ବକ୍ସ ଅଫିସରେ କ୍ରିସ୍ ବନାମ କିଙ୍ଗ୍ ଖାନ୍ ! ଗୋଟିଏ ଦିନରେ ଦୁଇ ମେଗା ସିନେମା “କାବିଲ୍’ ଏବଂ “ରଇସ୍ ‘

29

କ୍ରିସ୍ ବନାମ କିଙ୍ଗ୍ ଖାନ୍ । ବଲିଉଡ୍ ବକ୍ସ ଅଫିସରେ ହ୍ରିତିକ୍ ଏବଂ ଶାହାରୁଖଙ୍କ ମଧ୍ୟରେ ଲଢ଼େଇ ଜୋରଦାର୍ ହୋଇଛି । ଗୋଟିଏ ଦିନରେ ପରଦାକୁ ଆସିଛି ହ୍ରିତିକ୍ ରୋଶନଙ୍କ ମେଗା ପ୍ରୋଜେକ୍ଟ “କାବିଲ୍’ ଓ ଶାହରୁଖ୍ ଖାନଙ୍କ “ରଇସ୍’“କାବିଲ’ରେ  ହ୍ରିତିକ୍ ରୋଶନ୍ ଓ ୟାମୀ ଗୌତମ୍ ଅଭିନୟ କରିଥିବା ବେଳେ “ରଇସ୍’ର ମୁଖ୍ୟ ଆକର୍ଷଣ ହେଉଛନ୍ତି ଶାହରୁଖ୍ ଓ ମାହିରା ଖାନ୍ । ଉଭୟ ସିନେମାରେ ରହିଛି ଦମଦାର କାହାଣୀ ।

“କାବିଲ’ରେ ହ୍ରିତିକ୍ ଜଣେ ଦୃଷ୍ଟିହୀନ ଯୁବକ ଭୂମିକାରେ ଆସିଥିବା ବେଳେ ଏଥିରେ ରହିଛି ହାଇଭୋଲଟେଜ୍ ରିଭେଂଜ୍ ଡ୍ରାମା । ନାୟକ କିପରି ପ୍ରତିଶୋଧ ନେ’ଉଛି ତା ପ୍ରତି ହୋଇଥିବା ଅନ୍ୟାୟର ଏହା ହେଉଛି ସିନେମାର ବିଷୟବସ୍ତୁ । ଆକ୍ସନ୍ ସହ ଭରପୁର ରୋମାନ୍ସ ମଧ୍ୟ ରହିଛି ଏହି ସିନେମାରେ । ସଂଜୟ ଗୁପ୍ତା ନିର୍ଦ୍ଦେଶିତ “କାବିଲ’ରେ ଉର୍ବଶୀଙ୍କ ଏକ ଦମଦାର ଆଇଟମ୍ ଗୀତ ମଧ୍ୟ ରହିଛି ।

“ରଇସ୍’ର କାହାଣୀ କେନ୍ଦ୍ରୀଭୁତ ହୋଇଛି ବେଆଇନ୍ ମଦ ବ୍ୟବସାୟ ଉପରେ । ଶାହରୁଖ୍ ପୁଣିଥରେ ଆକ୍ସନ୍ ରୋଲରେ ନଜର ଆସୁଛନ୍ତି ଏଥିରେ । ତେବେ ପାକିସ୍ତାନୀ ଅଭିନେତ୍ରୀ ମାହିରାଙ୍କ ସହ ଏକାଧିକ ରୋମାଂଟିକ୍ ସିନ୍ ମଧ୍ୟ ରହିଛି । ସନ୍ନି ଲିଓନିଙ୍କ ଆଇଟମ୍ ଗୀତ ସିନେମା ପାଇଁ ଏକ ପ୍ଲସ୍ ପଏଂଟ୍ ହୋଇପାରେ ।

କାହାଣୀ ଓ କାଷ୍ଟିଂ ଦୃଷ୍ଟିରୁ “କାବିଲ’“ରଇସ୍’ କେହି କାହାରିଠାରୁ କମ୍ ନୁହନ୍ତି । ସେପଟେ “ରଇସ୍’ ପାଖାପାଖି ୨୭୦୦ ହଲରେ ରିଲିଜ୍ ହୋଇଥିବା ବେଳେ “କାବିଲ’କୁ ମିଳିଛି ପାଖାପାଖି ୨୨୦୦ଟି ହଲ୍ । ଦୁଇଟି ବିଗ୍ ବଜେଟ ସିନେମା ଗୋଟିଏ ଦିନରେ ରିଲିଜ୍ ହେବା ଯୋଗୁ ଉଭୟ ସିନେମାର ବ୍ୟବସାୟ ପ୍ରଭାବିତ ହେବା ସୁନିଶ୍ଚିତ ଜଣାପଡ଼ିଛି ।