ଏବେ ବି ରହସ୍ୟଘେରରେ ରହିଛି ବୁଦ୍ଧିଆଙ୍କ ଅନ୍ତର୍ଦ୍ଧାନ ପ୍ରସଙ୍ଗ : ଆଜି ପଚରାଉଚରା କରିବ ପୁଲିସ ଓ ସିଡବ୍ଲୁସି

39

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଏବେ ବି ରହସ୍ୟଘେରରେ ରହିଛି ବୁଦ୍ଧିଆଙ୍କ ଅନ୍ତର୍ଦ୍ଧାନ ପ୍ରସଙ୍ଗ, ଦୀର୍ଘ ୧ ମାସ ପରେ ବୁଦ୍ଧିଆ ଫେରିଥିଲେ ମଧ୍ୟ ତାଙ୍କ ନିଖୋଜ ନେଇ ବହୁ ବାଦ ବିବାଦ ସୃଷ୍ଟିହୋଇଥିବାରୁ ଆଜି ପଚରା ଉଚରା କରିବ କମିଶନରେଟ ପୁଲିସ। ବିଶେଷ କରି ବୁଦ୍ଧିଆ କାହିଁକି ଓ କିପରି ପରିସ୍ଥିତିରେ ଭୁବନେଶ୍ୱରରୁ ଗଲେ, ତାଙ୍କୁ କିଏ ଓ କାହିଁକି ନେଇଥିଲା ସେନେଇ ପଚରା ଉଚରା କରିବ । ବୁଦ୍ଧିଆଙ୍କ ଭଉଣୀ ସେ ମାଆଙ୍କ ସହ ମାମୁଘରକୁ ନୟାଗଡ ଯାଇଥିବା କାହିଁକି କହୁଥିଲେ,ବୁଦ୍ଧିଆ ଫିଲ୍ମ ପ୍ରମୋସନରେ ଯାଇଥିବା କହୁଥିବାବେଳେ, ତାଙ୍କୁ ନେଇ ଫିଲ୍ମ ତିଆରି କରିଥିବା ପ୍ରଯୋଜନା ସଂସ୍ଥା ଅଗଷ୍ଟ ୫ ତାରିଖ ଯାଏଁ ବୁଦ୍ଧିଆ ମୁମ୍ବାଇରେ ରହିବେ ବୋଲି ସିଡବ୍ଲୁସିକୁ ଚିଠି ଲେଖି ଅନୁମତି ମାଗିଥିଲା । ତେବେ ତା ପୂର୍ବରୁ କାହିଁକି ବୁଦ୍ଧିଆଙ୍କୁ ଛାଡିଦିଆଗଲା,ଏସବୁ ପ୍ରଶ୍ନ ଏବେ ବି ରହସ୍ୟ ଘେରରେ ରହିଛି ।