ବିନା ଚାର୍ଜରରେ ଚାର୍ଜ ହେବ ସ୍ମାର୍ଟଫୋନ୍ ! ଅଙ୍ଗୁଳି ସାହାଯ୍ୟରେ ଚାର୍ଜ ହେବ ସ୍ମାର୍ଟଫୋନ୍ ।

43

ଆଜିକାଲି ପିଲାଠାରୁ ବୁଢ଼ାଯାଏ ସମସ୍ତେ ସ୍ମାର୍ଟଫୋନ ବ୍ୟବହାର କରିବାରେ ଧୁରନ୍ଧର । ତେବେ ଆପଣ ସମସ୍ତେ ଜାଣନ୍ତି ସ୍ମାର୍ଟଫୋନ ଯେତେ ଶୀଘ୍ର କାମ କରେ ସେତେ ଶୀଘ୍ର ଚାର୍ଜ ଶେଷ ମଧ୍ୟ ହୋଇଯାଏ । ବେଳେ ବେଳେ ଆମକୁ ଅଳସୁଆ ଲାଗିଲେ ଆମେ ସ୍ମାର୍ଟଫୋନରେ ଗେମ, ଚାଟିଂ ଓ କାହା ସହ ଘଣ୍ଟା ଘଣ୍ଟା ଗପିଥାଉ । ଯାହା ଫଳରେ ଖୁବଶୀଘ୍ର ଚାର୍ଜ ସରିଯାଇଥାଏ । ତେବେ ସ୍ମାର୍ଟଫୋନରେ ଦିନ କଟାଇବା ପରେ କିଛି ଘଣ୍ଟା ଚାର୍ଜ ବସାଇବା ମଧ୍ୟ ଜରୁରୀ । କିନ୍ତୁ ଆପଣ ଜାଣିଛନ୍ତି କି, ଏବେ ଖୁବଶୀଘ୍ର ସ୍ମାର୍ଟଫୋନ୍ ବ୍ୟାଟେରୀକୁ ହାତ ଅଙ୍ଗୁଳିରେ ଚାର୍ଜ କରିପାରିବେ ବୋଲି  ସୂଚନା ମିଳିଛି ।

Buffalo ୟୁନିଭର୍ସିଟି ଓ ଚାଇନିଜ ଏକାଡେମୀର ଗବେଷକମାନେ ଏକାଠି ହୋଇ ଏପରି ଜ୍ଞାନକୌଶଳ ଉପରେ ଗବେଷଣା କରୁଛନ୍ତି । ଯାହାଦ୍ୱାରା ସ୍ମାର୍ଟଫୋନର ବ୍ୟାଟେରୀକୁ ଚାର୍ଜ କରିବା ପାଇଁ କେବଳ ହାତ ଅଙ୍ଗୁଳିର ହିଁ ଉପଯୋଗୀ ହେବ । ଗବେଷକମାନେ Triboelectric charging  ଟେକ୍ନୋଲୋଜି ଉପରେ କାମ କରୁଛନ୍ତି, ଯାହାଦ୍ୱାରା ଛୋଟ ଛୋଟ ବୈଦୁତିକ ଉପକରଣ (ସ୍ମାର୍ଟଫୋନ/ସ୍ମାର୍ଟୱାଚ)କୁ ଅତି ସହଜରେ ଚାର୍ଜ କରି ପାରିବେ । Triboelectric Charging ଟେକ୍ନୋଲୋଜିରେ ଷ୍ଟାଟିକ୍ ଚାର୍ଜର ସିଦ୍ଧାନ୍ତ ଉପରେ ଗବେଷକମାନେ ଗବେଷଣା କରୁଛନ୍ତି ।

ଟଚସ୍କ୍ରିନ୍ ସ୍ମାର୍ଟଫୋନରେ ୟୁଜର୍ସ ଅଧିକ ସମୟ ସ୍ୱାପ ଓ କ୍ଲିକ କରିବାଦ୍ୱାରା ହିଁ ଖୁବଶୀଘ୍ର ଚାର୍ଜ ସରିଥାଏ । ଏପରିସ୍ଥଳେ ପ୍ରିଣ୍ଟ ପ୍ୟାନେଲରେ ମଧ୍ୟ ସେଂସରକୁ ବ୍ୟବହାର କରି ଏହି ଏନର୍ଜିକୁ ବ୍ୟାଟେରୀ ଚାର୍ଜିଂ ପାଇଁ ବ୍ୟବହାର କରାଯାଇପାରିବ । ସ୍ମାର୍ଟଫୋନ ବିଷୟରେ ଆଲୋଚନା କଲେ, ନିକଟରେ ଆପଲ ଆଇଫୋନ ୮ ଓ ଆଇଫୋନ ଏକ୍ସର ୱେରଲେସ ଚାର୍ଜିଂର ଫିଚର ଦିଆଯାଇଛି । ଏହାଦ୍ୱାରା ଆପଣ କୌଣସି କେବଲ ସାହାଯ୍ୟରେ ମଧ୍ୟ ଚାର୍ଜ କରିପାରିବେ । ଏହା ପୂର୍ବରୁ ମୋଟୋ ଓ ୱନପ୍ଲସ ମଧ୍ୟ ତାଙ୍କ ସ୍ମାର୍ଟଫୋନର ଟର୍ବୋ ଚାର୍ଜିଂର ଫିଚର ଆଣିଛନ୍ତି । ଟର୍ବୋ ଚାର୍ଜିଂ ଫିଚରରେ ଅତି କମ ସମୟରେ ବ୍ୟାଟରୀକୁ ଫୁଲ ଚାର୍ଜ କରିଥାଏ ।