ବିଦେଶ ମାଟିରେ ଏକାକୀ ଲଢିଲେ ବିଜେପି ନେତ୍ରୀ: ଶହ ଶହ ପାକ୍ ସମର୍ଥକଙ୍କ ସହ ମୁହାଁମୁହିଁ ହେଲେ ସାଜିଆ ଇଲ୍ମି

ସିଓଲରେ ଦେଲେ ଭାରତ ଜିନ୍ଦାବାନ୍ଦ ନାରା; ପ୍ରଧାନମନ୍ତ୍ରୀ ମୋଦି ଓ ଭାରତ ବିରୋଧୀ ନାରା ଦେଉଥିଲେ ପାକିସ୍ତାନ ସମର୍ଥକ

524

କନକ ବ୍ୟୁରୋ: ସାଉଥ କୋରିଆରେ ମୁହାଁମୁହିଁ ହେଲେ ପାକିସ୍ତାନ ନାଗରିକ ଓ ବିଜେପି ନେତା । ସିଓଲରେ ପାକିସ୍ତାନ ନାଗରିକ ଭାରତ ବିରୋଧରେ ନାରାବାଜି ଦେଉଥିବାବେଳେ ଏଭଳି ଏକ ପରିସ୍ଥିତି ସୃଷ୍ଟି ହୋଇଛି । ଶହ ଶହ ବିକ୍ଷୋଭକାରୀଙ୍କ ସହ ଏକା ଲଢିଲେ ବିଜେପି ନେତା ସାଜିଆ ଇଲ୍ମି । ବିକ୍ଷୋଭକାରୀ ମୋଦି ସରକାର ଓ ଭାରତ ବିରୋଧରେ ନାରା ଦେଉଥିବାବେଳେ ସେମାନଙ୍କୁ ଜବାବ ଦେବାକୁ ଯାଇ ବିଜେପି ନେତା ସାଜିଆ ଭାରତ ଜିନ୍ଦାବାଦ ନାରା ଦେଇଛନ୍ତି ।

ସୂଚନା ଅନୁଯାୟୀ ଜମ୍ମୁକାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ ଓ ତାର ନାଗରିକ ବିଚଳିତ ହୋଇପଡିଛନ୍ତି । ବ୍ରିଟେନ ଆମେରିକା ପରେ ଏବେ ସାଉଥ କୋରିଆରେ ପାକ୍ ସମର୍ଥକ ଭାରତ ବିରୋଧୀ ନାରାବାଜୀ ଦେଇଛନ୍ତି । ତେବେ ଭାରତ ବିରୋଧରେ ଶତ୍ରୁଦେଶର ନାଗରିକ ନାରା ଦେଉଥିବାବେଳେ ଘଟଣାସ୍ଥଳରେ ଆରଏସଏସ ଓ ବିଜେପିର କିଛି ନେତା ପହଁଞ୍ଚିଥିଲେ ।

ଭାରତ ବିରୋଧୀ ନାରା କାହିଁକି ଦେଉଛି ବୋଲି ସେ ବିକ୍ଷୋଭାକରୀଙ୍କୁ ପଚାରିବାରୁ ପରିସ୍ଥିତି ଆହୁରି ବିଗିଡିଥିଲା । ସେଠାରେ ଏକପ୍ରକାର ମୁହିଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ସାଜିଆ ଇଲ୍ମି ଓ ସଂଘର ଦୁଇ ଜଣ ନେତା ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସିଓଲ ଯାଇଥିବାବେଳେ ଏହିଭଳି ପରିସ୍ଥିିତିର ସାମ୍ନା କରିଛନ୍ତି ।