ହାତ କାଟିଦେଲେ ଫେସବୁକରେ ! ଦାମ୍ପତ୍ୟରେ ରକ୍ତ ଛିଟା

170

କନକ ବ୍ୟରୋ : ସୋସିଆଲ ମିଡିଆରେ ପ୍ରକାଶକଙ୍କ ରକ୍ତାକ୍ତ ଫଟୋ । ଫେସବୁକ୍ ପେଜରେ ଜଣାଶୁଣା ପ୍ରକାଶକ ହିମାଂଶୁ ମହାପାତ୍ରଙ୍କ ଫଟୋକୁ ନେଇ ଚର୍ଚ୍ଚା ଜୋର ଧରିଛି । ଫେସବୁକରେ ତାଙ୍କ ମୁଣ୍ଡରୁ ରକ୍ତ ବାହାରୁଥିବା ଏବଂ ଗୋଡ ଓ ହାତର ଶିରା କଟା ହୋଇଥିବା ଦେଖିବାକୁ ମିଳିଛି । ତାଙ୍କ ଅବସ୍ଥା ଗୁରୁତର ବୋଲି ତାଙ୍କ ଫେସବୁକରେ ପୋଷ୍ଟ ହୋଇଥିବା ଫଟୋ ଏବଂ ଲେଖାରୁ ଜଣାପଡୁଛି ।

ନିଜ ସ୍ତ୍ରୀଙ୍କ ଠାରୁ ବିଶ୍ୱାସଘାତକତାର ଶିକାର ହେବା ପରେ ନିଜ ପ୍ରତି ଅସନ୍ତୋଷ ଏବଂ କ୍ଷୋଭ ଯୋଗୁ ସାହିତ୍ୟିକ ହିମାଂଶୁ ମହାପାତ୍ର ଆତ୍ମହତ୍ୟା ଉଦ୍ୟମ କରିଥିବା ତାଙ୍କ ଲେଖାରୁ ଏକପ୍ରକାର ସ୍ପଷ୍ଟ ହୋଇଛି । ‘ଆସିଥିଲା ମୋତେ ମାରିବାକୁ, ମୋ ସ୍ୱପ୍ନକୁ ଦଳି ଚକଟିବାକୁ । ମୋ ପୁଅକୁ ବାପଛେଉଣ୍ଡ କରିବାକୁ । ହେଲେ ସେ ମୋତେ କଣ ପାଇଁ ବାଛିଲା । ଉତର ପଢିବାକୁ ବୋଧେ ଆଉ ମୁଁ ନଥିବି ।

ଗୋଟେ ଜୀବନ ଶେଷ, ଗୋଟେ ସ୍ୱପ୍ନ ଶେଷ ।’ ଫେସବୁକରେ ନିଜ ରକ୍ତାକ୍ତ ଫଟୋ ସହ ଏହି ଭଳି କିଛି ଲେଖା ପୋଷ୍ଟ କରିଛନ୍ତି ପ୍ରକାଶକ ହିମାଂଶୁ ମହାପାତ୍ର । ତେବେ ସେ କେଉଁଠି ଅଛନ୍ତି, କେଉଁଠି ରହି ଏଭଳି ପୋଷ୍ଟ କରୁଛନ୍ତି ସେ ନେଇ କିଛି ତଥ୍ୟ ଏଯାଏ ମିଳିପାରିନି । ତାଙ୍କ କଟକସ୍ଥିତ ଘରେ ବି ତାଲା ଝୁଲୁଥିବା ଜଣାପଡିଛି ।