କିଏ ଦେଖୁଛି ଆପଣଙ୍କ ହ୍ୱାଟସଆପ୍ ଫଟୋ ! ଖୁବ ସହଜରେ ଜାଣିପାରିବେ , ଜାଣନ୍ତୁ କିପରି ?

59

ଆଜିକାଲି ସମସ୍ତେ ବ୍ୟବହାର କରୁଛନ୍ତି ଇନଷ୍ଟାଂଟ ମେସେଜିଙ୍ଗ୍ ଆପ୍ ହ୍ୱାଟସଆପ୍ । ଖୁବ କମ ଦିନରେ ଲୋକପ୍ରିୟ ହୋଇଗଲା ହ୍ୱାଟସଆପ । ତେବେ ଆପଣ ଜାଣନ୍ତି ସୋସିଆଲ ମିଡ଼ିଆରେ କେତେ ବିପଦ ଥାଏ । ଧୀରେ ଧୀରେ ସାଇବର ଅପରାଧ ବଢ଼ିବାରେ ଲାଗିଛି । କିଏ ସୋସିଆଲ ମିଡ଼ିଆରୁ ଆପଣଙ୍କ ଫଟୋ ଚୋରୀ କରି ତା’ର ଖରାପ ବ୍ୟବହାର କରୁଛନ୍ତି । ଏନେଇ ଆପଣ ଟିକିଏ ସାବଧାନ ରହିବା ଜରୁରୀ । କିଏ ଆପଣଙ୍କ ହ୍ୱାଟସଆପ ଫଟୋ ଦେଖୁଛି, କେତେଥର ଦେଖୁଛି ସେ ଉପରେ ମଧ୍ୟ ନଜର ରଖିବା ଦରକାର । ତେବେ ଆସନ୍ତୁ ଜାଣିବା ଆପଣଙ୍କ ହ୍ୱାଟସଆପ ଫଟୋ କିଏ ଦେଖୁଛି । ଏଥିପାଇଁ ରହିଛି ଏକ ସ୍ୱତନ୍ତ୍ର ଆପ୍ । ଏହି ଆପ ଜରିଆରେ ଆପଣ ଜାଣି ପାରିବେ କିଏ ଦେଖୁଛି ଆପଣଙ୍କ ହ୍ୱାଟସଆପ୍ ପ୍ରୋଫାଇଲ ଫଟୋ ଆଉ ଏବେ କିଏ ଦେଖିଛି ଆପଣଙ୍କ ହ୍ୱାଟସଆପ୍ ପ୍ରୋଫାଇଲ ଫଟୋ ।

ଏହି ଆପର ନାମ ହେଲା ହ୍ୱାଟସଟ୍ରାକର । ପ୍ଲେଷ୍ଟୋରକୁ ଯାଇ ଏହି ଆପକୁ ଡାଉନଲୋଡ଼୍ କରନ୍ତୁ । ଡାଉଡ଼ଲୋଡ଼ କରି ଏହି ଆପକୁ ଓପନ୍ କରନ୍ତୁ । ଆପକୁ ଓପନ କରିବା ପରେ ହିଁ ଜାଣିଯିବେ କିଏ କିଏ ଆପଣଙ୍କ ହ୍ୱାଟସଆପ ଫଟୋ ଦେଖିଛନ୍ତି । ଅତି ନିକଟରେ କିଏ ଆପଣଙ୍କ ଫଟୋ ଦେଖିଛନ୍ତି ଆପଣ ଜାଣିପାରିବେ ଏହି ଆପ୍ ଜରିଆରେ । କିଛି ଦିନ ପୂର୍ବରୁ ମଧ୍ୟ କିଏ ଆପଣଙ୍କ ହ୍ୱାଟସଆପ୍ ଫଟୋ ଦେଖିଛନ୍ତି ସେକଥା ମଧ୍ୟ ଜାଣିପାରିବେ । ସବୁଠାରୁ ବଡ଼ କଥା ହେଲା ଖୁବ ସହଜରରେ ଆପଣ ଚଳାଇପାରିବେ ଏହି ଆପ୍ ।