ଫୋନରେ ଆଡଲ୍ଟ କଥା ହୁଅନ୍ତି ସିଦ୍ଧାର୍ଥ ମଲହୋତ୍ରା ! ‘କଫି ୱିଥ କରନ୍’ରେ କଲେ ସ୍ୱୀକାର

50

ବଲିଉଡର ଲାଜକୁଳା ଅଭିନେତା ଭାବେ ସିଦ୍ଧାର୍ଥ ମଲହୋତ୍ରା ନିଜ ବିଷୟରେ ଏକ ଆଶ୍ଚର୍ଯ୍ୟକର କଥା ଖୁଲାସା କରିଛନ୍ତି । ଫୋନରେ ଆଡଲ୍ଟ କଥା ହେବା ସହ ସାୱାରରେ ଏକାଠି ଗାଧୋଇଛନ୍ତି ବୋଲି କରଣ ଜୋହରଙ୍କ ଟକ୍ ସୋ ‘କଫି ୱିଥ କରନ୍’ରେ ସ୍ୱୀକାର କରିଛନ୍ତି ସିଦ୍ଧାର୍ଥ । ତେବେ କାହା ସହ ଏପରି କରନ୍ତି ତାଙ୍କ ନାଁ କହି ନାହାଁନ୍ତି  । ସିଦ୍ଧାର୍ଥଙ୍କ ଏହି କଥା ଶୁଣି ସୋରେ ଉପସ୍ଥିତ ଥିବା ଅଭିନେତ୍ରୀ ଜ୍ୟାକଲିନ୍ ଓ କରନ୍ ଜୋହର୍ ନିଜେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

ସେପଟେ ଅନ୍ୟ ଏକ ସୂତ୍ରରୁ ଜଣାପଡିଛି ଏବେ ସିଦ୍ଧାର୍ଥ ଓ ଜ୍ୟାକଲିନଙ୍କ ମଧ୍ୟରେ କିଛି ଚାଲିଛି । କିଛି ଦିନ ଉଭୟଙ୍କୁ ପୂର୍ବରୁ ଏକାଠି ଦେଖିବାକୁ ମିଳିଥିଲା । ସିଦ୍ଧାର୍ଥ ଓ ଜ୍ୟାକଲିନ୍ ଆଗାମୀ ସିନେମା ‘ରିଲୋଡେଡ’ରେ ଏକାଠି ନଜର ଆସିବେ । ଏହି ସିନେମା ହ୍ରିତିକ ରୋଶନ ଓ କ୍ୟାଟ୍ରିନା କୈଫଙ୍କ ସିନେମା “ବ୍ୟାଙ୍ଗ ବ୍ୟାଙ୍ଗ’ର ସିକ୍ୱେଲ ।