ରାହୁଲ ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ରରେ ସ୍ମୃତି ଇରାନୀ ! ଅମେଠିବାସୀଙ୍କୁ ଦେଲେ ଦୀପାବଳୀ ଭେଟି, ବାଣ୍ଟିଲେ ୧୦ ହଜାର ଶାଢ଼ୀ

ସ୍ମୃତି ଇରାନୀଙ୍କ ଦୀପାବଳୀ ଉପହାର

135

ମୋଦି ସରକାରରେ କେନ୍ଦ୍ରୀୟ ମନ୍ତ୍ରୀ ସ୍ମୃତି ଇରାନୀ ଏବେ ଠାରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ରରେ ନିଜର ବିସ୍ତାର କରିବା ପ୍ରକ୍ରିୟାରେ ଲାଗିଗଲେଣି । ଏଥର ଦୀପାବଳୀ ଅବସରରେ ସ୍ମୃତି ଇରାନୀ ରାହୁଲ ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର ଅମେଠିରେ ୧୦ ହଜାର ଶାଢ଼ୀ ବାଣ୍ଟିଛନ୍ତି । ଶାଢ଼ୀ ଗୁଡିକର ପ୍ରତ୍ୟେକ ପ୍ୟାକେଟ୍ ରେ ସ୍ମୃତି ଇରାନୀଙ୍କ ଫଟୋ ଲାଗିଛି ଓ ସେଥିରେ ଦୀପାବଳୀ ଉପହାର ଲେଖାହୋଇଥିଲା । ୨୦୧୯ ଲୋକସଭା ନିର୍ବାଚନ ଯେମିତି ପାଖେଇ ଆସୁଛି । ନିର୍ବାଚନୀ ସରଗରମ ବଢ଼ି ବଢ଼ି ଯାଉଛି ।

ଅମେଠିରେ ଏକ କାର୍ଯ୍ୟକ୍ରମରେ ଦୀପାବଳୀର ଉପହାର ସ୍ୱରୂପ ଶାଢ଼ୀ ବାଣ୍ଟିଲେ ଏବଂ କାର୍ଯ୍ୟକ୍ରମରେ ଅଧ୍ୟକ୍ଷଙ୍କ ସହିତ ପଦାଧିକାରୀ ଓ କାର୍ଯ୍ୟକର୍ତ୍ତାଙ୍କୁ ଶାଢ଼ୀ ବାଣ୍ଟି କି ସ୍ମୃତି ଇରାନୀଙ୍କ ତରଫରୁ ଦୀପାବଳୀର ଶୁଭକାମନା ଦିଆଗଲା । ବିଜେପିର ଜିଲ୍ଲାଧ୍ୟକ୍ଷଙ୍କ କହିବାନୁସାରେ, ପ୍ରତିବର୍ଷ ଦୀପାବଳୀ ଅବସରରେ ସ୍ମୃ୍ତି ଇରାନୀ ନିଜ ଭଉଣୀଙ୍କୁ ଶାଢ଼ୀ ଉପହାର ପଠାନ୍ତି । ଏଥର ସେ ଦୀପାବଳୀ ଓ ଧନତେରସରେ ପାଖାପାଖି ୧୦ ହଜାର ଶାଢ଼ୀ ଅମେଠିର ଭଉଣୀଙ୍କୁ ପଠାଇଛନ୍ତି । ଆମେଠିରେ ସମସ୍ତେ ତାଙ୍କୁ ଦିଦି କହି କି ଡାକନ୍ତି ।

ସୂଚନାଯୋଗ୍ୟ, ସ୍ମୃତି ଇରାନୀ ଲଗାତାର ଅମେଠି ପରିଦର୍ଶନରେ ଆସୁଥାନ୍ତି । ଗତ ଲୋକସଭା ନିର୍ବାଚନରେ ସେ ଅମେଠିରୁ ନିର୍ବାଚନ ଲଢ଼ିଥିଲେ । କିନ୍ତୁ କମ୍ ଭୋଟ୍ ଅନ୍ତରରେ ସେ ରାହୁଲଙ୍କ ଠାରୁ ହାରି ଯାଇଥିଲେ । ନିର୍ବାଚନ ହାରିବା ପରେ ବି ଇରାନୀ ଅମେଠିରୁ ନିଜ ସଂପର୍କ ଭାଙ୍ଗି ନାହାଁନ୍ତି ଏବଂ ଏଇଠି ଅଧିକରୁ ଅଧିକ ସମୟ ବିତାଇବା ପାଇଁ ଚାହାଁନ୍ତି ।