ପୋଷା କୁକୁର ରଖୁଥିଲେ ସାବଧାନ ! ଖୋଲାରେ କୁକୁର ମଳତ୍ୟାଗ କଲେ ମାଲିକଙ୍କୁ ଦେବାକୁ ପଡିବ ଜୋରିମାନା ।

27

ଯଦି ଆପଣ ଆପଣଙ୍କ କୁକୁରକୁ ବାହାରକୁ ବୁଲେଇବା ପାଇଁ କିମ୍ବା ୱାକରେ ନେଇ ଯାଉଛନ୍ତି, ତେବେ ଧ୍ୟାନ ରଖନ୍ତୁ ଯେପରି ଆପଣଙ୍କ କୁକୁର ବାହାରେ ମଳତ୍ୟାଗ ନକରେ । ଯଦି ଏପରି କିଛି ହେଉଛି ତେବେ ଏହାକୁ ଆପଣଙ୍କୁ ସଫା କରିବା ପାଇଁ ପଡିବ ନଚେତ ୫୦୦ ଟଙ୍କା ଜୋରିମାନା ଦେବା ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ । ଅର୍ଥାତ ଏଣିକି ସାର୍ବଜନିନ ସ୍ଥାନ ଯେପରିକି ରାସ୍ତା ହେଉ କିମ୍ବା ଫୁଟପାଥରେ କୁକୁରର ମଳତ୍ୟାଗରେ ସମ୍ପୃକ୍ତ ମାଲିକ କିମ୍ବା କେୟାର ଟେକରଙ୍କୁ ଜୋରିମାନା ଦେବାକୁ ପଡିପାରେ । କୁକୁରର ଏହି ମଳତ୍ୟାଗ କରିବା ସ୍ୱାସ୍ଥ୍ୟପକ୍ଷେ ଅତ୍ୟନ୍ତ ହାନିକାରକ ଅଟେ । ସେଥିନିମନ୍ତେ ସଚେତନତାର ବାର୍ତ୍ତା ବାଣ୍ଟିବା ପାଇଁ ବିଏମସି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଏପରିକି ଏହି ପ୍ରକ୍ରିୟା ଦକ୍ଷିଣ ମୁମ୍ବାଇ ଠାରେ ଆରମ୍ଭ ହୋଇଯାଇଥିବା ବେଳେ ସିଭିଲ ଅଧିକାରୀମାନେ ତିନି ଦିନରେ ୧୬ ଜଣ ଲୋକମାନଙ୍କ ଠାରୁ ଜୋରିମାନା ଆଦାୟ କରିସାରିଲେଣି । ଏପରିକି ଦକ୍ଷିଣ ମୁମ୍ବାଇର କିଛି ଅଞ୍ଚଳରେ ଗୃହପାଳିତ କୁକୁରଙ୍କ ସଂଖ୍ୟା ମଧ୍ୟ ଅଧିକ । ଅଧିକାଂଶ ସଂଖ୍ୟାରେ ଲୋକମାନେ ନିଜ କୁକୁରକୁ ନେଇ ବାହାରକୁ ଚଲାବୁଲା କରିବା ପାଇଁ ଆସିଥାନ୍ତି । ତେବେ ଏପରି ସ୍ଥିତିରେ କୁକୁରମାନେ ଅଧିକାଂଶ ମାତ୍ରାରେ ମଳତ୍ୟାଗ କରିବା ଭଳି ଅଭିଯୋଗ ହେଉଥିବାରୁ ଏଭଳି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଛି ।