ପୁରୁଣା ନୋଟ୍ ବଦଳ ନେଇ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ ! ବଦଳ ପାଇଁ କାହିଁକି ଦିଆଗଲାନି ଅଧିକ ସମୟ

29

କନକ ବ୍ୟୁରୋ : ପୁରୁଣା ନୋଟ୍ ବଦଳ ନିୟମ ନେଇ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଉର୍ତ୍ସନା । ପୁରୁଣା ନୋଟ୍ ବଦଳ ନେଇ କାହିଁକି ଦ୍ୱିତୀୟ ଥର ପାଇଁ ସୁଯୋଗ ଦିଆଗଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ଏନେଇ ଦୁଇ ସପ୍ତାହ କେନ୍ଦ୍ର ସରକାର ଓ ଆରବିଆଇକୁ ଜବାବ ଦାଖଲ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି ।

ଗତ ବର୍ଷ ନଭେମ୍ବର ୮ତାରିଖରେ ବିମୁଦ୍ରାକରଣ ପରେ ଡିସେମ୍ବର ୩୦ତାରିଖ ପର୍ଯ୍ୟନ୍ତ ପୁରୁଣା ନୋଟ ବଦଳାଇବା ପାଇଁ ସମୟ ସୀମା ଧାର୍ଯ୍ୟ କରାଯାଇଥିଲା । ଏହାସହ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ଆରବିଆଇରେ ପୁରୁଣା ଟଙ୍କା ଜମା କରିବା ପାଇଁ ନିୟମ କରାଯାଇଥିଲା । ତେବେ ଡିସେମ୍ବର ୩୦ପରେ ଯେଉଁ ବ୍ୟକ୍ତି ଆରବିଆଇରେ ଟଙ୍କା ଜମା କରିବେ ସେଥିପାଇଁ ତାଙ୍କୁ କାରଣ ଦର୍ଶାଇବାକୁ କୁହାଯାଇଥିଲା ।