ସ୍କୁଲ ବ୍ୟାଗରେ ସାପ ! ପାଠ ପଢିବା ପାଇଁ ବ୍ୟାଗରୁ ବଢି କାଢିବା ସମୟରେ ବାହାରିଲା ନାଗ, ଅଳ୍ପକେ ବର୍ତ୍ତିଲା କୁନିପିଲାର ଜୀବନ ।

26

ବାଙ୍ଗାଲୋରର କାମରାଜନଗରର ଏକ ସ୍କୁଲରେ ଜଣେ ନବମ ଶ୍ରେଣୀ ଛାତ୍ରର ବ୍ୟାଗରୁ ନାଗ ସାପ ବାହାରିବା ପରେ ସ୍କୁଲରେ ଖେଳିଯାଇଥିଲା ଭୟର ବାତାବରଣ । ଛାତ୍ରଜଣଙ୍କ ପାଠ ପଢିବା ପାଇଁ ବ୍ୟାଗରୁ ବହି କାଢିବା ସମୟରେ ବ୍ୟାଗ ଭିତରୁ ବାହାରିଥିଲା ଏକ ନାଗ ସାପ । ସାପଟିକୁ ଦେଖିବା ପରେ ପିଲାଟି ଭୟଭୀତ ହୋଇ ଜୋରରେ ଚିତ୍କାର କରିବା ସହ ସ୍କୁଲ ବ୍ୟାଗଟିକୁ ଦୂରକୁ ଫୋପାଡି ଦେଇଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ବାଙ୍ଗାଲୋରଠାରୁ ୯୦ କିମି ଦକ୍ଷିଣରେ ଥିବା କୃଷ୍ଣାଗିରି ଜିଲ୍ଲା କାମରାଜନଗରସ୍ଥିତ ଏକ ସରକାରୀ ସ୍କୁଲରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଘଟଣାଟି ଗତ ସୋମବାର ଦିନ ହୋଇଥିଲା । ପିଲାଟି ଶୁକ୍ରବାର ସ୍କୁଲରୁ ଫେରିବା ପରେ ଘରର ଏକ କୋଣରେ ସ୍କୁଲ ବ୍ୟାଗ ରଖିଥିଲା । ଶନିବାର ଓ ରବିବାର ଛୁଟି ଥିବା ହେତୁ ସେ ଆଉ ସ୍କୁଲ ବ୍ୟାଗରୁ ବହି ଖାତା ବାହାର କରି ନଥିଲା । ସୋମବାର ସ୍କୁଲ ଟାଇମ୍ ହେବାରୁ ସେ ଉକ୍ତ ବ୍ୟାଗଟିକୁ କାନ୍ଧରେ ଧରି ଚାଲି ଚାଲି ସ୍କୁଲରେ ଯାଇ ପହଁଞ୍ଚି ଥିଲା । ପ୍ରାର୍ଥନା ସରିବା ପରେ ଶ୍ରେଣୀଗୃହରେ ବସି ବ୍ୟାଗ ଖୋଲି ବହି ବାହାର କରୁଥିବା ବେଳେ ହଠାତ୍ କ’ଣ ଗୋଟେ ହଲଚଲ ହୋଇଥିବା ପିଲାଟି ଦେଖିବାକୁ ପାଇଥିଲା । କିଛି ସମୟ ପରେ ବ୍ୟାଗ୍ ଭିତରେ ଏକ ନାଗ ସାପ ଥିବା ଜାଣିବା ପରେ ପିଲାଟି ଚିତ୍କାର କରିବା ସହିତ ବ୍ୟାଗଟିକୁ ଦୂରକୁ ଫିଙ୍ଗି ଦେଇଥିଲା । ସୌଭାଗ୍ୟବଶତଃ ପିଲାଟି ସାର୍ପ ଦଂଶନରୁ ରକ୍ଷା ପାଇ ଯାଇଛି । କାରଣ ଯଦି ସେ ନଦେଖି ସ୍କୁଲ ବ୍ୟାଗ ଭିତରେ ହାତ ପୂରାଇ ଥାଆନ୍ତା ତେବେ ନିଶ୍ଚିୟ ଏକ ଅଘଟଣ ଘଟି ଯାଇଥାଆନ୍ତା ।