ଆପଣଙ୍କୁ ଶୀଘ୍ର ବାର୍ଦ୍ଧକ୍ୟ ଗ୍ରାସ କରିବ ନାହିଁ ! ଖାଆନ୍ତୁ ଏହି ଫଳ

60

ଆମ ସମସ୍ତଙ୍କର ଇଚ୍ଛା ଥାଏ ଆମେ ଶୀଘ୍ର କେମିତି ବୁଢା ଦେଖାଯିବାନି ଏବଂ ଆମକୁ କେମିତି ଶୀଘ୍ର ବାର୍ଦ୍ଧକ୍ୟ ଗ୍ରାସ କରିବନି ସେ ଉପରେ ଆମ ସମସ୍ତଙ୍କର ନଜର ରହିଥାଏ । ଏବେ ଆମେ ଏମିତି ଏକ ଫଳ ବିଷୟରେ ଜାଣିବା ଯାହାକୁ ଆମେ ଖାଇବା ଦ୍ୱାରା ଆମକୁ ଶୀଘ୍ର ବାର୍ଦ୍ଧକ୍ୟ ମଧ୍ୟ ଗ୍ରାସ କରିପାରିବନି । ଏହି ଫଳକୁ “ଡ୍ରେଗନ୍’ ଫଳ ବୋଲି କୁହାଯାଏ । ଏହି ଫଳ ପିତାୟା କିମ୍ନା ଷ୍ଟ୍ରବେରୀ ପିୟର ନାମରେ ମଧ୍ୟ ସମସ୍ତଙ୍କ ପାଖରେ ପରିଚିତ ।

ଉପରକୁ ଆବୁଡା ଖାବୁଡା ଦେଖାଯାଉଥିବା ଏହି ଫଳ କିନ୍ତୁ ଭିତରୁ ବହୁତ କୋମଳ ଏବଂ ଖାଇବା ପାଇଁ ବହୁତ ଭଲ ଲାଗିଥାଏ । ଏହାର ଉପକାରିତା ସମ୍ପର୍କରେ ଜାଣିଲା ପରେ କେହି ମଧ୍ୟ ଏହାକୁ ନ’ଖାଇ ରହିପାରିବେ ନାହିଁ ।ଆଜିକାଲି ହାର୍ଟ ଜନିତ ସମସ୍ୟା ପ୍ରାୟତଃ ସମସ୍ତଙ୍କ ପାଖରେ ଦେଖାଯାଉଛି, ଏହି ସମସ୍ୟା ପାଇଁ “ଡ୍ରେଗନ୍’ ଫଳ ବହୁତ ଉପକାରୀ ସାବ୍ୟସ୍ତ ହୋଇଥାଏ ।

ଏହି ଫଳ ଶରୀର ମଧ୍ୟରେ କୋଲେଷ୍ଟ୍ରଲର ପରିମାଣକୁ କମାଇଥାଏ । “ଡ୍ରେଗନ୍’ ଫଳ ଶରୀର ମଧ୍ୟରେ ସୁଗରର ପରିମାଣକୁ ଠିକ୍ ରଖିବାରେ ସାହାଯ୍ୟ କରେ । ଏହି ଫଳରେ ଥିବା ଫାଇବର ବ୍ଲଡ୍ ସୁଗରର ପରିମାଣକୁ ଶରୀର ମଧ୍ୟରେ ସନ୍ତୁଳିତ ରଖିଥାଏ । ଏହାବ୍ୟତିତ ଏହା ଆମର ପାଚନକ୍ରୀୟାକୁ ମଧ୍ୟ ଠିକ୍ ରଖିଥାଏ ।

ଫ୍ରିରେଡିକଲସ୍ ଏବଂ କ୍ୟାନସର ତିଆରି କରୁଥିବା ତତ୍ୱରୁ ଶରୀରକୁ ବଂଚାଇବା ପାଇଁ ଏହିଫଳ ଖାଇବା ନିହାତି ଦରକାର । କାରଣ ଏହି ଫଳରେ ଆଂଟି ଅକ୍ସିଡେଂଟର ପରିମାଣ ଅଧିକ ରହିଥାଏ ଏବଂ ଏହା ଶରୀର ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ ।

ଡ୍ରେଗନ୍ ଫଳରେ ଆଂଟିଅକ୍ସିଡେଂଟର ପରିମାଣ ଅଧିକ ରହିଥିବାରୁ ଅସମୟରେ ବାର୍ଦ୍ଧକ୍ୟ ଗ୍ରାସ କରିପାରେ ନାହିଁ । ଏହିଫଳ ସହିତ ମହୁକୁ ମିଶାଇ ଫେସପ୍ୟାକ୍ ତିଆରି କରି ତାକୁ ନିୟମିତ ବ୍ୟବଧାନରେ ମୁହଁରେ ଲଗାଇଲେ ଏହା ଚେହେରାରୁ ଫାଇନ୍ ଲାଇନକୁ କାଢିଦେଇଥାଏ, ଏବଂ ଏହାଦ୍ୱାରା ଚେହେରାରେ ଚମକ ଆସିଥାଏ ।