ମହିଳା ଥାନାରେ ହାଜର ହୋଇପାରନ୍ତି ଚମ୍ପୁଆର ବାହୁବଳୀ ବିଧାୟକ ସନାତନ ମହାକୁଡ

24

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆଜି ମହିଳା ଥାନାରେ ଚମ୍ପୁଆର ବାହୁବଳୀ ବିଧାୟକ ସନାତନ ମହାକୁଡ ହାଜର ହେବା ନେଇ ଚର୍ଚ୍ଚା ହେଉଛି । ବୋହୂ ବିବାଦ ମାମଲାରେ ତାଙ୍କୁ ନୋଟିସ କରାଯାଇଛି । ତେବେ କବିତା ମହାକୁଡ, ସନାତନଙ୍କ ପୁଅ ପଙ୍କଜ ମହାକୁଡଙ୍କ ସ୍ତ୍ରୀ ବୋଲି ଦାବି କରି ମାମଲା ରୁଜୁ କରିଛନ୍ତି । ତେବେ ଏହି ଘଟଣାରେ ହାଜର ପାଇଁ ସନାତନଙ୍କୁ ନୋଟିସ ଜାରି କରିଥିଲା ପୁଲିସ ।

ପୂର୍ବରୁ ପଙ୍କଜ ମହାକୁଡ ମହିଳା ଥାନାରେ ହାଜର ହୋଇଥିଲେ । ସନାତନ ମହାକୁଡଙ୍କ ପୁଅ ପଙ୍କଜ ମହାକୁଡଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ କବିତା ମହାକୁଡ । ପଂକଜ ତାଙ୍କ ସହ ବିଶ୍ୱାସଘାତକତା କରିଥିବା ସେ ଅଭିଯୋଗ କରିଛନ୍ତି । ବିଧାୟକ ସନାତନଙ୍କ ପୁଅ ପଙ୍କଜ ତାଙ୍କୁ ଛାଡି ଦେଇଥିବା ସେ ଅଭିଯୋଗ କରିବା ସହ ନ୍ୟାୟ ପାଇଁ ଦାବି କରିଛନ୍ତି । ବଡବିଲ , ଯୋଡା ଓ କେନ୍ଦୁଝର ଖଣି ଅଂଚଳରେ ସନାତନ ମହାକୁଡ ଜଣେ ଖୁବ ପ୍ରଭାବଶାଳୀ ବ୍ୟକ୍ତି ।

ଦେଖନ୍ତୁ ଏହି ଭିଡିଓ –