କାନପୁର ଆଇଆଇଟି ଦେଲା ସାଂଘାତିକ ତଥ୍ୟ ! ବାୟୁ ପ୍ରଦୂଷଣ ଯୋଗୁଁ ପ୍ରତି ବର୍ଷ ଜୀବନ ହରାଉଛନ୍ତି ୫ ଲକ୍ଷ ଲୋକ ।

54

ରାସ୍ତାରେ ପ୍ରତିଦିନ ଅନେକ ଗାଡି ଯା’ଆସ କରୁଛି । ତେବେ ସେହି ଯାନ ବାହାନରୁ ନିର୍ଗତ ହେଉଥିବା ବିଷାକ୍ତ ବାଷ୍ପ ଏବଂ ଲୋକମାନଙ୍କୁ ଘର ଚୁଲାରୁ ନିର୍ଗତ ହେଉଥିବା ବିଷାକ୍ତ ଧୁଆଁ ଯେ, ଏତେ ଭୟଙ୍କର ହୋଇପାରେ ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ବିଷାକ୍ତ କଣିକା ପ୍ରଦୂଷଣରେ ହେଉଥିବା ୭୦ ପ୍ରତିଶତ ମୃତ୍ୟୁର କାରଣ ଅଟେ । ଅର୍ଥାତ ପ୍ରତି ବର୍ଷ ପାଖାପାଖି ସାଢେ ୩ ଲକ୍ଷ ଲୋକ ଏହି ପ୍ରଦୂଷଣ କାରଣରୁ ହେଉଥିବା ରୋଗ ଦ୍ୱାରା ମୃତ୍ୟୁବରଣ କରୁଛନ୍ତି । ଏଭଳି ସାଂଘାତିକ ତଥ୍ୟ ଆଇଆଇଟିର ସିଭିଲ୍ ଇଞ୍ଜିନିୟରିଙ୍ଗ ବିଭାଗ ପିଏଚଡି ଛାତ୍ରମାନଙ୍କ ରିସର୍ଚ୍ଚରୁ ସାମ୍ନାକୁ ଆସିଛି ।

ଦେଶରେ ଦିନକୁ ଦିନ ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି । ଆଇଆଇଟି କାନପୁରର ଛାତ୍ରମାନେ କାନପୁରକୁ କେନ୍ଦ୍ରରେ ରଖି ଦିଲ୍ଲୀ, ନୋଏଡା, ପାଟନା, ଜୟପୁର ସମେତ ଅନ୍ୟ କେତେକ ସହରରେ ଏନେଇ ରିସର୍ଚ୍ଚ କରିଥିଲେ । ରିସର୍ଚ୍ଚରୁ ଜଣାପଡିଛି ଯେ, ବାୟୁ ପ୍ରଦୂଷଣରେ ୭୩ ପ୍ରତିଶତ ଧୂଳିକଣା ପିଏମ ୨.୫ ରୁ ଉପରେ ରହିଛି । ଯାହାକି ଶରୀରରେ ଉପରି ଭାଗ ପାଇଁ ଅତ୍ୟନ୍ତ ବିପଦପୂର୍ଣ୍ଣ ଅଟେ । ସୂଚନା ଅନୁଯାୟୀ, ବାୟୁ ପ୍ରଦୂଷଣରେ ଯେଉଁ ୫ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି, ସେମାନଙ୍କ ମଧ୍ୟରୁ ୭୦ ପ୍ରତିଶତ ଲୋକଙ୍କର ଜୀବନ ସେହି ଛୋଟ ଧୂଳି କଣା ପାଇଁ ଯାଇଛି । ତେବେ କେବଳ ଗାଡି ମୋଟର ନୁହେଁ, ଘରର ଚୂଲା, ବାଣ, ଘର ମାନଙ୍କରେ ଜଳୁଥିବା ଧୂପକାଠି, ରାସ୍ତାରେ ଭିଡରେ ଫସି ରହୁଥିବା ଗାଡି ଗୁଡିକର ବିଷାକ୍ତ ଧୂଆଁ ଆଦି କାରଣରୁ ଏହା ବିଶେଷ ଭାବେ ପ୍ରଭାବିତ ହେଉଥିବା ଜଣାପଡିଛି ।