ଶତ୍ରୁଘ୍ନଙ୍କ ନାପସନ୍ଦ ! ସୋନାକ୍ଷୀଙ୍କ ବୟଫ୍ରେଣ୍ଡ ସହିତ ଖୁଲମଖୁଲା ବୁଲିବା

30

ସୋନାକ୍ଷୀ ସିହ୍ନା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାରେ ରହିଛନ୍ତି । ସୋନାକ୍ଷୀଙ୍କୁ ଏବେ ତାଙ୍କ ପୁରୁଷବନ୍ଧୁ ବଂଟି ସଚଦେବଙ୍କ ସହିତ ସବୁ ସ୍ଥାନରେ ଦେଖିବାକୁ ମିଳୁଛି, ଏହାକୁ ନେଇ ବି-ଟାଉନରେ ଚର୍ଚ୍ଚା ଜୋର ଧରିଛି । କିନ୍ତୁ ସୋନାକ୍ଷୀଙ୍କର ନିଜ ବୟଫ୍ରେଣ୍ଡ ସହିତ ଏମିତି ଖୁଲମଖୁଲା ବୁଲିବା ତାଙ୍କ ପିତାମାତା ନାପସନ୍ଦ କରିଛନ୍ତି ।

ସୋନାକ୍ଷୀଙ୍କୁ ତାଙ୍କ ପିତାମାତା କମ ସମୟ ନିଜର ବୟଫ୍ରେଣ୍ଡ ସହିତ ବିତାଇବା ପାଇଁ କହିଛନ୍ତି, କାରଣ ଏହାଦ୍ୱାରା ସୋନାକ୍ଷୀ ଏବେ ମିଡିଆରେ ହେଡଲାଇନ୍ସ ଖବର ପାଲଟିଛନ୍ତି , ଯାହାକି ପୁନମ ସିହ୍ନା ଏବଂ ଶତ୍ରୁଘ୍ନ ସିହ୍ନାଙ୍କ ଆଦୈା ପସନ୍ଦ ହେଉନାହିଁ ।

ସୋନାକ୍ଷୀ ତାଙ୍କର ପିତାମାତାଙ୍କ ଏହି କଥାକୁ ରଖି ବଂଟିଙ୍କ ସହିତ ଦୂରତା ବନାଇ ଦେଇଛନ୍ତି । ସୋନାକ୍ଷୀ ଓ ବଂଟିଙ୍କ ପରିଚୟ କମନ ଫ୍ରେଣ୍ଡ ଜରିଆରେ ହୋଇଥିଲା । ତାପରେ ସେମାନଙ୍କ ମଧ୍ୟରେ ସମ୍ପର୍କ ହେଲା ଏବଂ ସେ ସମ୍ପର୍କ ଧୀରେ ଧୀରେ ପ୍ରେମରେ ପରିଣତ ହେଲା ।

ବର୍ତମାନ ସମୟର ଅପେକ୍ଷା ଯେ ଏହି ଖବରରେ କେତେ ସତ୍ୟତା ରହିଛି, ତାହା ସମୟ ହିଁ କହିବ, ନାଁ ବି-ଟାଉନରେ ଚର୍ଚ୍ଚାର ଶିରୋନାମା ପାଲଟିଥିବା ଏହି ଖବର କେବଳ ବଲିଉଡକୁ ସରଗରମ କରିବ ।