କାନାଡା ଟରୋଣ୍ଟୋରେ ଗୁଳିକାଣ୍ଡ ! ରେଷ୍ଟୁରାଂଟ ଆଗରେ ବନ୍ଧୁକଧାରୀର ଗୁଳିମାଡରେ ଜଣେ ଶିଶୁ ସମେତ ୯ ମୃତ । 

41

କନକ ବ୍ୟୁରୋ : ରବିବାର ରାତିରେ ଟରୋଣ୍ଟୋରେ ଆଖିବୁଜା ଗୁଳି ଚାଳନା ଯୋଗୁଁ ଗୋଟିଏ ପିଲା ସମେତ ୯ ଜଣ ବ୍ୟକ୍ତି ଆହତ ହୋଇଛନ୍ତି। କିଛି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଥିଲେ ସେମାନଙ୍କ ସଂଖ୍ୟା ଜଣା ପଡ଼ିନାହିଁ। ଗୁଳି ଚଳାଇଥିବା ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି ବୋଲି ଟରୋଣ୍ଟୋ ପୁଲିସ ଟୁଇଟ୍ କରିଛି।

ଟରୋଣ୍ଟୋ ପାରାମେଡିକ୍ସ୍ ସର୍ଭିସ କହିଛି କି, ସେମାନେ ସାଙ୍ଘାତିକ ଆହତ ହୋଇଥିବା ବ୍ୟକ୍ତିମାନଙ୍କର ଚିକିତ୍ସା କରିଛନ୍ତି। ପରେ ଆହତମାନଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ନିଆ ଯାଇଛି। ସେଠାକାର ସମୟ ରାତି ପ୍ରାୟ ୧୦ଟା ବେଳେ ଡାନ୍ଫୋର୍ଥର ଏକ ରେସ୍ତୋରାଁ ବାହାରେ ଗୁଳିକାଣ୍ଡ ଘଟିଥିଲା।

ଅନେକଗୁଡ଼ିଏ ଗୁଳି ଫୁଟିଥିଲା। ଗୁଳି ଫୁଟିବ, ଟିକିଏ ରହିଯିବ, ପରେ ପୁଣି ଥରେ ଗୁଳି ଫୁଟିବା ଶବ୍ଦ ଶୁଭିବ, ପୁଣି ରହିଯିବ ଓ ପୁଣି ଆଉ ଥରେ ଗୁଳି ଫୁଟିବ। ସମୁଦାୟ ୨୦ ରୁ ୩୦ ଥର ଗୁଳି ଫୁଟିଛି ବୋଲି ଜଣେ ଦେଖଣାହାରି କହିଛନ୍ତି। ସେ ଅଞ୍ଚଳକୁ ପୁଲିସ କର୍ଡର୍ଣ୍ଣ କରିଛି।