ଭୁବନେଶ୍ୱର: ଦେବରାୟ କଲେଜର ସହକାରୀ ଲାଇବ୍ରେରିଆନଙ୍କୁ ସେହି କଲେଜ ଅଧ୍ୟାପକ ଜୀବନରୁ ମାରି ଦେବା ଧମକ ଅଭିଯୋଗ

57

କନକ ବ୍ୟୁରୋ: ଭୁବନେଶ୍ୱର ଦେବରାୟ କଲେଜରେ ସହକାରୀ ଲାଇବ୍ରେରିଆନଙ୍କୁ ସେହି କଲେଜ ଅଧ୍ୟାପକ ଜୀବନରୁ ମାରି ଦେବା ଧମକ ଅଭିଯୋଗ । ୧୯୮୫ ମସିହାରୁ ସହକାରୀ ଲାଇବ୍ରେରିଆନ ଭାବେ କାମ କରୁଥିବା ଜଣେ ମହିଳାଙ୍କୁ ଗଣିତ ଅଧ୍ୟାପକ ରମେଶ ଶତପଥୀ ଏପରି ଧମକ ଦେଉଥିବା କଲେଜ ଅଧ୍ୟକ୍ଷଙ୍କ ପାଖରେ ଅଭିଯୋଗ ହୋଇଛି । କଲେଜର ସେକ୍ସୁଆଲ ହାରାସମେଂଟ୍ ସେଲ୍ ଏହି ଘଟଣାର ତଦନ୍ତ କରୁଛି ।

ନିଜ ଲିଖିତ ଅଭିଯୋଗରେ ସେ ଦର୍ଶାଇଛନ୍ତି ଯେ, ରମେଶ ଶତପଥୀ ତାଙ୍କୁ ମାନସିକ ସ୍ତରରେ ନିର୍ଯ୍ୟାତନା ଦେବା ସହ ଗୁଣ୍ଡା ଲଗାଇ ଜୀବନରୁ ମାରି ଦେବାକୁ ଧମକ ଦେଉଛନ୍ତି । ଏପରିକି ଗତ ତିନି ବର୍ଷରୁ ଟଙ୍କା ବି ମାଗୁଛନ୍ତି । ତେବେ ଏହି ଘଟଣାର ତଦନ୍ତ କରୁଥିବା ସେକ୍ସୁଆଲ ହାରାସମେଂଟ୍ ସେଲ ଅଧିକାରୀଙ୍କ ବଦଳି ହୋଇଯାଇଛି । ଯାହା ଘଟଣାକୁ ଆହୁରି ଜଟିଳ କରି ଦେଇଛି । ସେପଟେ ରମେଶ ଶତପଥୀ ଏହି ଘଟଣାକୁ ଖଣ୍ଡନ କରିଛନ୍ତି ।