କଂଗ୍ରେସ ସାସଂଦ ଶଶୀଥରୁରଙ୍କ ହିନ୍ଦୁ-ପାକିସ୍ତାନ ପରେ ହିନ୍ଦୁ-ତାଲିବାନ ଉପଖ୍ୟାନ ! ଥରୁରଙ୍କୁ ପାକିସ୍ତାନ ଯିବାପାଇଁ ଆହ୍ୱନ ଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱୀନ ଚୋବେ

29

କନକ ବ୍ୟୁରୋ : କଂଗ୍ରେସ ସାସଂଦ ଶଶୀଥରୁର ବାରମ୍ବାର ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଛନ୍ତି । ତେବେ କିଛି ଦିନ ପୂର୍ବରୁ ଥରୁର ମୋଦି ଆଗାମୀ ନିର୍ବାଚନରେ ଭାରତରେ ଜିତିଲେ ଭାରତ ହିନ୍ଦୁ-ପାକିସ୍ତାନ ହେବ ବୋଲି କହିଥିଲେ । ତେବେ ଏହାପରେ ବିଜେପିର ମୁଖପାତ୍ର ସମ୍ବିଦ ପାତ୍ର ଏ ଘଟଣାରେ ରାହୁଲ ଗାନ୍ଧି କ୍ଷମା ମାଗିବା ସହ ଏପରି ହୀନ ମନ୍ତବ୍ୟ ନଦେବା ପାଇଁ ଦଳୀୟ ସାସଂଦଙ୍କୁ କହିବା ପାଇଁ କହିଥିଲେ ତେବେ ପୁଣି ଥରେ ଶଶୀ ଥରୁର ବିବାଦୀୟ ବୟାନ ଦେଇ ଚର୍ଚ୍ଚା ପରିସରକୁ ଆସିଛନ୍ତି । ଏହାସହ ସେ କହିଛନ୍ତି ବିଜେପିର ଲୋକମାନେ ଚାହାଁନ୍ତି ମୁଁ ପାକିସ୍ତାନ ଚାଲିଯାଏ । କିନ୍ତୁ ଯେଉଁ ନେତାମାନେ ଏହା କହିଛନ୍ତି । ସେମାନଙ୍କୁ ଏ ଅଧିକାର ଦେଲା କିଏ ବୋଲି ପ୍ରଶ୍ନ କରିଛନ୍ତି ଥରୁର । ସେ ଆହୁରି ମଧ୍ୟ କହିଛନ୍ତି ଯିଏ ମତେ ପାକିସ୍ତାନ ଯିବା ପାଇଁ କହିଲେ ସେ ହିନ୍ଦୁନାମରେ ତାଲିବାନ ଭଳି ଚିନ୍ତାଧାରା ରଖୁଛନ୍ତି ।

ତେବେ ଥରୁର କହିଛନ୍ତି ବିଜେପି ଯେଉଁ ଚିନ୍ତାଧାରା ରଖିଛି କେବଳ ଭାରତରେ ହିନ୍ଦୁମାନେ ରହିବେ । କିନ୍ତୁ ଏହା ଅତ୍ୟନ୍ତ ସମ୍ବେଦେନଶୀଳ ଏ ଚିନ୍ତାଧାରା ସାରା ଦେଶକୁ ନଷ୍ଟ କରିପାରେ ବୋଲି ଥରୁର କହିଛନ୍ତି । ତେବେ କେରଳରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଥରୁର କହିଥିଲେ ଯେ, ଯଦି ଭାରତରେ ପୁଣିଥରେ ବିଜେପି ଶାସନ କରିବ ତେବେ ଭାରତର ସମ୍ବାଧାନ ବିପଦରେ ପଡିପାରେ । ବିଜେପି ନିଜ ଇଚ୍ଛାରେ ଶାସନ କରିବା ପାଇଁ କିଛି ବି କରିପାରେ ଯଦି ଏପରି ହୁଏ ତେବେ ଭାରତ ହିନ୍ଦୁ ପାକିସ୍ତାନ ହୋଇଯିବ ବୋଲି ଥରୁର କହିଥିଲେ ।

ତେବେ ଶଶୀଥରୁରଙ୍କ ଏପରି ମନ୍ତବ୍ୟରେ କେନ୍ଦ୍ରମନ୍ତ୍ରୀ ଅଶ୍ୱୀନ ଚୋବେ କହିଛନ୍ତି ଯେ, ଥରୁରଙ୍କୁ ଯଦି ଏଠାରେ ଭଲ ଲାଗୁନାହିଁ ତେବେ ସେ ପାକିସ୍ତାନ ଚାଲିଯାଆନ୍ତୁ । ଏପରି ଲୋକଙ୍କ ପାଇଁ ଭାରତରେ କୈାଣସି ଜାଗା ନାହିଁ ବୋଲି ଅଶ୍ୱୀନ କହିବା ସହ ଏପରି ମନ୍ତବ୍ୟ ଦ୍ୱାରା ଲୋକମାନେ କେବେ ବି ଥରୁରଙ୍କୁ କ୍ଷମା କରିବେ ନାହିଁ ବୋଲି ଅଶ୍ୱିନ କହିଛନ୍ତି । କେବଳ ଏତିକି ନୁହେଁ ଅଶ୍ୱୀନ କହିଛନ୍ତି ଆମ ଦେଶ ଶାନ୍ତିର ଦେଶର ଯଦି କେହି ଏପରି ମନ୍ତବ୍ୟ ଦିଅନ୍ତି ତେବେ ସେମାନେ ଦେଶ ଛାଡି ପଳାନ୍ତୁ ଏହାସହ ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରି କହିଛନ୍ତି ଦଳରେ ଏପରି କର୍ମୀଙ୍କୁ ରଖିଛନ୍ତି ଯେଉଁମାନେ କି ଦେଶବିରୋଧୀ ମନ୍ତବ୍ୟରେ ଲିପ୍ତ ଅଛନ୍ତି ତେଣୁ କଂଗ୍ରେସ ନିଜେ ହିଁ ଲୋପ ହେଉଛି ବୋଲି ଅଶ୍ୱୀନ ନିଜ ମନ୍ତବ୍ୟରେ କହିଛନ୍ତି ।