୧୬୫ କୋଟିରେ ମାରିପାରିବେନି ହାତ ! ବାହୁବଳି ବିଧାୟକ ସନା ମହାକୁଡଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କଲା ପୋଲିସ

44

କନକ ବ୍ୟୁରୋ : କେନ୍ଦୁଝର ଚମ୍ପୁଆର ବାହୁବଳି ବିଧାୟକ ସନାତନ ମହାକୁଡଙ୍କ ୧୬୫ କୋଟି ଟଙ୍କାକୁ ଅଚଳ କରିଦେଇଛି ପୋଲିସ । ବିଭିନ୍ନ ବ୍ୟାଙ୍କରେ ଥିବା ଚମ୍ପୁଆ ବିଧାୟକଙ୍କ ୫ଟି ଆକାଉଂଟକୁ ଅଚଳ କରିଦିଆଯାଇଛି । ଅର୍ଥାତ ଏହି ଟଙ୍କାକୁ ଆକାଉଂଟରୁ ଉଠାଇ ପାରିବେ ନାହିଁ ବିଧାୟକ ସନାତନ ମହାକୁଡ । ଅନଲାଇନରେ ମଧ୍ୟ ଟ୍ରାନ୍ସଫର କରିପାରିବେ ନାହିଁ ।କିଛିଦିନ ତଳେ ଇଣ୍ଡସ ଇଣ୍ଡ ବ୍ୟାଙ୍କ ଚମ୍ପୁଆ ଶାଖାର ମ୍ୟାନେଜର ୫୦ଲକ୍ଷ ଟଙ୍କା ନିଜ ବ୍ୟକ୍ତିଗତ ଗାଡିରେ ଧରି ସନାତନଙ୍କ ଘରକୁ ଯାଉଥିବାବେଳେ ଏହାକୁ ଜବତ କରିଥିଲା ପୋଲିସ

SANA-1024x534ବିନା ଚେକ୍ କିମ୍ବା ଉଠାଣ ଫର୍ମରେ ଏତେ ଟଙ୍କା ନେଇ ଯାଉଥିବାବେଳେ ହିସାବ ଦେଇପାରିନଥିବାରୁ ବ୍ରାଞ୍ଚ ମ୍ୟାନେଜରଙ୍କ ସହ ଅନ୍ୟ ଦୁଇ କର୍ମଚାରୀଙ୍କୁ ଗିରଫ କରିଥିଲା ପୋଲିସ । ଏହି ମାମଲାରେ ଆଜି ଥାନାରେ ହାଜର ହେବାଲାଗି ସନାଙ୍କୁ ନୋଟିସ ହୋଇଥିବାବେଳେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ହାଜର ହୋଇନଥିଲେ ।

ଏହାପରେ ପୋଲିସ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି । ଖଣି ଅଂଚଳ କେନ୍ଦୁଝରରେ ବିଧାୟକ ସନାତନ ମହାକୁଡ ବେଶ ପ୍ରତିପତିଶାଳୀ । ୨୦୧୪ ସାଧାରଣ ନିର୍ବାଚନ ସମୟରେ ଦେଇଥିବା ସତ୍ୟପାଠରେ ନରେନ୍ଦ୍ର ମୋଦି ଓ ସୋନିଆ ଗାନ୍ଧିଙ୍କଠାରୁ ମଧ୍ୟ ଅଧିକ ସଂପତି ଥିବା ଦର୍ଶାଇଥିଲେ ଚମ୍ପୁଆର ସ୍ୱାଧୀନ ବିଧାୟକ ସନାତନ ମହାକୁଡ । ସେତେବେଳେ ଏହାକୁ ନେଇ ଜୋର ଚର୍ଚ୍ଚା ହୋଇଥିଲା । ତେବେ ଗତକିଛି ଦିନ ପୂର୍ବେ ଜନସମୃଦ୍ଧ ନାମକ ଏକ ରାଜନୈତିକ ଦଳ ଗଠନ କରିଥିଲେ ।