନୟନତାରା ଘୋର ବିରୋଧ କରିଛନ୍ତି । ନୟନତାରା କହିଛନ୍ତି କି ସିନେମାର ଜଗତ ସହ ଜଡିତ କୌଣସ ବ୍ୟକ୍ତି କିପରି ଏପରି ଖରାପ ମନ୍ତବ୍ୟ ଦେଇପାରେ । ଅଭିନେତ୍ରୀ ମାନଙ୍କୁ ଏପରି ଖରାପ ଟିପ୍ପଣୀ ଦେବାକୁ ସେ କିଏ ବୋଲି ପ୍ରଶ୍ନ କରିଛନ୍ତି ନୟନତାରା । ଏହା ସହ ତମନ୍ନା ଭାଟ୍ଟିଆ ମଧ୍ୟ ସୂରଜଙ୍କ ଏପରି ଟିପ୍ପଣୀରେ ବହୁତ ଦୁଃଖି ବୋଲି କହିବା ସହ କ୍ଷମା ମାଗିବା ପାଇଁ କହିଛନ୍ତି ।