ସାନଖେମୁଣ୍ଡିରେ ମତ ସାବ୍ୟସ୍ତ କରୁଛନ୍ତି ମତଦାତା । କେଉଁ ଦଳର ପ୍ରାର୍ଥୀଙ୍କୁ ସାନଖେମୁଣ୍ଡି ଶିରିପା ପିନ୍ଧାଇବେ ଭୋଟର ?

90

କନକ ବ୍ୟୁରୋ: ୨୦୧୯ ରାଜ୍ୟରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ । ଚଳିତ ନିର୍ବାଚନରେ ବାଜି ମାରିବାକୁ କମର କଷିଛନ୍ତି ପ୍ରମୁଖ ଦଳ । ଦିନକ ପୂର୍ବରୁ ଭୋଟର୍ରୁ ମନେଇବା ପାଇଁ ଶେଷ ଉଦ୍ୟମ କରିଥିଲେ ପ୍ରାର୍ଥୀ । ତେବେ ଆସିକା ସଂଦୀୟ କ୍ଷେତ୍ର ଅଧିନରେ ରହିଥିବା ସାନଖେମୁଣ୍ଡି ବିଧାନସଭା କ୍ଷେତ୍ରରେ ଚାଲିଛି ମତଦାନ । ଆଉ ମତ ସାବ୍ୟସ୍ତ କରି ନେତା ସାନଖେମୁଣ୍ଡି ସିଂହାସନରେ କାହାକୁ ବସାଇବେ ସେନେଇ ଚାଲିଛି ଅଙ୍କ କଷାକଷି । ତେବେ ଜାଣନ୍ତୁ କ’ଣ ରହିଛି ସାନଖେମୁଣ୍ଡିର ରାଜନୀତି ଗଣିତ ।

୨୦୧୯ର ଲଢେଇ
ବିଜେଡି: ନନ୍ଦିନୀ ଦେବୀ
କଂଗ୍ରେସ: ରମେଶ ଚନ୍ଦ୍ର ଜେନା
ବିଜେପି: ବିଜୟ ସ୍ୱାଇଁ

୨୦୧୯-ବିଜେଡି: ନନ୍ଦିନୀ ଦେବୀ
– ବର୍ତମାନର ବିଧାୟିକା
– ୨୦୧୪ରେ ପ୍ରଥମ ଥର ବିଧାୟିକା ହୋଇଛନ୍ତି
– ସ୍ୱାମୀ କିଶୋର ଚନ୍ଦ୍ର ଦେଓଙ୍କ ମୃତ୍ୟୁ ପରେ ୨୦୧୪ରେ ଟିକେଟ୍ ମିଳିଥିଲା
– ୨୦୧୯ ପାଇଁ ପୁଣି ଟିକେଟ୍ ଦେଇଛି ବିଜେଡି

୨୦୧୯-କଂଗ୍ରେସ: ରମେଶ ଚନ୍ଦ୍ର ଜେନା
– ପୂର୍ବତନ ବିଧାୟକ
– ୨୦୦୯ରେ ବିଧାୟକ ହୋଇଥିଲେ
– ୨୦୧୪ରେ ହାରିଗଲେ
– ୨୦୦୭-୦୮ରେ ସାନଖେମୁଣ୍ଡି ବ୍ଳକ୍ ଅଧ୍ୟକ୍ଷ
– ଅନେକ ମାମଲାରେ ଛନ୍ଦି ହୋଇ ଅଢେଇ ବର୍ଷ ଜେଲରେ ଥିଲେ

୨୦୧୯-ବିଜେପି: ବିଜୟ ସ୍ୱାଇଁ
– ପୂର୍ବତନ ଜିଲ୍ଲା ସଭାପତି
– ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ
– ୨୦୧୪ରେ ଦିଗପହଣ୍ଡିରୁ ବିଧାନସଭା ନିର୍ବାଚନ ଲଢି ହାରିଥିଲେ
– ରାଜ୍ୟ ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ

ମୈଦାନରେ ମହିଳା ପ୍ରାର୍ଥୀ
– ନନ୍ଦୀନି ଦେବୀ ( ବିଜେଡି)

