ଜୀଅନ୍ତା ମଣିଷ ସରକାରୀ ରିପୋର୍ଟରେ ମୃତ : ତହସିଲଦାରଙ୍କୁ ରିପୋର୍ଟ ଦେଇଛନ୍ତି ଆରଆଇ

31

ବରଗଡ : ଜୀଅନ୍ତା ମଣିଷ ସରକାରୀ ରିପୋର୍ଟରେ କିନ୍ତୁ ମୃତ । ଏଭଳି ରିପୋର୍ଟ ତହସିଲଦାରଙ୍କୁ ଦେଇଛନ୍ତି ରାଜସ୍ୱ ନିରୀକ୍ଷକ ଆରଆଇ । ଏହା ପଛରେ ରହିଛି ଜମି ହଡପ କରିବାର ଚକ୍ରାନ୍ତ । ଏଭଳି ଏକ ଘଟଣା ଘଟିଛି ବରଗଡ ସୋହେଲା ତହସିଲ ଅନ୍ତର୍ଗତ ଗର୍ଭଣା ଗାଁରେ । ଗତ ଜୁନ ୨୦୧୫ରେ ଗର୍ଭଣା ଗାଁର ସୁରେଶ୍ୱର ପ୍ରଧାନ ବାପା ଗୌରାଙ୍ଗ ସାହୁଙ୍କ ନାଁରେ ଥିବା ଜମି ତାଙ୍କ ନାଁରେ ରେକର୍ଡ କରାଯିବାକୁ ଆବେଦନ କରିଥିଲେ । ସେସମୟରେ ଆରଆଇ ରିପୋର୍ଟ ଦେଇଥିଲେ ଯେଉଁଥିରେ ଗୌରାଙ୍ଗ ଭଉଣୀ ଶାନ୍ତି, ସତ୍ୟଭାମା, ଯଶୋବନ୍ତି ଜୀବିତ ଥିବା ବେଳେ ତାଙ୍କୁ ମୃତ ଦର୍ଶାଇ ଥିଲେ । ଏହି ରିପୋର୍ଟ ସଂପର୍କରେ ଜାଣିବା ପରେ ସତ୍ୟଭାମା ଓ ଯଶୋବନ୍ତି ତହସିଲଦାରଙ୍କ ଆଗରେ ଅଭିଯୋଗ କରିଥିଲେ । ଏହାକୁ ବିଚାର କରି ସୁରେଶ୍ୱର ପ୍ରଧାନଙ୍କ ଆବେଦନକୁ ବାତିଲ କରିଥିଲେ ତହସିଲଦାର । କିନ୍ତୁ ସେପଟେ ଏଭଳି ଭୁଲ କରିଥିବା, ମିଛ ରିପୋର୍ଟ ଦେଇଥିବା ଆରଆଇଙ୍କ ବିରୋଧରେ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ବୋଲି ପ୍ରଶ୍ନ ଉଠିଛି। ନ୍ୟୁଜ ସହ ଦେଖିବା ଏହି ଭିଡିଓ :