ଏସସିବିର କାର୍ଡିଓଲୋଜି ବିଭାଗରେ ଅଗ୍ନିକାଣ୍ଡ

20

କଟକ ବ୍ୟୁରୋ, କନକ ନ୍ୟୁଜ୍ : କଟକ ବଡ ମେଡିକାଲରେ ଅଗ୍ନିକାଣ୍ଡ । ଏସସିବିର କାର୍ଡିଓଲୋଜି ବିଭାଗରେ ନିଆଁ ଲାଗିଛି । ହୃଦରୋଗ ବିଭାଗର ଦ୍ୱିତୀୟ ମହଲାରେ ନିଆଁ ଲାଗିଛି । ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ତେବେ ସୁରକ୍ଷିତ ଭାବେ ଅନ୍ୟ ବିଭାଗକୁ ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଛି । ମେଡିକାଲ ପକ୍ଷରୁ ସମସ୍ତ ୬୦ ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା ମିଳିଛି । ତେବେ ସଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଏସସିବି ମେଡିକାଲ କର୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି ଏସସିବିର ଗୁରୁତ୍ୱପୂଣ୍ଣ ବିଭାଗରେ ନିଆଁ ଲାଗିବା କେମିତି ? ଏଥିପାଇଁ ଦାୟୀ କିଏ ।