ଶିରିଡିରେ ସାଇବାବାଙ୍କ ଚମତ୍କାରକୁ ନେଇ ଚର୍ଚ୍ଚା ! ମନ୍ଦିର କାନ୍ଥରେ ସାଇବାବାଙ୍କ ପ୍ରତିମୂର୍ତି ପ୍ରକଟ ହେବା ନେଇ ଭକ୍ତଙ୍କ ଦାବି, ଦୁଇ ଦିନ ଧରି ପହଡ ପଡିନି

163

ଶିରିଡି ସାଇରେ ଚମତ୍କାର । ପ୍ରକଟ ହେଲେ ସାଇବାବା । ମହାରାଷ୍ଟ୍ରର ଶିରିଡ଼ି ସାଇ ମନ୍ଦିର କାନ୍ଥରେ ସାଇବାବାଙ୍କ ଦେଖାଯିବାକୁ ନେଇ ଏବେ ଜୋରଦାର ଚର୍ଚ୍ଚା । ବୁଧବାର ରାତିରେ ମନ୍ଦିିର କାନ୍ଥରେ ସାଇବାବାଙ୍କ ଚିତ୍ର ଦୃଶ୍ୟମାନ ହୋଇଥିବା ଭକ୍ତମାନେ ଦାବି କରିଛନ୍ତି । ଏହାକୁ ନେଇ ସାଇମନ୍ଦିରରେ ଏବେ ଭକ୍ତଙ୍କ ଗହଳି ବଢ଼ିବାରେ ଲାଗିଛି । ଏପରିକି ଦୁଇଦିନ ଧରି ମନ୍ଦିରରେ କବାଟ ପଡ଼ି ନାହିଁ ।

ମହାରାଷ୍ଟ୍ରର ଅହମଦନଗର ଜିଲ୍ଲାର ଶିରିଡି ଠାରେ ଅବସ୍ଥିତ ପ୍ରସିଦ୍ଧ ସାଇ ମନ୍ଦିରରେ ଏବେ ଭକ୍ତଙ୍କ ପ୍ରବଳ ଭିଡ । ବୁଧବାର ରାତି ପରଠାରୁ ଏହି ଭିଡ ବଢିବାରେ ଲାଗିଛି । ଏକ ଗୁଜବ ଜଙ୍ଗଲର ନିଆଁ ଭଳି ବ୍ୟାପିବାରେ ଲାଗିଛି । ମହାରାଷ୍ଟ୍ର ଶିରିଡିର ସାଇବାବାଙ୍କ ମନ୍ଦିରରେ ଏକ ଚମକ୍ରାର ଘଟଣା ଦେଖିବାକୁ ମିଳିଛି । ଶିରିଡି ସାଇ ମନ୍ଦିର କାନ୍ଥରେ ସାଇ ବାବା ପ୍ରକଟ ହୋଇଛନ୍ତି । ଯାହା ସାଇଭକ୍ତଙ୍କୁ ଆଶ୍ଚଯ୍ୟ କରିଛି । ଆଉ ଏଭଳି ଚମତ୍କାର ଦେଖିବାକୁ ଦୁରଦୁରାନ୍ତରରୁ ଶ୍ରଦ୍ଧାଳୁ ମାନେ ଧାଇଁ ଆସିଛନ୍ତି ଶିରିଡି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତେବେ ସ୍ଥାନୀୟ ପ୍ରଶାସନ ଏହାକୁ ଗୁଜବ ବୋଲି କହିଛନ୍ତି ।

ସୂଚନା ଅନୁଯାୟୀ, ଗତ ବୁଧବାର ଦିନ ରାତିରେ ମନ୍ଦିର କାନ୍ଥରେ ସାଇବାବାଙ୍କ ମୁଖମଣ୍ଡଳ ଦୃଶ୍ୟମାନ ହୋଇଥିବାର ଖବର ସାମ୍ନାକୁ ଆସିଥିଲା । ଆଉ ଏହା ବିଜୁଳି ବେଗରେ ଭକ୍ତଙ୍କ ମଧ୍ୟରେ ଖେଳିଯାଇଥିଲା । କିଛି ଭକ୍ତ ଏହାକୁ ଦେଖି କାନ୍ଦିବା ଆରମ୍ଭ କରିଥିବା ବେଳେ ଆଉ କିଛି ଭକ୍ତ ଏହି ଦୃଶ୍ୟ ଦେଖିବା ପରେ ଭାବୁକ ହୋଇ ଭଗବାନ ପ୍ରକଟ ହେଲେ ବୋଲି ଜୋରରେ କହିଥିଲେ ।

ଶିରିଡି ସାଇ ଟ୍ରଷ୍ଟର ସିଇଓ ସୁବଳ ଅଗ୍ରୱାଲଙ୍କ କହିବା ଅନୁସାରେ, ଏହି ଘଟଣାଟି ସାଇ ବାବାଙ୍କ ପ୍ରତି ଥିବା ଲୋକମାନଙ୍କ ଭାବନା କାରଣରୁ ହୋଇଛି । ଏହି ଘଟଣା ଉପରେ ଟ୍ରଷ୍ଟ ତଦନ୍ତ କରୁଛି । ତଦନ୍ତରୁ ଯାହା କିଛି ଜଣାପଡିବ ତା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଜଣେ ଭକ୍ତଙ୍କ କହିବା ଅନୁସାରେ, ୨୦୧୨ରେ ଏହିଭଳି ଏକ ଘଟଣା ଘଟିଥିଲା । ଯହାକୁ ଦେଖିବା ପାଇଁ ହଜାର ହଜାର ଲୋକ ଆସିଥିଲେ । ପୁନର୍ବାର ଏହି ଘଟଣା ବୁଧବାର ଦିନ ଘଟିଛି । ତେବେ ଏହି ଘଟଣାକୁ ଦେଖି ମନେ ହେଉଛି ବୋଧହୁଏ ଏହା ମୁର୍ତ୍ତିରର ଏକ ପ୍ରତିବିମ୍ବ ଅଟେ । ଯାହା କାନ୍ଥରେ ପଡିବା ଦେଖି ଲୋକମାନେ ଭାବୁକ ହୋଇ ଉଠୁଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଦ୍ୱାରକା ମାଇ ଏଭଳି ଏକ ମନ୍ଦିର ଯେଉଁଠାରେ ସାଇବାବା ପାଣିରେ ଦୀପ ଜଳାଇଥିଲେ ।