ନିର୍ବାଚନ ମଣ୍ଡଳୀ ତଥ୍ୟ
– ସାନଖେମୁଣ୍ଡି ବ୍ଳକ୍ ଏବଂ ଧରାକୋଟ ବ୍ଳକ୍କୁ ନେଇ ସାନଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ ଗଠିତ । ନିର୍ବାଚନ ମଣ୍ଡଳୀରେ ୪୪ଟି ପଂଚାୟତ ରହିଛି ।

ମୁହାଁମୁହିଁ ପ୍ରାର୍ଥୀ
– ବିଜେଡି ପ୍ରାର୍ଥୀ ନନ୍ଦିନୀ ଦେବୀ ବିଧାୟିକା ଅଛନ୍ତି
– ୨୦୧୪ରେ ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କୁ ମାତ୍ ଦେଇଥିଲେ ନନ୍ଦୀନି
– କଂଗ୍ରେସ ପ୍ରାର୍ଥୀ ରମେଶ ଚନ୍ଦ୍ର ଜେନା ୨୦୦୯ରେ ବିଧାୟକ ଥିଲେ
– ୨୦୦୯ରେ ବିଜେପି ପ୍ରାର୍ଥୀ କିଶୋକ ଚନ୍ଦ୍ର ସିଂଦେଓଙ୍କୁ ପରାସ୍ତ କରିଥିଲେ ରମେଶ ଜେନା
– ବିଜେପିି ପ୍ରାର୍ଥୀ ବିଜୟ ସ୍ୱାଇଁ ୨୦୧୪ରେ ଦିଗପହଣ୍ଡିରୁ ଲଢି ହାରିଥିଲେ
– ପୂର୍ବତନ ଜିଲ୍ଲା ସଭାପତି ଏବଂ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଥିଲେ ବିଜୟ ସ୍ୱାଇଁ

ସାନଖେମୁଣ୍ଡି ବିଧାନସଭା ଆସନ
– ୨୦୦୯ରେ ଗଠନ ହୋଇଛି ସାନଖେମୁଣ୍ଡି ବିଧାନସଭା ନିର୍ବାଚନମଣ୍ଡଳୀ
– ୨୦୦୯ରେ ବିଜେପି ପ୍ରାର୍ଥୀ କିଶୋର ଚନ୍ଦ୍ର ସିଂଦେଓଙ୍କୁ ୨୩ ହଜାରରୁ ଅଧିକ ଭୋଟରେ ମାତ୍ ଦେଇ ବିଧାୟକ ହୋଇଥିଲେ କଂଗ୍ରେସ ପ୍ରାର୍ଥୀ ରମେଶ ଚନ୍ଦ୍ର ଜେନା
– କିଶୋର ଚନ୍ଦ୍ର ସିଂଦେଓଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ନନ୍ଦିନୀ ଦେବୀଙ୍କୁ ଦଳରେ ମିଶାଇ ୨୦୧୪ରେ ପ୍ରାର୍ଥୀ କରିଥିଲା ବିଜେଡି
– ୨୦୧୪ରେ କଂଗ୍ରେସ ବିଧାୟକ ରମେଶ ଜେନାଙ୍କୁ ୮ ହଜାରରୁ ଅଧିକ ଭୋଟରେ ମାତ୍ ଦେଇ ବିଧାୟିକା ହୋଇଥିଲେ ନନ୍ଦୀନି ଦେବୀ

୨୦୧୪ର ଲଢେଇ
– ମୈଦାନରେ ଥିଲେ ମୋଟ ୬ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୯୭ ହଜାର ୮୨୩
– ମତ ଦେଇଥିଲେ – ୧ ଲକ୍ଷ ୩୧ ହଜାର ୧୬୪
– ଭୋଟଦାନ ହାର – ୬୬.୩୦%

୨୦୧୪ର ଫଳାଫଳ
ପ୍ରାର୍ଥୀ                    ଦଳ          ଭୋଟ          ପ୍ରତିଶତ          ଫଳାଫଳ
ନନ୍ଦୀନି ଦେବୀ          ବିଜେଡି      ୬୧,୭୭୩    ୪୭.୧୦%      ବିଜୟୀ
ବୀରକିଶୋର ଦେବ    ବିଜେପି     ୬୦୫୩        ୪.୬୧%         ପରାସ୍ତ
ରମେଶ ଚନ୍ଦ୍ର ଜେନା    କଂଗ୍ରେସ    ୫୩,୫୫୧      ୪୦.୮୩%      ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ନନ୍ଦୀନି ଦେବୀ
ଦଳ – ବିଜେଡି
ଭୋଟ – ୬୧୭୭୩
ପ୍ରତିଶତ – ୪୭.୧୦%
ଫଳାଫଳ – ବିଜୟୀ

ବିଜେପିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ବୀରକିଶୋର ଦେବ
ଦଳ – ବିଜେପି
ଭୋଟ – ୬୦୫୩
ପ୍ରତିଶତ – ୪.୬୧%
ଫଳାଫଳ – ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ରମେଶ ଚନ୍ଦ୍ର ଜେନା
ଦଳ – କଂଗ୍ରେସ
ଭୋଟ – ୫୩୫୫୧
ପ୍ରତିଶତ – ୪୦.୮୩%
ଫଳାଫଳ – ପରାସ୍ତ

କିଏ ମାରିଥିଲା ବାଜି?
– ବିଜେଡିର ନନ୍ଦୀନି ଦେବୀ ବିଜୟୀ ହୋଇଥିଲେ
– ୬୧ ହଜାର ୭୭୩ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
– କଂଗ୍ରେସ ପ୍ରାର୍ଥୀ ରମେଶ ଚନ୍ଦ୍ର ଜେନାଙ୍କୁ ପରାସ୍ତ କରିଥିଲେ
– ୮ ହଜାର ୨୨୨ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ
– ବିଜେପି ପ୍ରାର୍ଥୀଙ୍କ ସମେତ ୪ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ର ଲଢେଇ
– ମୈଦାନରେ ଥିଲେ ମୋଟ ୬ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୭୯ ହଜାର ୪୪୨
– ମତ ଦେଇଥିଲେ – ୧ ଲକ୍ଷ ୨ ଶହ ୭୩

୨୦୦୯ର ଫଳାଫଳ
ପ୍ରାର୍ଥୀ                        ଦଳ        ଭୋଟ        ପ୍ରତିଶତ        ଫଳାଫଳ
ରମେଶ ଚନ୍ଦ୍ର ଜେନା        କଂଗ୍ରେସ   ୫୦୪୮୭   ୫୦.୩୫%    ବିଜୟୀ
କିଶୋର ଚନ୍ଦ୍ର ସିଂଦେଓ     ବିଜେପି    ୨୬୮୯୪   ୨୬.୮୨%    ପରାସ୍ତ
ଏନ୍. ନାରାୟଣ ରେଡ୍ଡି      ସିପିଆଇ   ୧୫୦୨୩   ୧୪.୯୮%   ପରାସ୍ତ

କିଏ ମାରିଥିଲା ବାଜି?
– କଂଗ୍ରେସର ରମେଶ ଚନ୍ଦ୍ର ଜେନା ବିଜୟୀ ହୋଇଥିଲେ
– ୫୦ ହଜାର ୪୮୭ ଖଣ୍ଡ ଭୋଟ ପାଇଥିଲେ କଂଗ୍ରେସ ପ୍ରାର୍ଥୀ
– ବିଜେପି ପ୍ରାର୍ଥୀ କିଶୋର ଚନ୍ଦ୍ର ସିଂଦେଓଙ୍କୁ ପରାସ୍ତ କରିଥିଲେ
– ୨୩ହଜାର ୫୯୩ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ କଂଗ୍ରେସ ପ୍ରାର୍ଥୀ
– ୩ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ ବନାମ ୨୦୧୪
– ୨୦୧୪ରେ ବିଜେପିର ପ୍ରାର୍ଥୀ ବଦଳିଥିଲେ ।
– କିଶୋର ଚନ୍ଦ୍ର ସିଂହଦେଓଙ୍କ ସ୍ଥାନରେ ବୀରକିଶୋର ଦେଓଙ୍କୁ ପ୍ରାର୍ଥୀ କରିଥିଲା ବିଜେପି
– ବିଧାୟକ ରମେଶ ଜେନାଙ୍କୁ ପ୍ରାର୍ଥୀ କରି ହାରିଥିଲା କଂଗ୍ରେସ
– ବିଧାୟକ ରମେଶ ଜେନାଙ୍କୁ ୮ ହଜାରରୁ ଅଧିକ ଭୋଟରେ ମାତ୍ ଦେଇଥିଲେ ବିଜେଡି ପ୍ରାର୍ଥୀ ନନ୍ଦୀନି ଦେବୀ