ମହିଳାଙ୍କୁ ସେଲ୍ଫି ନେବା ପଡିଲା ମହଙ୍ଗା : ସେଲ୍ଫି ନେବା ଚକ୍କରରେ ୬୦୦ ଫୁଟ୍ ଗଭୀର ଖାଲରେ ପଡିଲେ, ତା’ପରେ….

33

ଦିଲ୍ଲୀରୁ ମୁମ୍ବାଇ ଛୁଟି ମନାଇବା ପାଇଁ ଯାଇଥିବା ମହିଳାଙ୍କୁ ସେଲ୍ଫି ନେବା ଭାରୀ ପଡିଲା । ସେଲ୍ଫି ନେବା ସମୟରେ ସେ ୬୦୦ ଫୁଟ୍ ଗଭୀର ଖାଲରେ ପଡିଗଲେ । ରେସକ୍ୟୁ ଟିମ୍ ମହିଳାଙ୍କୁ ଖୋଜିବାର ପ୍ରୟାସ କରୁଛି । କିନ୍ତୁ ଏପର୍ଯ୍ୟନ୍ତ ତାଙ୍କର ପତ୍ତା ମିଳିପାରିନି । ମାମଲା ମହାରାଷ୍ଟ୍ରର ମାଥେରାନ୍ ହିଲ୍ ଷ୍ଟେସନର ।

ସୂଚନାଯୋଗ୍ୟ, ମଙ୍ଗଳବାର ସରିତା ଚୈାହାନ(୩୫) ସ୍ୱାମୀ ଓ ପିଲାଙ୍କ ସହ ଛୁଟି ମନାଇବା ପାଇଁ ମୁମ୍ବାଇର ମାଥେରାନ୍ ହିଲ୍ ଷ୍ଟେସନ୍ ଯାଇଥିଲେ । ସେଇଠି ଲୁଇସା ପଏଣ୍ଟରେ ମହିଳା ତାଙ୍କ ପତି ରାମ ମହେଶ ଚୈାହାନଙ୍କ ସହ ସେଲ୍ଫି ନେଉଥିବା ସମୟରେ ହଠାତ୍ ତାଙ୍କର ସନ୍ତୁଳନ ବିଗିଡିଯାଇଥିଲା ଏବଂ ସେ ଖାଲରେ ପଡିଯାଇଥିଲେ । ଏହି ଘାଇ ୬୦୦ ଫୁଟ୍ ଗଭୀର ଥିଲା । ବର୍ଷା କାରଣରୁ ମାଟି ଓଦା ଥିବାରୁ ପାଦ ଖସିଗଲା ଓ ସେ ପଡିଯାଇଥିଲେ ।