ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଉପରକୁ କାଳିମାଡ

14

କନକ ବ୍ୟୁରୋ : ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଉପରକୁ କାଳିମାଡ । ଦିଲ୍ଲୀରେ ଡେଙ୍ଗୁ ଓ ଚିକୁନଗୁନିଆ ବ୍ୟାପିଥିବାବେଳେ କେଜ୍ରିୱାଲ ସରକାରଙ୍କ ମନ୍ତ୍ରୀମାନେ ବିଦେଶ ବୁଲୁଛନ୍ତି । ଏହି ଅଭିଯୋଗ କରି ଆଜି ଜଣେ ବ୍ୟକ୍ତି ମନୀଷଙ୍କ ଉପରକୁ କାଳିମାଡ କରିଛନ୍ତି । ଦିଲ୍ଲୀ ଉପରାଜ୍ୟପାଳ ନଜୀବ ଜଙ୍ଗଙ୍କୁ ଭେଟିବା ପାଇଁ ଆସିଥିବା ବେଳେ କାଳିମାଡ କରିଛନ୍ତି ବ୍ରିଜେଶ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତି ।

ଉପରାଜ୍ୟପାଳଙ୍କୁ ଭେଟି ସାରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଉଥିଲେ ମନୀଷ । ଏହି ସମୟରେ ତାଙ୍କ ଉପରକୁ କାଳିମାଡ ହୋଇଛି । ଏହା ବିରୋଧୀଙ୍କ କାରନାମା ବୋଲି ମନୀଷ ଅଭିଯୋଗ କରିଛନ୍ତି । ଦିଲ୍ଲୀରେ ଶିକ୍ଷା ଓ ସ୍ୱାସ୍ଥ୍ୟରେ ଉନ୍ନତି ପାଇଁ ଆପ ସରକାର କାମ କରୁଥିବାବେଳେ ଏଥିରେ ଭୟଭିତ ହୋଇ କଂଗ୍ରେସ ଓ ବିଜେପି ଏଭଳି କାମ କରୁଥିବା ସେ ପ୍ରତିକ୍ରିୟାରେ କହିଛନ୍ତି ।