ସିଜରିଆନ୍ ବନାମ ସ୍ୱାଭାବିକ ସନ୍ତାନ ଜନ୍ମ ! ସୁରକ୍ଷିତ ପ୍ରସବର ଫର୍ମୁଲା ବତାଇଲେ ଦେଶର ନାମୀଦାମୀ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଡାକ୍ତର

62

କନକ ବ୍ୟୁରୋ : ନର୍ମାଲ ଡେଲିଭରି ବନାମ ସିଜରିଆନ ଡେଲିଭରି । କେଉଁଟି ସନ୍ତାନ ପାଇଁ ଭଲ? କେଉଁ ସମୟରେ ଆବଶ୍ୟକ ପଡିଥାଏ ସିଜରିଆନ ଡେଲିଭରି? ସତରେ କଣ ସିଜରିଆନ ଡେଲିଭରିରେ ପିଲାମାନେ ବୁଦ୍ଧିମାନ୍ ହୁଅନ୍ତି? ଭୁବନେଶ୍ୱର ଜନତା ମଇଦାନରେ ଚାଲିଥିବା ପାଞ୍ଚଦିନିଆ ସର୍ବ ଭାରତୀୟ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞଙ୍କ ସମ୍ମିଳନୀରେ ଏ ବିଷୟରେ ମତ ରଖିଛନ୍ତି ଦେଶ ବିଦେଶର ନାମକରା ଡାକ୍ତର ।

konyv_kismamaଯେଉଁ ମହିଳାଙ୍କୁ ଡାଇବେଟିସ୍, ବ୍ଲଡ୍ ପ୍ରେସର, ହାର୍ଟ ଓ କିଡନୀ ରୋଗ, ସେମାନଙ୍କର ସିଜରିଆନ୍ ଡେଲିଭରି କରିବାକୁ ପଡିଥାଏ । ଯେଉଁ ମହିଳାଙ୍କ ଦୁଇ କିମ୍ବା ତିନିଟି ସନ୍ତାନ ହେବାର ଅଛି, ସେମାନଙ୍କର ସିଜରିଆନ୍ ଡେଲିଭରି ଜରୁରୀ । ଯେଉଁମାନଙ୍କର ଶିଶୁ ଓଲଟା ଜନ୍ମ ନେଉଛି ଏବଂ ଯେଉଁମାନଙ୍କର ପା୍ଲସେଂଟାରେ କିଛି ସମସ୍ୟା ଅଛି, ସେମାନଙ୍କର ଅସ୍ତ୍ରୋପଚାର ଆବଶ୍ୟକ ବୋଲି ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ନରେନ୍ଦ୍ର ମଲହୋତ୍ରା କହିଛନ୍ତି ।

ପୂର୍ବେ ପିଲା ବଂଚିଯାଉଥିବା ସମୟରେ ମାଆ ମରିଯାଉଥିଲେ । ଏବେ ଯେଉଁ ସିଜରିଆନ୍ ହେଉଛି ଦୁଇଜଣଙ୍କ ନିରାପଦ ପାଇଁ କରାଯାଉଛି । ପିଲା ସୁସ୍ଥ ଓ ନିରାପଦ; ମାଆ ମଧ୍ୟ ସୁସ୍ଥ ଓ ନିରାପଦ ରୁହେ । ଏମିତି ସମୟ ଆସେ ମାଆ ଓ ଶିଶୁକୁ ବଂଚେଇବା ପାଇଁ ସିଜରିଆନ କରିବାକୁ ପଡେ । ସ୍ୱାଭାବିକ ଭାବେ କେହି ସିଜରିଆନ୍ କରନ୍ତି ନାହିଁ ବୋଲି କହିଛନ୍ତି ଡାକ୍ତର ଜୟଦୀପ ମଲହୋତ୍ରା ।

ଆଇନଷ୍ଟାଇନଙ୍କ ଡେଲିଭରି ସିଜରିଆନ୍ ଦ୍ୱରା ହୋଇନଥିଲା । ମହାତ୍ମା ଗାନ୍ଧୀଙ୍କ ବି ସିଜରିଆନ୍ ହୋଇନଥିଲା । ସେମାନେ ସବୁ ସ୍ୱାଭାବିକ ଜନ୍ମ ନେଇଥିଲେ ବି ବୁଦ୍ଧିମତାର ସ୍ତର ବହୁ ଉଚ୍ଚରେ ଥିଲା । ସିଜରିଆନ୍ ସହ ବୁଦ୍ଧିମତାର କୌଣସି ସଂପର୍କ ନାହିଁ ବୋଲି କହିଛନ୍ତି ଡାକ୍ତର ଚୈତନ୍ୟ ସେୟମ୍ବେକଶ୍ୱର ।