ସମ୍ପର୍କକୁ ସୁମଧୁର କରିବା ପାଇଁ ଚାହୁଁଛନ୍ତି କି ? ବାଛନ୍ତୁ ସମବୟସ୍କ ସାଥୀ

52

ପ୍ରେମକୁ ସୁମଧୁର ଓ ସୁଦୃଢ କରିବା ପାଇଁ ଚାହୁଁଛନ୍ତି କି ? ତେବେ ସମବୟସ୍କ ଜୀବନସାଥୀ ବାଛନ୍ତୁ । କାରଣ ପାଖାପାLò ବୟସରେ ପ୍ରେମ ହେଲେ ଜଣେ ଜଣକୁ ମନକୁ ଭଲରେ ବୁଝିବା ସହ ଉଭୟଙ୍କ ଚିନ୍ତାଧାରାରେ ମଧ୍ୟ ସମାନତା ପରିଲକ୍ଷିତ ହୁଏ । ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଜୀବନସାଥୀଙ୍କ ମଧ୍ୟରେ ଅଧିକ ବୟସର ପାର୍ଥକ୍ୟ ଯୋଗୁଁ ସମ୍ପର୍କରେ ଫାଟ ଆସୁଛି ।

ନିକଟରେ ହୋଇଥିବା ଗବେଷଣାରେ ୩୦୦୦ ଲୋକଙ୍କୁ ସାମିଲ କରାଯାଇଥିଲା । ସେଥିରୁ ୩୯ ପ୍ରତିଶତ ଦମ୍ପତ୍ତିଙ୍କ ବୟସ ମଧ୍ୟରେ ୧୦ ବର୍ଷ ଅ ପାର୍ଥକ୍ୟ ଥିଲା ଓ ୯୫ ପ୍ରତିଶତ ପତି-ପତ୍ନୀଙ୍କ ବୟସ ୨୦ ବର୍ଷ ପାର୍ଥକ୍ୟ ଥିଲା ।

ଗବେଷଣାରୁ ଜଣାପଡିଲା ବୟସ ଅଧିକ ପାର୍ଥକ୍ୟ ରହିଲେ ସମ୍ପର୍କ ଶୀଘ୍ର ଶେଷ ହୋଇପାରେ । ମାତ୍ର ଗୋଟିଏ ବର୍ଷ ପାର୍ଥକ୍ୟ ରହିଲେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଦୃଢ଼ ହୋଇପାରିବ ବୋଲି ଗବେଷକମାନେ ଜାଣିବାକୁ ପାଇଛନ୍ତି । ଏକ ବର୍ଷ ପାର୍ଥକ୍ୟ ହେବା ଦ୍ୱାରା ସମ୍ପର୍କ ମାତ୍ର ୩ପ୍ରତିଶତ କମ୍ ହେବାର ଆଶା କରାଯାଇଛି ।