ଯୁକ୍ତ-୨ ବିଜ୍ଞାନ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବାଦର ସମ୍ବର୍ଦ୍ଧନା ! ୮୫ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ୨୭୬ ଛାତ୍ରୀଛାତ୍ରୀ ସମ୍ମାନିତ

29

କନକ ବ୍ୟୁରୋ : ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଭଲ ନମ୍ବର ରଖି ପାସ୍ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବାଦ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । ଯୁକ୍ତ ଦୁଇ ବିଜ୍ଞାନରେ ୮୫ପ୍ରତିଶତ ବା ତାଠାରୁ ଅଧିକ ରଖିଥିବା ୨୭୬ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସମ୍ବାଦ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଏହି ଉତ୍ସବରେ ଅଧ୍ୟକ୍ଷତା କରିଛନ୍ତି । ରାଜ୍ୟର ବିଭିନ୍ନ ଅଂଚଳରୁ ଆସିଥିବା କୃତି ଛାତ୍ରଛାତ୍ରୀଙ୍କୁ ସମ୍ବାନିତ କରିଛି ସମ୍ବାଦ ।