ଦାୟିତ୍ୱ ଗ୍ରହଣ କଲେ ସ୍କିଲ ଡେଭଲପମେଂଟþ ଅଥରିଟିର ମୁଖ୍ୟ ସୁବ୍ରତ ବାଗଚି

62

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାଜ୍ୟର ସ୍କିଲ ଡେଭଲପମେଂଟþ   ଅଥରିଟିର ମୁଖ୍ୟ ଭାବେ ଦାୟିତ୍ୱ ନେଇଛନ୍ତି ସୁବ୍ରତ ବାଗଚି । ସେ ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଥିଲେ । ପୂର୍ବରୁ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଦକ୍ଷତା ବୃଦ୍ଧି କରିବା ଦୃଷ୍ଟିରୁ ଗଢା ହୋଇଥିବା ଅଥରିଟିରି ମୁଖ୍ୟ ଭାବେ ସୁବ୍ରତ ବାଗଚିଙ୍କୁ ନିଯୁକ୍ତି ଦିଆଯିବ ବୋଲି ବିଧାନସଭାରେ ଘୋଷଣା କରିଥିଲେ । ଅନ୍ୟପଟେ ଜଣେ ଓଡିଆ ଭାବେ ଓଡିଶାର ବିକାଶ ପାଇଁ କାମ କରିବା ତାଙ୍କର ପ୍ରାଥମିକତା ରହିବ ବୋଲି ସୁବ୍ରତ କହିଛନ୍ତି । ନିଜ ଜୀବନର ସବୁକିଛି ପଛରେ ପକାଇ ରାଜ୍ୟ ପାଇଁ ସେ କାମ କରିବେ ବୋଲି କହିଛନ୍ତି ।